ପଦ୍ମ ପୁରସ୍କାର ନାମାଙ୍କନ: ପ୍ରଧାନମନ୍ତ୍ରୀ ମୋଦି କହିଲେ, କାହାକୁ କରିପାରିବେ ଆପଣ ନୋମିନେଟ୍‌, ସାଥୀରେ କଲେ ଏହି ଅପିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନସାଧାରଣଙ୍କୁ ଅପିଲ କରିଛନ୍ତି କି, ଦେଶବାସୀ ନିଜ ପସନ୍ଦର ସେହି ଲୋକଙ୍କୁ ପଦ୍ମ ପୁରସ୍କାର ପାଇଁ ନାମିତ କରନ୍ତୁ, ଯେଉଁମାନେ ତୃଣମୂଳ ସ୍ତରରୁ ଅସାଧାରଣ କାମ କରୁଛନ୍ତି। ପିଏମ୍‌ ନିଜର ଏକ ଟ୍ଵିଟ୍‌ରେ ଲେଖିଛନ୍ତି ଯେ ‘ଭାରତରେ ତୃଣମୂଳ ସ୍ତରରେ ଅସାଧାରଣ କାମ କରୁଥିବା ଅନେକ ଲୋକ ଅଛନ୍ତି, କିନ୍ତୁ ତାଙ୍କ ବିଷୟରେ ବହୁତ ଲୋକ ଜାଣି ନାହାନ୍ତି। ଏହି ଲୋକେ ଶାନ୍ତ ରହି ଦେଶସେବାରେ ଯୋଗଦାନ କରିଥାଆନ୍ତି’।

ମୋଦି ପୁରସ୍କାର ପାଇଁ େଓ୍ଵବ୍‌ସାଇଟ ଲିଙ୍କ୍‌ ସେୟାର କରି ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ଅନେକ ପ୍ରତିଭାଶାଳୀ ଲୋକଙ୍କ ବିଷୟରେ ଅଧିକ ଦେଖିବାକୁ କି ଶୁଣିବାକୁ ମିଳି ନ ଥାଏ। କ’ଣ ଆପଣ ଏମିତି ପ୍ରେରକ ଲୋକଙ୍କୁ ଜାଣିଛନ୍ତି କି? ଆପଣ ତାଙ୍କୁ ପଦ୍ମ ପୁରସ୍କାର ପାଇଁ ନାମିତ କରିପାରିବେ। ନାମାଙ୍କନ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲା ଅଛି’। ସୂଚନାଥାଉ କି, ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିଶ ଅନଲାଇନରେ ହିଁ କରାଯିବ। ସରକାର ସେଲ୍ଫ ନୋମିନେଶନର ମଧ୍ୟ ବ୍ୟବସ୍ଥା କରିଛନ୍ତି।

ପଦ୍ମ ପୁରସ୍କାର- ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମ ଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। କହି ରଖୁଛୁ, ବିଗତ କିଛିବର୍ଷ ହେବ ମୋଦି ସରକାର ଶତାଧିକ କୀର୍ତ୍ତି ଅବିଦିତ ରହିଥିବା ନାୟକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉପଲବ୍ଧତା ଏବଂ ସମାଜରେ ସେମାନଙ୍କ ଯୋଗଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ୧୯୫୪ରେ ଆରମ୍ଭ ହୋଇଥିବା ଏହି ପୁରସ୍କାରର ଘୋଷଣା ଗଣତନ୍ତ୍ର ଦିବସ ଅବସରରେ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.