Below header

ରାତି ସାରା ନ ଭିଜାଇ ବି ତୁରନ୍ତ ପ୍ରସ୍ତୁତ କରିପାରିବେ ସ୍ୱାଦିଷ୍ଟ ଛୋଲେ, ଫଲୋ କରନ୍ତୁ ଏହି ଟିପ୍ସ

ଛୋଲେ ଭଟୁରେ ଖାଇବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଯଦି ତୁରନ୍ତ ଛୋଲେ/ସୋଲା ବୁଟ କରିବାକୁ ପଡ଼େ ତେବେ ଏହାକୁ ସିଝାଇବା ଏକ ସମସ୍ୟା ହୋଇଯାଏ। କାରଣ ଛୋଲେକୁ ପୂରା ରାତି ଭିଜାଇବାକୁ ପଡ଼େ। କିନ୍ତୁ ଯଦି ଆପଣ ସଙ୍ଗେ ସଙ୍ଗେ ଛୋଲେ ତିଆରି କରିବାକୁ ଚାହୁଁଛନ୍ତି ତେବେ କେତେକ ସହଜ ଉପାୟ ଆପଣାଇ ଏହାକୁ ଶୀଘ୍ର ସିଝାଇପାରିବେ। ଆସନ୍ତୁ ଜାଣିବା କେମିତି…

  • ଛୋଲେକୁ ଶୀଘ୍ର ସିଝାଇବା ପାଇଁ ଅଧ ଘଣ୍ଟାଏ ଗରମ ପାଣିରେ ଭିଜାନ୍ତୁ। ଏବେ ଛୋଲେରେ ଲୁଣ ଓ ଅଳ୍ପ ସୋଡ଼ା ପକାଇ ହାଇ ଫ୍ଲେମ୍‌ରେ ଗୋଟିଏ ସିଟି ଯାଏଁ ପ୍ରେସର କୁକରରେ ବସାନ୍ତୁ।
  • ଆଞ୍ଚ କମାଇ ୧୫ ମିନିଟ୍‌ ଯାଏଁ ସିଝାନ୍ତୁ ଓ ତା’ପରେ ପୁଣିଥରେ ଆଞ୍ଚ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଏବେ ଢାଙ୍କୁଣି ଖୋଲି ପାଣି ବାହାର କରିଦିଅନ୍ତୁ।
  • ଏବେ ଛୋଲେ ଅଧା ସିଝିଯାଇଥିବ। ଏବେ ପୁଣିଥରେ ନୂଆରେ ଥଣ୍ଡା ପାଣିରେ ଲୁଣ ଓ ସୋଡ଼ା ପକାଇ ପୁଣି ପ୍ରେସରରେ ବସାନ୍ତୁ। ଗୋଟିଏ ସିଟି ଦେବା ପରେ ଆଞ୍ଚ କମାଇ ୧୫ ମିନିଟ୍‌ ଫୁଟିବାକୁ ଛାଡ଼ି ଦିଅନ୍ତୁ।
  • ଥଣ୍ଡା ହୋଇଗଲେ କାଢ଼ି ଦିଅନ୍ତୁ। ଏବେ ଏହାକୁ ଆପଣ ବ୍ୟବହାର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.