Below header

ଘର ଦେବାକୁ କହି ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା: ମିଶ୍ର କ୍ରିଏସନ ଡାଇରେକ୍ଟରକୁ ଗିରଫ କଲା କ୍ରାଇମବ୍ରାଞ୍ଚର EOW

ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୨୦୧୬ ମସିହାରେ ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା ସଂସ୍ଥା । ୩୦ ମାସ ମଧ୍ୟରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ନହେଲେ ଟଙ୍କା ଫେରସ୍ତ କରିବ ବୋଲି ସଂସ୍ଥା ସହିତ ଚୁକ୍ତି ହୋଇଥିଲା।

ଭୁବନେଶ୍ୱର(କେନ୍ୟୁଜ୍): ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ ଆଡିସିନାଲ ଡାଇରେକ୍ଟର ସନ୍ତୋଷ କୁମାର ରଥ ଗିରଫ । ଅଭିଯୁକ୍ତ ସନ୍ତୋଷ କୁମାର ରଥକୁ ଗିରଫ କଲା କ୍ରାଇମବ୍ରାଞ୍ଚର EOW । ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳର ସ୍ୱଦେଶ ରାୟ ଚୌଧୁରୀଙ୍କ ଅଭିଯୋଗ କ୍ରମେ ତାକୁ ଗିରଫ କରାଯାଇଛି ।

ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୨୦୧୬ ମସିହାରେ ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା ସଂସ୍ଥା । ୩୦ ମାସ ମଧ୍ୟରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ନହେଲେ ଟଙ୍କା ଫେରସ୍ତ କରିବ ବୋଲି ସଂସ୍ଥା ସହିତ ଚୁକ୍ତି ହୋଇଥିଲା। ସଂସ୍ଥାର ୟୁଟୋପିଆ ପ୍ରକଳ୍ପରେ ଫ୍ଲାଟ ଦେବାକୁ କୁହାଯାଇଥିଲା ।

ଯାହାର ମାର୍କେଟିଂ ଦାୟିତ୍ବରେ ଥିଲେ ସନ୍ତୋଷ । ପାଖାପାଖି ୧୩୦ଜଣଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଅଗ୍ରୀମ ଆକାରରେ ନେଇଛି ସମ୍ପୃକ୍ତ ବିଲ୍ଡର ସଂସ୍ଥା । ଫ୍ଲାଟ ମିଳିବା ପରେ ବକେୟା ଅର୍ଥ ଦେଇଥାନ୍ତେ ଗ୍ରାହକ । ୮ ବର୍ଷ ପରେ ମଧ୍ୟ ଫ୍ଲାଟ କିମ୍ବା ଟଙ୍କା ଫେରସ୍ତ ନପାଇବାରୁ EOW ପାଖରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସନ୍ତୋଷ ବିରୋଧରେ ଆଇପିସି ଦଫା ୪୦୬, ୪୨୦, ୪୬୭ ଓ ୧୨୦B ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି EOW । ଏହି ମାମଲାରେ ପୂର୍ବରୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ରକୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.