ନମାମି ଗଙ୍ଗେ ପ୍ରାଜେକ୍ଟ ସାଇଟରେ ଟ୍ରାନ୍ସଫରମର ବିସ୍ଫୋରଣ, ୧୫ ମୃତ

ଉତ୍ତରାଖଣ୍ଡ ଚମୋଲିରେ ଥିବା ଅଳକାନନ୍ଦା ନଦୀ କୂଳରେ ଟ୍ରାନ୍ସଫରମର ବିସ୍ଫୋରଣ । ଟ୍ରାନ୍ସଫରମର ଫାଟିବା ଯୋଗୁଁ କରେଣ୍ଟ ଲାଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରେ ଅନେକ ଆହତ ହୋଇଛନ୍ତି ।

ଉତ୍ତରାଖଣ୍ଡ ଚମୋଲିରେ ଥିବା ଅଳକାନନ୍ଦା ନଦୀ କୂଳରେ ଟ୍ରାନ୍ସଫରମର ବିସ୍ଫୋରଣ । ଟ୍ରାନ୍ସଫରମର ଫାଟିବା ଯୋଗୁଁ କରେଣ୍ଟ ଲାଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଚମୋଲି ଏସପି କହିଛନ୍ତି । ନମାମି ଗଙ୍ଗେ ପ୍ରୋଜେକ୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଟିମ୍‌ ସେଠାରେ ପହଞ୍ଚିଛି ।

ନମାମି ଗଙ୍ଗେ ପ୍ରୋଜେକ୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଉର୍ଜା ନିଗମର ଦାୟିତ୍ୱହୀନତା କରୁଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି । ନିଗମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଶ୍ରମିକ, ସାଧାରଣ ଲୋକ, ୫ ଜଣ ହୋମଗାର୍ଡ ଓ ଜଣେ ପୋଲିସ ଅଫିସର ରହିଛନ୍ତି।

ସୂଚନାଯୋଗ୍ୟ, ଅଳକାନନ୍ଦା ନଦୀ ହିମାଳୟରୁ ବାହାରି ଉତ୍ତରାଖଣ୍ଡର ଭାଗିରଥୀ ନଦୀ ସହିତ ମିଶିଥାଏ । ଅଳକାନନ୍ଦା ଏବଂ ଭାଗିରଥୀର ସଙ୍ଗମ ସ୍ଥଳକୁ ଦେବପ୍ରୟାଗ କୁହାଯାଏ । ସଙ୍ଗମ ପରେ ଏହା ଗଙ୍ଗା ନଦୀ ଭାବେ ଜଣାଶୁଣା । ଗତ କିଛିଦିନ ଧରି ଲଗାତାର ବର୍ଷା ଯୋଗୁଁ ଅଳକାନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଶ୍ରୀନଗର ଡ୍ୟାମରୁ ପାଣି ଛଡାଯାଇଥିଲା । ଏଥିପାଇଁ ଦେବପ୍ରୟାଗ, ରିଷିକେଷ, ହରିଦ୍ୱାରରେ ସତର୍କ ସୂଚନା ଜାରି ରହିଛି  ଉତ୍ତରାଖଣ୍ଡରେ ଗତକିଛିଦିନ ହେଲାଣି ଲଗାତାର ବର୍ଷା ହେଉଛି । ଗଙ୍ଗା ସମେତ ଅନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏପରି ସ୍ଥଳେ ଏଭଳି ଦୁର୍ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.