Below header

ଏହି ସୁସ୍ଥ ଖାଦ୍ୟରେ ନଥାଏ ଫାଇବର, ହଜମ ଶକ୍ତି ଖରାପ ଥିଲେ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ

ସୁସ୍ଥ ରହିବା ପାଇଁ ଫାଇବରରେ ଭରପୁର ଥିବା ଖାଦ୍ୟକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଶରୀରରେ ଫାଇବର ଅଭାବ ହେଲେ କୋଷ୍ଠକାଠିନ୍ୟ, ଓଜନ ବଢ଼ିବା, ବ୍ଲଡ ସୁଗାର ଲେଭଲରେ ପରିବର୍ତ୍ତନ, ଖରାପ କୋଲେଷ୍ଟ୍ରଲ, ଥକାପଣ, ଦୁର୍ବଳତା ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଯାଏ ।

ପାଚନ ଶକ୍ତିକୁ ଠିକ ରଖିବାରେ ଫାଇବରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହା ଅନ୍ତ ସ୍ୱାସ୍ଥ୍ୟକୁ ଠିକ ରଖିଥାଏ ଏବଂ ରକ୍ତ ଶର୍କରାକୁ ସାମାନ୍ୟ କରିବାରେ ସାହାଯ୍ୟ କରିଥାଏ । ସୁସ୍ଥ ରହିବା ପାଇଁ ଫାଇବରରେ ଭରପୁର ଥିବା ଖାଦ୍ୟକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଶରୀରରେ ଫାଇବର ଅଭାବ ହେଲେ କୋଷ୍ଠକାଠିନ୍ୟ, ଓଜନ ବଢ଼ିବା, ବ୍ଲଡ ସୁଗାର ଲେଭଲରେ ପରିବର୍ତ୍ତନ, ଖରାପ କୋଲେଷ୍ଟ୍ରଲ, ଥକାପଣ, ଦୁର୍ବଳତା ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଯାଏ । ଏପରିସ୍ଥିତିରେ ଆପଣ ସେହି ଖାଦ୍ୟ ବିଷୟରେ ଜାଣିବା ଜରୁରୀ ଯେଉଁଥିରେ ଫାଇବର ମାତ୍ରା କମ ଥାଏ । ଯଦି ଆପଣଙ୍କର ହଜମ ଶକ୍ତି ଖରାପ ଥାଏ ତେବେ ଏହି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ ।

ହ୍ଵାଇଟ ବ୍ରେଡ
ଧଳା ଚାଉଳ ଭଳି ହ୍ଵାଇଟ ବ୍ରେଡ ରିଫାଇଣ୍ଡ ଅଟାରୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ଫାଇବର ମାତ୍ରା କମ ରହିଥାଏ । ଯେଉଁ ବ୍ରେଡ ଶସ୍ୟରୁ ପ୍ରସ୍ତୁତ କରାଯାଏ, ସେଥିରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ତେଣୁ ହ୍ଵାଇଟ ବ୍ରେଡ ଖାଇବାରୁ ଦୂରେଇ ରୁହନ୍ତୁ ।

ପନିର:
ପନିର ଆମ ଡାଏଟର ଏକ ଜରୁରୀ ଅଂଶ । ଏଥିରେ କ୍ୟାଲସିୟମ, ପ୍ରୋଟିନ ଭଳି ପୋଷକ ତତ୍ୱ ଭରପୁର ମାତ୍ରାରେ ମିଳିଥାଏ । କିନ୍ତୁ ଏଥିରେ ଅନ୍ୟ ଖାଦ୍ୟ ପଦାର୍ଥ ତୁଳନାରେ ଫାଇବର କମ ରହିଥାଏ । ଯଦି ଆପଣଙ୍କର ଖାଦ୍ୟ ହଜମରେ ସମସ୍ୟା ରହିଛି, ତେବେ ପନିର ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଧଳା ଚାଉଳ:
ଅନେକ ସମୟରେ ଲୋକମାନେ ଧଳା ଚାଉଳ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏଥିରେ ଅନ୍ୟ ଶସ୍ୟ ତୁଳନାରେ ଫାଇବର କମ ମାତ୍ରାରେ ମିଳିଥାଏ ।

ଆଇସକ୍ରିମ:
ଆଇସକ୍ରିମର ସ୍ୱାଦ ସମସ୍ତଙ୍କୁ ଖୁବ ପସନ୍ଦ । ଏଥିରେ ଚିନିର ପରିମାଣ ଅଧିକ ରହିଥାଏ, କିନ୍ତୁ ଏଥିରେ ଫାଇବର ନଥାଏ । ଯେଉଁ ଲୋକମାନଙ୍କର ପାଚନ ଶକ୍ତିରେ ସମସ୍ୟା ଥାଏ, ସେମାନେ ଆଇସକ୍ରିମ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ପ୍ରୋସେସ୍ଡ ମିଟ:
ହଟ ଡଗ୍‌ , ସାସେଜ, ବେକନ ଭଳି ପ୍ରୋସେସ୍ଡ ମିଟରେ ଫାଇବର କମ ମାତ୍ରାରେ ମିଳିିଥାଏ । ଏହା ବ୍ୟତୀତ ଏଥିରେ ଅନହେଲ୍ଦି ଫ୍ୟାଟ୍ସ ରହିିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଲହୁଣୀ ଏବଂ ତେଲ:
ଲହୁଣୀ ଏବଂ ତେଲ ଖାଦ୍ୟର ଅତ୍ୟାବଶ୍ୟକ ଅଂଶ, କିନ୍ତୁ ଏଥିରେ କୌଣସି ଫାଇବର ନଥାଏ । ଏଥିପାଇଁ ଖାଦ୍ୟରେ ଲହୁଣୀ ଏବଂ ତେଲର ବ୍ୟବହାର କମ ମାତ୍ରାରେ କରନ୍ତୁ । ଆଭାକାଡ଼ୋ ଏବଂ ନଟ୍ସ ଭଳି ହେଲଦି ଫ୍ୟାଟ୍ସ ଯୁକ୍ତ ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ ।

ଅଣ୍ଡା:
ଅଣ୍ଡା ପ୍ରୋଟିନରେ ଭରା ଥିବା ଏକ ଗୁରତ୍ୱପୂର୍ଣ୍ଣ ଖାଦ୍ୟ କିନ୍ତୁ ଏଥିରେ ଫାଇବର ନଥାଏ । ଆପଣ ଫାଇବର ଯୁକ୍ତ ପରିବା ବା ଶସ୍ୟ ସହିତ ଅଣ୍ଡା ଖାଇ ପାରିବେ ।

ଫଲ ଜୁସ୍‌:
ଫଳ ତୁଳନାରେ ଏହାର ଜୁସରେ ଫାଇବର କମ ରହିଥାଏ । ଯଦି ଆପଣ ହଜମ ଶକ୍ତି ବଢାଇବାକୁ ଚାହୁଁଛନ୍ତି ତେବେ ଡାଏଟରେ ଜୁସ୍‌ ବଦଳରେ ଆପଣ ଫଳ ଖାଆନ୍ତୁ । ଏହା ଦ୍ୱାରା ପାଚନ ତନ୍ତ୍ର ଠିକ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.