କରୋନା ଭ୍ୟାକ୍ସିନ ନେବାର ଆଗାମୀ ୩ ଦିନ ପର୍ଯ୍ୟନ୍ତ କରନ୍ତୁ ନାହିଁ ସେକ୍ସ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ଏଭଳି ଚେତାବନୀ

କରୋନା ଭ୍ୟାକ୍ସିନ ନେଉଥିବା ଲୋକଙ୍କୁ ଏବେ ସୁଦ୍ଧା ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଏବଂ କିଛି ଦିନ ଆରାମ କରିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ରୁଷର ସ୍ୱାସ୍ଥ୍ୟ ଅଧିକାରୀମାନେ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ ଭ୍ୟାକ୍ସିନ ଲଗାଇବା ପରେ ଅତି କମ୍‌ରେ ୩ ଦିନ ପର୍ଯ୍ୟନ୍ତ ସେକ୍ସ କରିବାଠୁ ଦୂରେଇ ରୁହନ୍ତୁ।

ସାରାଟୋଭର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଡେନିସ୍‌ ଗ୍ରେଫରଙ୍କ କହିବା ହେଲା, ‘ସେକ୍ସ କରିବା ପରେ ଶାରୀରିକ ଥକ୍କାପଣ ବଢ଼ି ଯାଇଥାଏ, ଯାହାକି ଏହି ସମୟରେ ଠିକ୍‌ ନୁହେଁ। ସମସ୍ତେ ଏ କଥା ଜାଣିଛନ୍ତି କି, ସେକ୍ସ ସମୟରେ ବହୁତ ଅଧିକ ଶକ୍ତି ବ୍ୟବହୃତ ହୋଇଥାଏ। ଏଥିପାଇଁ ଆମକୁ ଏଥିରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଉଛି। ଭ୍ୟାକ୍ସିନ ନେବାର ଆଗାମୀ ୩ ଦିନ ପର୍ଯ୍ୟନ୍ତ ସେକ୍ସ କରିବା ସମେତ ଶାରିରୀକ ଗତିବିଧିଗୁଡ଼ିକଠାରୁ ଦୂରେଇ ରହିବା ଉଚିତ।

ସେପଟେ ଏହି ଦାବି ଉପରେ ଜଣେ ବରିଷ୍ଠ ଚିକିତ୍ସା ଅଧିକାରୀ ଆଲୋଚନା କରିଛନ୍ତି। ସେ ଟିକାକରଣ ପରେ ସେକ୍ସ କରିବା ସମ୍ବନ୍ଧରେ କହିଛନ୍ତି ଯେ ‘ଆପଣ ଏହା କରିପାରିବେ। ବାସ୍‌, ଏହାକୁ ସାବଧାନତାର ସହ କରନ୍ତୁ। ରୁଷୀୟମାନଙ୍କୁ ସାମାନ୍ୟ ବୁଝିବା ଦରକାର ଏବଂ ଏହାକୁ ଅଧିକ କରିବା ଉଚିତ ନୁହେଁ’। କହି ରଖୁଛୁ, ରୁଷରେ ଏଥି ପୂର୍ବରୁ ମଧ୍ୟ ଲୋକଙ୍କୁ ଟିକାକରଣର ତୁରନ୍ତ ପରେ ଭୋଡ୍‌କା ପାଣି, ଧୂମ୍ରପାନ କରିବା ଏବଂ ସାଉନା ଷ୍ଟିମ୍‌ ବାଥ୍‌ ନେବାଠୁ ଦୂରେଇ ରହିବାକୁ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.