Below header

ବର୍ଷାଋତୁରେ ଇମ୍ୟୁନିଟୀ ବଢ଼ାଇବ ଏହି ଖାଦ୍ୟ, ରୋଗଠୁ ରହିବେ କୋଷେ ଦୂରେ

ପ୍ରାୟତଃ ଲୋକଙ୍କୁ ବର୍ଷାଋତୁ ପସନ୍ଦ ଥାଏ । କିନ୍ତୁ ଏହି ଋତୁ ଯେତିକି ଭଲ ହୋଇଥାଏ, ସେତିକି ଚିନ୍ତା ଜନକ ବି ହୋଇଥାଏ । କରଣ ଏହି ଋତୁ ଆସିବା ସହିତ ଅନେକ ରୋଗକୁ ସାଥିରେ ନେଇ ମଧ୍ୟ ଆସିଥାଏ ।

ପ୍ରାୟତଃ ଲୋକଙ୍କୁ ବର୍ଷାଋତୁ ପସନ୍ଦ ଥାଏ । କିନ୍ତୁ ଏହି ଋତୁ ଯେତିକି ଭଲ ହୋଇଥାଏ, ସେତିକି ଚିନ୍ତା ଜନକ ବି ହୋଇଥାଏ । କରଣ ଏହି ଋତୁ ଆସିବା ସହିତ ଅନେକ ରୋଗକୁ ସାଥିରେ ନେଇ ମଧ୍ୟ ଆସିଥାଏ । ଯେଉଁ କାରଣରୁ ଋତୁ ବଦଳିବା ସହିତ ଆମର ଇମ୍ୟୁନିଟି ବି ଦୁର୍ବଳ ହୋଇଯାଏ । ଏହା ଦ୍ୱାରା ଭାଇରାଲ ଏବଂ ଇନଫେକ୍ସନର ବିପଦ ବଢିଯାଏ । ଏମିତିରେ ବର୍ଷାଋତୁର ମଜା ନେବା ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ନିହାତି ଆବଶ୍ୟକ । ତେଣୁ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଡାଏଟରେ ସାମିଲ କରି ନିଜର ଇମ୍ୟୁନିଟି ପାୱାରକୁ ବଢାଇ ପାରିବେ ଏବଂ ରୋଗାଗ୍ରସ୍ଥ ହେବାଠୁ ଦୂରେଇ ରହି ପାରିବେ ।

ଜାଣନ୍ତୁ କେଉଁ ଜିନିଷ ରୋଗଠୁ ରଖିବ ଦୂରରେ

ତୁଳସୀ ଆର୍ୟୁବେଦିକ ଜଡି଼-ବୁଟୀ ଭାବରେ ଜଣା ଯାଏ । ବର୍ଷା ଦିନରେ ଅନେକ ରୋଗର ସଂଙ୍କଟ ରହିଥାଏ । ତୁଳସୀର ପତ୍ର ଖାଇବା ଦ୍ୱାରା କେବଳ ରୋଗ ଭଲ ହୁଏ ତାହା ନୁହଁ, ଏହା ଦ୍ୱାରା ଶରୀରରେ ଥିବା ଇମ୍ୟୁନିଟି ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଏହାକୁ ଆପଣ ସିଧା ସଳଖ ଖାଇପାରିବେ, ଚାହାରେ ପକାଇ ପିଇ ପାରିବେ ଏବଂ ସୁପ ବନାଇ ମଧ୍ୟ ପିଇ ପାରିବେ ।

ଅଦା ଜିନଜରୋଲ୍ସ, ପେରାଡୋଲ୍ସ, ସେସ୍କ୍ୟୁଡରପେନ୍ସ, ଶୋଗାଓଲ୍ସ ଏବଂ ଜିନଜରୋନରେ ଭରପୁର ହୋଇ ରହିଥାଏ । ଏଥିରେ ଶକ୍ତଶାଳୀ ଆଣ୍ଟିଅକ୍ସିଡେଣ୍ଟର ଗଣୁ ରହିଥାଏ । ଥଣ୍ଡା ଏବଂ ଜ୍ୱର ପାଇଁ ଏହା ଲାଭଦାୟକ ଅଟେ ।

ଗୋଲମରିଚରେ ପାଇପରିନ ନାମକ ଏକ ତତ୍ୱ ରହିଥାଏ, ଯେଉଁଥିରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ରୋଗାଣୁରୋଧିର ଗୁଣ ରହିଥାଏ । ଏହା ଖାଇବାର ସ୍ୱାଦ ବଢାଇବା ସହିତ ଶରୀର ପାଇଁ ଲାଭଦାୟକ ମନେକରାଯାଏ ।

ବର୍ଷା ଋତୁରେ ଯଦି ଲେମ୍ବୁ ଭଳି ଖଟା ଫଳ ଖାଆନ୍ତି, ତେବେ ଇମ୍ୟୁନିଟି ଶକ୍ତ ହୋଇ ରହିବ । ବାସ୍ତବରେ ଏଥିରେ ଭିଟାମିନ ସି ଭରପୁର ହୋଇ ରହିଥାଏ । ଏହା ମଧ୍ୟ ଶକ୍ତିଶାଳି ଏଣ୍ଟିଅକ୍ସିଡେଣ୍ଟ ଅଟେ,ଯାହା ଇମ୍ୟୁନିଟିକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ ।

ବର୍ଷାଋତୁରେ ଇନଫେକ୍ସନର ବିପଦ ବଢିଯାଇଥାଏ । ଏଥିରୁ ବଞ୍ଚିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର କରିପାରିବେ । ଏଥିରେ ଏଣ୍ଟିବାୟୋଟିକ ଏବଂ ଏଣ୍ଟିଫଙ୍ଗଲ ଗୁଣ ମଧ୍ୟ ମିଳିଥାଏ । ଯାହା ଆପଣଙ୍କୁ ରୋଗ ଠାରୁ ଦୂରେଇ ରଖିବ । ଏହା ବ୍ୟତୀତ ଏହି ପତ୍ରରେ ହାଇପୋଗ୍ଲାଇସେମିକ ଗୁଣ ଥାଏ ଯାହା ଆପଣଙ୍କ ଶରୀରର ଶର୍କରା ସ୍ତରକୁ କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.