ଠେଙ୍ଗାରେ ପିଟି ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ଼(କେନ୍ୟୁଜ୍‌) : ବଡ଼ ଭାଇକୁ ହତ୍ୟା କଲା ଦୁଇ ସାନ ଭାଇ । ତାହା ପୁଣି ଠେଙ୍ଗାରେ ପିଟି ପିଟି । ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଳା କୋଇଡା ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ବଡ଼ ଭାଇ ପାତ୍ରାସ ମୁଣ୍ଡଶ(୩୦) ନିଜ ଦୁଇ ଭାଇ ଓ ଭଉଣୀଙ୍କ ସହ ବନ୍ଦଳ ଗ୍ରାମ ମୁଣ୍ଡା ବସ୍ତିରେ ରହୁଥିଲେ । ସାନ ଭାଇ ସମା ମୁଣ୍ଡା (୨୭) ୪ ମାସ ତଳେ ନିକଟସ୍ଥ ଗ୍ରାମର ଜଣେ ଖ୍ରୀଷ୍ଟିଆନ ଝିଅକୁ ବିବାହ କରିଥିଲେ । ଏହାକୁ ନେଇ ବଡ଼ ଭାଇ ସହ ସର୍ବଦା ପାଟି ତୁଣ୍ଡ ଲାଗୁଥିଲା ।

ଗତାକାଲି ମଧ୍ୟ ବଡ଼ ଭାଇ ସାନ ଭାଇର ସ୍ତ୍ରୀ ଯାତ୍ରୀକୁ ଆକ୍ଷେପ କରି କହିଥିଲା । ଏ ସମ୍ପର୍କରେ ଯାତ୍ରୀ ସ୍ୱାମୀଙ୍କୁ କହିବା ପରେ ଗତକାଲି ମଧ୍ୟରାତିରେ ସମା ତା’ର ସାନ ଭାଇ ବିଲ୍ଲାନ (୨୦) ସହ ମିଶି ବଡ଼ ଭାଇ ପାତ୍ରାସକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ।

ସାନ ଭଉଣୀ ବିର୍ସି ମୁଣ୍ଡା(୧୬) ପ୍ରତିବାଦ କରି ମଧ୍ୟ ଭାଇଙ୍କ କୋପରୁ ରକ୍ଷା ପାଇନଥିଲା । ଫଳରେ ସେ ଜୀବନ ବିକଳରେ ଦୌଡି ପଳାଇଥିଲା । ଖବର ପାଇ କୋଇଡା ଥାନା ଅଧିକାରୀ ଦୁଇ ଭାଇଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.