କୈଳାସ ପର୍ବତରେ ସତରେ ଅଛନ୍ତି କି ଭଗବାନ ଶିବ?
କୈଳାସ ପର୍ବତ ଉପର ଦେଇ ନା ଉଡ଼ିପାରେ ହେଲିକପ୍ଟର ନା ଡ୍ରୋନ, କଣ ରହିଛି ବୈଜ୍ଞାନିକ କାରଣ?

କୈଳାସ ପର୍ବତକୁ ନେଇ ସବୁବେଳେ ରହସ୍ୟ ଲାଗିରହିଥାଏ। ଏହାକୁ ନେଇ ଅନେକ ଖବର ସାମ୍ନାକୁ ମଧ୍ୟ ଆସେ। ଏମିତିରେ ନାଶା ର ଏକ ଟିମ ମଧ୍ୟ କୈଳାସ ପର୍ବତ ଉପରକୁ ଯିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେଠି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ନାଶାର ପୁରା ଟିମ ର ହୋସ ଉଡ଼ିଗଲା। ଯେବେ ସେ କୈଳାସ ପର୍ବତରେ ଥିବା ଏହି ଘଟଣା ବିଷୟରେ ଜାଣିଲା।
ଆଜି ପର୍ଯ୍ୟନ୍ତ କେହି ବି କୈଳାସ ପର୍ବତ ଉପରକୁ ଯାଇପାରିନାହିଁ। କଣ ରହିଛି ଏହା ପଛରେ କାରଣ? କିଛି ବୈଜ୍ଞାନିକ କାରଣ ନା କିଛି ଦୈବୀଶକ୍ତିର ପ୍ରଭାବ? ବିଶ୍ୱାସ ଅଛି ଏଠାରେ ସ୍ୱୟଂ ଦେବ ଦେବ ମହାଦେବ ବାସ କରନ୍ତି। ଏହା ତାଙ୍କ ଘର। ହୁଏତ ଭଗବାନଙ୍କ ପାଖକୁ ଯିବା ଏତେ ସହଜ କଥା ନୁହେଁ। ବଞ୍ଚିଥିବା ଅବସ୍ଥାରେ ସମ୍ଭବ ନୁହେଁ। ସେଥିପାଇଁ ହୁଏତ କୈଳାସ ପର୍ବତ ଉପରକୁ ଏମିତି ଯିବା କାହା ପାଖରେ ସମ୍ଭବ ନୁହେଁ।
ଏମିତିକି ଏହା ଉପରେ ହେଲିକପ୍ଟର କିମ୍ବା ଡ୍ରୋନ ମଧ୍ୟ ଯାଇପାରେ ନାହିଁ। ଆଜି ଆମେ ଏହାକୁ ନେଇ କିଛି ରୋଚକ କଥା କହିବୁ। ଏହାକୁ ନେଇ କିଛି ରହସ୍ୟ କହିବୁ। ଯାହାକୁ ନାଶା ର ଏକ ଟିମ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି।
ଶିବଙ୍କ ନିବାସ ସ୍ଥାନ କୈଳାସ ପର୍ବତ। ହିମାଳୟର ପବିତ୍ର ପର୍ବତମାଳା ମଧ୍ୟରୁ କୈଳାସ ହେଉଛି ଅନ୍ୟତମ। ଭାରତ ଏବଂ ତିବ୍ଦତ ର ସୀମାରେ ଅବସ୍ଥିତ ଏହି ପର୍ବତକୁ ନେଇ ଅନେକ ବିଶ୍ୱା ସ ରହିଛି। ଶିବପୁରାଣରେ ଏହା ଦେବଦର୍ଶନ ଭିତରୁ ଗୋଟିଏ ିସ୍ଥାନ ମନାଯାଏ । ଏହାର ଉଚ୍ଚତା ୬,୬୩୮ ମିଟର ମାନେ ପାଖାପାଖି ୨୧,୭୭୮ ଫୁଟ ।
ଏହାକୁ ଚଢ଼ିବା ବହୁତ କଷ୍ଟ। ତେଣୁ ଅନେକ ଲୋକ ପ୍ରୟାସ କରି ଅଧାରୁ ଫେରିଛନ୍ତି । କୁହାଯାଏ ଏହାର କିଛି ଉପରକୁ ଚଢ଼ିବା ପରେ ଲୋକଙ୍କୁ ଦିଗ ସମ୍ପର୍କରେ କିଛି ଜଣା ପଡ଼ିନଥାଏ। ଦିଶା ଭ୍ରମ କାରଣରୁ ଅନେକ ଲୋକ ଭୟରେ ଏହି ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି ନାହିଁ।
ଋଷର ଏକ ଆଶ୍ଚର୍ଯ୍ୟକାରୀ ମତ ଦେଇଛନ୍ତି। ଯାହାକୁୁ ଶୁଣିଲେ ଆପଣ ବି ହୁଏତ ବିଶ୍ୱାସ କରିବେନି। ତାଙ୍କ କହିବା ଅନୁସାରେ ଏହା ପ୍ରାକୃତିକ ଭାବେ ନୁହେଁ ବରଂ ଏହା ଏକ ପିରାମିଡ଼ । ଯାହାକୁ ସୁପର ନାଚୁରାଲ ଶକ୍ତି ରେ ତିଆରି କରାଯାଇଛି। ତେବେ ଅନେକ ଏହାକୁ ବିଶ୍ୱାସ ମଧ୍ୟ କରୁଛନ୍ତି। କାରଣ ପାହାଡ଼ ର ଆକାର ତ୍ରିକୋଣ ହୋଇଥିବା ବେଳେ ଏହାର ୪ଟି କୋଣ ରହିଛି। ପୁରାଣରେ ଏହାକୁ ସୃଷ୍ଟିର କେନ୍ଦ୍ର ମଧ୍ୟ କୁହାଯାଉଛି। ଏହାର ପ୍ରତ୍ୟେକଟି କୋଣ ସୁନା, ରୁବି ବା ମାଣିକ୍ୟ ତଥା କ୍ରିଷ୍ଟାଲ , ଲାପିସ ଆଦି ଧାତୁରେ ଆଚ୍ଛାଦିତ ହୋଇ ରହିଛି।
ନାସାର ଏକ ଟିମ ର କହିବା ଅନୁଯାୟୀ ଏହାର ଉପରି ଭାଗରେ ଏକ ଅଦ୍ୱିତୀୟ ଶକ୍ତି ରହିଛି ଯାହା କାରଣରୁ ଏଠାରେ ହେଉଥିବା ଘଟଣା ସମସ୍ତଙ୍କୁ ଚକିତ କରାୁଛି। କୁହାଯାଉଛି ଏହା ଆକାଶ ଓ ପୃଥିବୀ ସହ ସମ୍ବନ୍ଧିତର ଏକ ବିନ୍ଦୁ। ଯେଉଁଠି ଦଶ ଦିଗର ମିଳନ ହୁଏ।
ଏଠାରେ ଥିବା ପଥର ଅନ୍ୟ ପଥରଠୁ ରହିଛି ସମ୍ପୂର୍ଣ୍ଣ ଅଲଗା। ଏହା ରଙ୍ଗ ବେରଙ୍ଗର ରହିଛି। ଯେପରି କି ଜେମଷ୍ଟ୍ରୋନ ଓ କ୍ରିଷ୍ଟାଲ ର ଖଣି ଏହି ଠାରେ ହିଁ ଅଛି। ଅନେକ ଚାନ୍ଦି ଧାତୁ ସହିତ ମୂଲ୍ୟବାନ ପଥର ରହିଛି। ଏହା ସାଧାରଣ ପଥର ଠୁ ପୂରା ଅଲଗା। ଏଠାରେ ଦୁଇଟି ସରୋବର ଅଛି। ପ୍ରଥମଟି ମାନସରୋବର। ଯାହାର ପାଣି ସବୁଠୁ ମଧୁର। ଅନ୍ୟଟି ରାକ୍ଷସ ନାମକ ଝରଣା। ଯାହାର ପାଣି ପୁରା ଖାରିଆ ବା ଲୁଣିଆ। ଏହାର ଆକାର ଚନ୍ଦ୍ରମା ସମାନ ରହିଛି। ମାନେ ଏହି ଦୁଇଟି ସରୋବାର ସୂର୍ଯ୍ୟ ଓ ଚନ୍ଦ୍ର ସମାନ ଆକାରର ରହିଛି। ଭାବନ୍ତୁ ଏହାର ଉପରି ଭାଗ ତାହାଲେ କେତେ ବଡ଼ ଆକାରର ଥିବ..ଏଠାରେ ଉଭୟ ସକାରତ୍ମକ ଓ ନକାରାତ୍ମକ ଉର୍ଜା ରହିଛି।
ଏହାର ଦକ୍ଷିଣ ପାର୍ଶ୍ୱରେ ଏକ ସ୍ୱସ୍ତିକ ଚିହ୍ନ ରହିଛି। ତେବେ କୈଳାସର ୪ଟି କୋଣରୁ ୪ଟି ନଦୀ ବାହାରିଛି। ବ୍ରହ୍ମପୁତ୍ର, ସିନ୍ଧୁ ,ସତଲେଜ ଓ କରନାଲୀ। ଏହି ନଦୀର ସମିଶ୍ରଣରୁ ହିଁ ଗଙ୍ଗା ଓ ସରସ୍ୱତୀ ଆଦି ନଦୀର ଉତ୍ପତି ହୋଇଛି। କୁହାଯାଏ ଏହି ୪ଟି କୋଣରେ ୪ଟି ପଶୁଙ୍କର ମୁହଁ ଅଛି। ଯେଉଁଠାରୁ ଏହି ନଦୀ ବାହାରିଛି।
ଆଜି ବି ଏହାର ଅଲୋକିକ ଶକ୍ତି ଏହି ପର୍ବତର ସୁରକ୍ଷା କରିଥାଏ। ତେଣୁ କେହି ବି ଏହାର ଶିଖରକୁ ଯାଇପାରନ୍ତି ନାହିଁ। ବୈଜ୍ଞାନିକ ମାନ୍ୟତା ଅନୁସାରେ ଏଠାରେ ପୂର୍ବରୁ ସମୁଦ୍ର ଥିଲା। ଭାରତୀୟ ମହାଦ୍ୱୀପ ଋଷିୟାନ ମହାଦ୍ୱୀପ ସହ ମିଶିବା ପରେ ଏଠାରେ ହିମାଳୟ ପର୍ବତ ମାଳା ତିଆରି ହେଲା। ସମୁଦ୍ର ଗାଏବ ହୋଇଗଲା ଆଉ ପହାଡ଼ ବନିଗଲା। ନାସା ୨୦୧୫ରେ ଏକ ସାଟେଲାଇଟ ଏଠାକୁ ପଠାଇଥିଲ। ରିସର୍ଚ୍ଚରେ ଭଗବାନ ଧ୍ୟାନ ମୁଦ୍ରାରେ ବସିଥିବାର ଅନୁମାନ ମିଳିଥିଲା। ଏହାପରେ ବିଶ୍ୱାସ ହେଲା ଯେ ଏଠାରେ ପ୍ରଭୁ ନିଜେ ବାସ କରୁଛନ୍ତି। ଆପଣ କୈଳାସ ପର୍ବତକୁ ନେଇ କେଉଁ ସବୁ କଥା ଶୁଣି ଛନ୍ତି ଆମ ସହ ସେୟାର କରନ୍ତୁ।