ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ସ୍ଥିର ହେଲା ନୀତି ନିର୍ଘଣ୍ଟ, ସକାଳ ସାଢ଼େ ୮ଟାରେ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି

ପୁରୀ(କେ ନ୍ୟୁଜ): ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା କାଲି ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତୀ, ୫ଟାରେ ମଇଲମ, ତଡପଲାଗି, ରୋଷହୋମ ନୀତି ସମ୍ପାଦିତ ହେବ । ସାଢ଼େ ୫ଟାରେ ଅବକାଶ, ୫ଟା ୪୫ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ଏହାପରେ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପାଦିକ ହେବ । ସକାଳ ୮ଟାରୁ ରଥ ପ୍ରତିଷ୍ଠା ହେବ । ସକାଳ ୮ଟା ୧୫ରେ ମଙ୍ଗଳାର୍ପଣ ପରେ ସକାଳ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି । ସାଢ଼େ ୧୧ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ଏହାପରେ ରଥରୁଢ଼ ଶ୍ରୀଜିଉମାନଙ୍କର କିଛି ନୀତି ହେବ । ଅପରାହ୍ଣ ୧୨ଟା ୪୫ରୁ ଦିନ ୨ଟା ଭିତରେ ରଥ ଉପରେ ଛେରା ପହଁରା କରିବେ ଗଜପତି ମହାରାଜ । ଦିନ ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ଦିନ ୩ଟାରୁ ରଥଟଣା ଆରମ୍ଭ ହେବ ।

ରଥଯାତ୍ରା ନୀତି ନିର୍ଘଣ୍ଟ:

ଭୋର୍‌ ୪.୩୦: ମଙ୍ଗଳ ଆଳତୀ
ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ
ସକାଳ ୫.୩୦: ଅବକାଶ
ସକାଳ ୫.୪୫: ସୂର୍ଯ୍ୟପୂଜା
ସକାଳ ୬ଟା: ଦ୍ୱାରପାଳ ପୂଜା, ବେଶ ଶେଷ
ସକାଳ ୬.୩୦ରୁ ୭.୩୦: ଗୋପାଳ ବଲ୍ଲଭ ଓ ସକାଳ ଧୂପ
ସକାଳ ୮ଟା: ରଥ ପ୍ରତିଷ୍ଠା
ସକାଳ ୮.୧୫: ମଙ୍ଗଳାର୍ପଣ
ସକାଳ ୮.୩୦: ପହଣ୍ଡି ଆରମ୍ଭ
ସକାଳ ୧୧.୩୦- ପହଣ୍ଡି ଶେଷ
ଦିନ ୧୨.୪୫ରୁ ଦିନ ୨ଟା- ଛେରା ପହଁରା
ଦିନ ୨ରୁ ୩ଟା- ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା
ଦିନ ୩ଟା- ରଥଟଣା ଆରମ୍ଭ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.