ଗାଳି ସହି ନପାରି ଝରଣାକୁ ଡେଇଁଲେ, ବୁଦ୍ଧି ପଶିଲା ପରେ କୂଳକୁ ଆସିବାକୁ ଚେଷ୍ଟା କଲେ

ମୋବାଇଲ ଦେଖାରେ ଝିଅ ମସଗୁଲ, ସହି ପାରିଲାନି ବାପା ମା’ଙ୍କ ଗାଳି। ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନେଲା ନିଷ୍ପତ୍ତି। ଏଥିପାଇଁ ପାଖରେ ଥିବା ଝରଣା ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଲା । ଶେଷରେ ପାଣି ମଝିରେ ବୁଦ୍ଧି ଉଦୟ ହେଲା । ଭୁଲ ହେଇଯାଇଛି ଭାବି କୁଳ କୁ ଆସିବାକୁ ଚେଷ୍ଟା କଲେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଛତିଶଗଡ଼ରେ..

ମୋବାଇଲ ଦେଖିବାକୁ ଉଚ୍ଛନ ମନ। ଗାଳି ଶୁଣିଲେ ଥରଇ ପ୍ରାଣ। ଏମିତି ମୋବାଇଲ ନିଶା ଘାରିଲା ଝିଅକୁ ଫୋନ ଛାଡ଼ିବାକୁ ନାରାଜ। ଆଉ ତା ପରେ ଯୋଉ ଗାଳି… ସହିପାରିଲାନି ଝିଅ। ଶେଷରେ ଝରଣା ପାଖକୁ ଯାଇ ଡେଇଁ ପଡ଼ିଲା। ଚିତ୍ର ଦେଖି ଜାଣିପାରୁଥିବେ। ଏ ଭୟଙ୍କର ଝରଣା ଆଉ ତାର ସ୍ରୋତକୁ.. ହେଲେ କାହିଁ ସେ ଜୀବନର ମୂଲ୍ୟ ବୁଝିବ। ମୋବାଇଲ ଫୋନର ନିଶାଠୁ ବାପା ମାଆଙ୍କ ଗାଳି ଏତେ ଖରାପ ଲାଗିଲା ଯେ ଏଭଳି କାଣ୍ଡ ଘଟାଇବାକୁ ପଛାଇଲା ନାହିଁ। ଏସବୁ କଲେ ପରିବାର ଉପରେ କଣ ବିିତିବ ତାହା ମଧ୍ୟ ଥରେ ଭାବିଲା ନାହିଁ।

ମୋବାଇଲ ଦେଖାରେ ଝିଅ ମସଗୁଲ, ସହି ପାରିଲାନି ବାପା ମା’ଙ୍କ ଗାଳି। ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନେଲା ନିଷ୍ପତ୍ତି। ଏଥିପାଇଁ ପାଖରେ ଥିବା ଝରଣା ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଲା । ଶେଷରେ ପାଣି ମଝିରେ ବୁଦ୍ଧି ଉଦୟ ହେଲା । ଭୁଲ ହେଇଯାଇଛି ଭାବି କୁଳ କୁ ଆସିବାକୁ ଚେଷ୍ଟା କଲେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଛତିଶଗଡ଼ରେ..

ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଛତିଶଗଡ଼ରେ ଘଟିଛି। ଛତିଶଗଡ଼ର ଚିତ୍ରକୋଟ ୱାଟରଫଲରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି। ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ସୂଚନା ଅନୁସାରେ ଯୁବତୀ ଜଣକ ୨୧ ବର୍ଷୀୟା ସରସ୍ୱତୀ ମୋର୍ଯ୍ୟ। ଘଟଣା ଅନୁସାରେ ସେ ଅଧିକ ସମୟ ମୋବାଇଲ ବ୍ୟବହାର କରୁଥିବାରୁ ଘରେ ସମସ୍ତେ ଚିନ୍ତା କରୁଥିଲେ। ଏହି କାରଣରୁ ତାଙ୍କୁ ଗାଳି ମଧ୍ୟ କଲେ। କିନ୍ତୁ ସରସ୍ୱତୀ ଏହି ଗାଳିକୁ ସହି ନପାରି ଗତ ମଙ୍ଗଳବାର ଦ୍ୱିପ୍ରହର ରେ ବାପା ମାଆଙ୍କ ଉପରେ ରାଗି ଘର ଛାଡ଼ି ଚାଲିଆସିଥିଲା। ପରେ ଏହି ଚିତ୍ରକୋଟ ଝରଣା କୁ ଆସି ଡେଇଁ ପଡ଼ିଲା।

ଚିତ୍ରକୋଟ ୱାଟରଫଲ ନିକଟସ୍ଥ ଗାଁର ବାସିନ୍ଦା ହେଉଛନ୍ତି ସରସ୍ୱତୀଙ୍କ ପରିବାର। ସେ ଅଧିକାଂଶ ସମୟ ଫୋନ୍‌ରେ ବିତାଉଥିବାରୁ ପରିବାର ଲୋକେ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିଲେ। ତେଣୁ ରାଗିଯାଇ ସରସ୍ୱତୀ ଗାଁ ନିକଟସ୍ଥ ଚିତ୍ରକୋଟ ୱାଟରଫଲକୁ ଚାଲିଯାଇଥିଲେ।

ସେଠାରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ପର୍ଯ୍ୟଟକ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ମାତ୍ର ରାଗି ଯାଇ ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସରସ୍ୱତୀ କାହା କଥା ନ ଶୁଣି ଝରଣା ତଳକୁ ଡେଇଁ ପଡ଼ିଥିଲା । ମାତ୍ର ପାଣିରେ ପଡ଼ିବା ପରେ ସେ ନିଜ ଭୁଲ୍‌ ବୁଝି ପାରିଥିଲେ। ଏହାପରେ କୂଳକୁ ଆସିବାକୁ ଚେଷ୍ଟା କରିଥିଲେ। ମାତ୍ର ପାଣିର ପ୍ରଖର ସ୍ରୋତରେ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷରେ ଝରଣା ପାଖରେ ଥିବା ଲାଇଫ୍‌ଗାର୍ଡ ବୋଟ ସାହାଯ୍ୟରେ ସରସ୍ୱତୀଙ୍କୁ କୂଳକୁ ଅଣାଯାଇଥିଲା । ଏବେ ସେ ସୁସ୍ଥ ଥିବା ବେଳେ ନିଜ ଘରକୁ ଫେରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.