ଅଘୋରୀଙ୍କ ବିଷୟରେ କିଛି ଅକୁହା କଥା
ଅଘୋରୀ ବାବା ସାଧୁ ସନ୍ଥଙ୍କ ମଧ୍ୟରୁ ପୁରା ଅଲଗା, ଏମାନେ ଶ୍ମଶାନରେ ବାସ କରିଥାନ୍ତି। ଯେଉଁଠାରେ କେବଳ ଶବଦାହ ହୋଇଥାଏ। ମଲା ମଣିଷର ଜୁଇ ପାଖରେ ଏମାନେ ରହିବାକୁ ପସନ୍ଦ କରନ୍ତି । ଏମିତି କହିବାକୁ ଗଲେ ଏହା ତାଙ୍କ ବାସସ୍ଥାନ। କୁହାଯାଏ ଅଘୋରୀ ହେଉଛନ୍ତି ଶିବଙ୍କ ବଂଶଧର। ଭଗବାନ ଶିବଙ୍କ ଅବତାର ଭଗବାନ ଦତାତ୍ରେୟଙ୍କୁ ଆଘୋରୀ ଶାସ୍ତ୍ରର ଗୁରୁ ବୋଲି ବିବେଚନା କରାଯାଏ । ଭଗବାନ ବିଷ୍ଣୁ, ଭଗବାନ ବ୍ରହ୍ମା ଏବଂ ଭଗବାନ ଶିବଙ୍କ ଅଂଶରୁ ଦତାତ୍ରେୟ ଅବତାରିତ ହୋଇଥିବା କୁହାଯାଏ । ତେଣୁ ଶ୍ମଶାନରେ ପ୍ରଭୁ ମହାଦେବ ବାସ କରନ୍ତି, ଏହି କାରଣରୁ ହୁଏତ ଅଘୋରୀ ମାନେ ବି ଏହିଠାରେ ବାସ କରିଥାନ୍ତି।

ସନାତନ ଧର୍ମରେ ସାଧୁ ସନ୍ଥଙ୍କ ଅନେକ ମହତ୍ୱ ରହିଛି। ଏମାନଙ୍କର ଜୀବନଶୈଳୀ, ରହିବା , ଖାଇବା, ପିଇବା ସବୁକିଛି ଖାସ ଓ ଅନ୍ୟମାନଙ୍କ ଠୁ ଥାଏ ସମ୍ପୂର୍ଣ୍ଣ ଅଲଗା। କିଛି ସାଧୁ ସନ୍ଥଙ୍କ ଜୀବନ ତ ପୁରା ରହସ୍ୟମୟ ଥାଏ। ଏମାନଙ୍କ ମଧ୍ୟରେ ଅଘୋରୀ ବାବ ପ୍ରମୁଖ। ଅଘୋରୀ ବାବା ଅନ୍ୟ ସାଧୁ ସନ୍ଥଙ୍କଠୁ ଥାନ୍ତି ପୁରା ଅଲଗା। ତାଙ୍କୁ ଦେଖିଲେ ଭୟ ମଧ୍ୟ ଲାଗେ। ତାଙ୍କ ବେଶ ପୋଷାକ ରହିବା ଶୈଳୀ ଥାଏ ପୁରା ଅଲଗା। ଲାଗେ ଯେପରି ସେମାନେ ଏ ଦୁନିଆର ନୁହଁନ୍ତି । ଏମାନେ ସାମାନ୍ୟ ଜୀବନଶୈଳୀ କୁ ଅତିବାହିତ କରନ୍ତି ନାହିଁ। ଏମାନଙ୍କ ରହିବା ଖାଇବା ର କିଛି ଠିକ ଠିକଣା ନଥାଏ।
ଏହାବ୍ୟତିତ ନାଗା ସାଧୁଙ୍କ ଜୀବନ ମଧ୍ୟ ରହସ୍ୟମୟୀ ଥାଏ। କିନ୍ତୁ ସାଧୁ ସନ୍ଥଙ୍କ ସମାଜରେ ଗୋଟିଏ ଜିନିଷ ସମାନ ଦେଖିବାକୁ ମିଳିଥାଏ। ସେମାନେ ଅବିବାହିତ ରହିଥାନ୍ତି ।ଆଉ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି। କିନ୍ତୁ ଅଘୋରୀ ବାବାଙ୍କ କ୍ଷେତ୍ରରେ ଏସବୁ ଦେଖିବାକୁ ମିଳିନଥାଏ। ସେ ଭଗବାନ ଶିବଙ୍କ ପରି ତାଙ୍କ ଶରୀରରେ ଶବଦାହର ପାଉଁଶ ବୋଳି ହୋଇ ରହିଥାନ୍ତି। ଅଧିକାଂଶ ସମୟ ସେମାନେ ତନ୍ତ୍ର ସାଧନାରେ ବିତାଇଥାନ୍ତି। ଜାଣନ୍ତୁ ଆଜି ଅଘୋରୀ ବାବାଙ୍କ ଜୀବନ ଜିଇଁବା କାହାଣୀ।
ଅଘୋରୀ ବାବା ସାଧୁ ସନ୍ଥଙ୍କ ମଧ୍ୟରୁ ପୁରା ଅଲଗା, ଏମାନେ ଶ୍ମଶାନରେ ବାସ କରିଥାନ୍ତି। ଯେଉଁଠାରେ କେବଳ ଶବଦାହ ହୋଇଥାଏ। ମଲା ମଣିଷର ଜୁଇ ପାଖରେ ଏମାନେ ରହିବାକୁ ପସନ୍ଦ କରନ୍ତି । ଏମିତି କହିବାକୁ ଗଲେ ଏହା ତାଙ୍କ ବାସସ୍ଥାନ। କୁହାଯାଏ ଅଘୋରୀ ହେଉଛନ୍ତି ଶିବଙ୍କ ବଂଶଧର। ଭଗବାନ ଶିବଙ୍କ ଅବତାର ଭଗବାନ ଦତାତ୍ରେୟଙ୍କୁ ଆଘୋରୀ ଶାସ୍ତ୍ରର ଗୁରୁ ବୋଲି ବିବେଚନା କରାଯାଏ । ଭଗବାନ ବିଷ୍ଣୁ, ଭଗବାନ ବ୍ରହ୍ମା ଏବଂ ଭଗବାନ ଶିବଙ୍କ ଅଂଶରୁ ଦତାତ୍ରେୟ ଅବତାରିତ ହୋଇଥିବା କୁହାଯାଏ । ତେଣୁ ଶ୍ମଶାନରେ ପ୍ରଭୁ ମହାଦେବ ବାସ କରନ୍ତି, ଏହି କାରଣରୁ ହୁଏତ ଅଘୋରୀ ମାନେ ବି ଏହିଠାରେ ବାସ କରିଥାନ୍ତି।
ସେମାନେ ଶିବଭକ୍ତ ଭାବେ ଶ୍ମଶାନରେ ରହି ଭଗବାନଙ୍କ ଉପାସନା କରନ୍ତି। ତାଙ୍କ ଜୀବନଶୈଳୀ ଏତେ ଅଜବ ଥାଏ ଯେ କେହି ବି ଦେଖିଲେ ଭୟ କରିଯିବେ। ଏହା ତାଙ୍କୁ ସବୁଠି ଚର୍ଚ୍ଚିତ କରି ରଖିପାରିଛି। ଅଘୋରୀ ବାବା ରାତିରେ ତନ୍ତ୍ର ସାଧନା କରନ୍ତି। ତନ୍ତ୍ର ମନ୍ତ୍ର ପ୍ରୟୋଗ କରି ସେମାନେ ଭଗବାନଙ୍କ ନିକଟବର୍ତ୍ତୀ ରୁହନ୍ତି ବୋଲି ଶୁଣିବାକୁ ମିଳେ। ଆଉ ତାଙ୍କର ଏହି ପ୍ରୟାସ ଏଭଳି କିଛି ଥାଏ ଯାହାକୁ ଶୁଣିଲେ ଆପଣ ଡ଼ରିଯିବେ।
କୁହାଯାଏ ଅଘୋରୀ ମାନେ ଅଧାଜଳା ଶବ କୁ ଖାଇଥାନ୍ତି। ଏହା କେତେ ଦୂର ସଠିକ ତାହା ଆମେ ଜାଣିନାହିଁ। କିନ୍ତୁ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଏମିିତିକି ସେମାନେ ଶବ ସହ କୁଆଡେ ସମ୍ବନ୍ଧ ମଧ୍ୟ ରଖିଥାନ୍ତି। କେଉଁ କାରଣ ପାଇଁ ରଖନ୍ତି , ଏହା କରିବା ପଛରେ ଉଦ୍ଦେଶ୍ୟ କଣ , ପ୍ରକୃତରେ ଏହି କଥାର ସତ୍ୟତା କେତେ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ିନାହିଁ। କେବଳ ଏତିକି ନୁହେଁ ଶୁଣିବାକୁ ମିଳେ ଯେ ସେମାନେ ମହିଳାଙ୍କ ସହ ସେମାନଙ୍କ ମାସିକ ଧର୍ମ ସମୟରେ ମଧ୍ୟ ସମ୍ବନ୍ଧ ରଖିଥାନ୍ତି। କିନ୍ତୁ ଏହି କଥାର ସତ୍ୟତା କେତେ ତାହା ଜଣାପଡ଼ିନାହିଁ।
ସେମାନଙ୍କ ବିଶ୍ୱାସ ରହିଛି ଯେ ଯଦି ସେମାନେ ଶବଙ୍କ ସହିତ ସମ୍ବନ୍ଧ ବନାଇବା ସମୟରେ ନିଜକୁ ଭଗବାନଙ୍କ ଭକ୍ତିରେ ଲୀନ କରନ୍ତି ତେବେ ତାଙ୍କ ସାଧନା ସଫଳ ହେବ। ଅଘୋରୀଙ୍କ ଜୀବନର ସବୁଠୁ ବଡ଼ ବିଭତ୍ସ କଥା ହେଉଛି ସେ ମଣିଷ ମାଂସ ଖାଆନ୍ତି। ସେମାନେ ଶ୍ମଶାନରେ ରୁହନ୍ତି ସେଠାରେ ଅଧାଜଳା ଶବ ର ମାଂସକୁ ଖାଇଥାନ୍ତି। ଏହାକୁ ନେଇ କିଛି ତଥ୍ୟ କିନ୍ତୁ ମିଳିନାହିଁ। ସେମାନଙ୍କର ବିଶ୍ୱାସ ରହିଛି ଯେ ଏମିତି କରିବା ଦ୍ୱାରା ସେମାନଙ୍କ ତନ୍ତ୍ର ଶକ୍ତି ପ୍ରବଳ ହୋଇଯାଇଥାଏ। ଏହାବ୍ୟତିତ ସେମାନେ ଅନେକ ପ୍ରକାରର ନିଶା ମଧ୍ୟ ସେବନ କରନ୍ତି।