Toxic Shock Syndrome ମହିଳାଙ୍କ ପାଇଁ ହୋଇଥାଏ ବେଶ ଘାତକ, ଏଥିପାଇଁ ହୋଇଯାନ୍ତୁ ସତର୍କ

Toxic Shock Syndromeର ନାମ ଆପଣମାନେ ଖୁବ କମ ବାର ଶୁଣିଥିବେ । ଏହାର ଉପଚାର ଠିକ ଭାବେ ନକଲେ ବ୍ୟକ୍ତି ପାଇଁ ଅତ୍ୟନ୍ତ ଘାତକ ସାଜିଥାଏ । ଶରୀରରେ ସ୍ଟାଫ ବ୍ୟାକ୍ଟେରିଆର ପରିମାଣ ବଢ଼ିଲେ ଏହି ସମସ୍ୟା ଦେଖାଦିଏ ।

ସ୍ଟେଫିଲୋକୋକସ ଓରିୟସ୍ ବା ସ୍ଟାଫ ବ୍ୟାକ୍ଟେରିଆ ଶରୀରରେ ଅଧିକ ମାତ୍ରାରେ ବଢି ଚାଲିଲେ ଟକ୍ସିକ ସକ୍ ସିଣ୍ଡ୍ରୋମ ରୋଗ ଦେଖାଦିଏ । ଏହି ସମସ୍ୟା କେବଳ ମହିଳା ମାନଙ୍କ ପାଖରେ ଦେଖାଯାଏ । ମହିଳାମାନଙ୍କ ଋତୁସ୍ରାବ ସମୟରେ ଟକ୍ସିକ ସକ୍ ସିଣ୍ଡ୍ରୋମ ତାଙ୍କୁ ଅଧିକ ଭାବେ ପ୍ରଭାବିତ କରିଥାଏ । ବିଶେଷ କରି ଟାମ୍ପୋନ୍ସ ବ୍ୟବହାର କରୁଥିବା ମହିଳା ମାନେ ଏହି ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହାର ଲକ୍ଷଣ:

-ଅଚାନକ ଜ୍ୱର ହେବା
– ରକ୍ତଚାପ କମ
– ଡାଇରିଆ
– ହାଥ ଓ ମୁହଁରେ ଦାଗ ପଡ଼ିବା
– ଭୁଲିଯିବା
– ମାଂସପେଶୀରେ କଷ୍ଟ
-ମୁହଁ ଓ ଆଖି ନାଲି ପଡ଼ିବା
– ମୁଣ୍ଡ ବିନ୍ଧା

324234
pc: share care

ଏହି ସମସ୍ୟା ଦେଖାଗଲେ ରକ୍ତଚାପ କମ ହୋଇଯାଏ । ଏହାହେତୁ ଶରୀରରେ ଠିକ ପରିମାଣର ଅମ୍ଳଜାନ ପ୍ରବେଶ କରି ପାରି ନଥାଏ । ଯାହାପାଇଁ ମୃତ୍ୟୁର ମଧ୍ୟ ସାମ୍ନା କରିବାକୁ ପଡେ । ୨୦୧୨ରେ ଆମେରିକାର ୨୪ ବର୍ଷୀୟା ମଡେଲ ଲରିନ୍ ବାସେର ଏହି ରୋଗରେ ପୀଡ଼ିତ ଥିଲେ । ତାଙ୍କ ଶରୀରରେ ବିଷାକ୍ତ ପଦାର୍ଥ ଏତେ ମାତ୍ରାରେ ହୋଇଯାଇଥିଲା ଯେ, ସେ ନିଜ ଗୋଡ଼ରେ ଠିଆ ମଧ୍ୟ ହୋଇ ପାରୁ ନଥିଲେ । ଶେଷରେ ନିଜ ଏକ ଗୋଡ଼ କାଟିବାକୁ ପଡ଼ିଥିଲା ।

ବିଶେଷ କରି ପିଲା ଜନ୍ମ କରିବା ପରେ ମହିଳା ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥାଏ । ଏହା ସେହି ପୁରୁଷ ଏବଂ ମହିଳା ମାନଙ୍କ ମଧ୍ୟରେ ଦେଖାଦିଏ ଯେଉଁମାନେ ସର୍ଜରୀ, ଜ୍ୱଳନ କିମ୍ବା କ୍ଷତ ସ୍ଥାନରେ ନକଲି ଉପକରଣ ବ୍ୟବହାର କରିଥାନ୍ତି । କିମ୍ବା ଏଭଳି ଜିନିଷ ପ୍ରୟୋଗ କରିଥାନ୍ତି ଯାହା କାରଣରୁ ସ୍ଟାଫ ବ୍ୟାକ୍ଟେରିଆ ସଂକମ୍ରିତ ହୋଇଥାନ୍ତି ।

3253256346
pc: medicine net

ରିସର୍ଚ୍ଚ ଅନୁଯାୟୀ ୧୯ ବର୍ଷରୁ କମ ବୟସର ଝିଅ ମାନଙ୍କ ଠାରେ ଏହାର ଅଧିକ ମାମଲା ସାମ୍ନାକୁ ଆସିଛି । ତେଣୁ ଏହାକୁ ନଜରଅନ୍ଦାଜ କରିବା ଆଦୌ ଉଚିତ ନୁହେଁ । ଏହି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ ।

ଏହାର ସମାଧାନ ପାଇଁ ଡାକ୍ତର କିଛି ଆଣ୍ଟିବାୟୋଟିକ ମେଡିସିନ ଦେଇଥାନ୍ତି । ଏହାସହ ଅନ୍ୟାନ୍ୟ ଉପଚାର ମଧ୍ୟ ମେଡିସିନ ଦ୍ୱାରା ହେବା ସମ୍ଭବ ହୋଇଥାଏ । କିନ୍ତୁ ଏହା କେବଳ ପ୍ରାରମ୍ଭିକ ଷ୍ଟେଜରେ କାମ କରିଥାଏ । ସମସ୍ୟା ବଢ଼ିଗଲେ ଏହା ମେଡିସିନରେ କମିବା ଅସମ୍ଭବ ହୋଇଯାଏ । ତେଣୁ ଏହାକୁ ଧ୍ୟାନରେ ରଖି ଖୁବ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.