ଏହି ୫ଟି ଗୁଣ ଥିବା ଝିଅଙ୍କ ସହିତ ବିବାହ କରିବାକୁ ଚାହିଁଥାନ୍ତି ପୁଅମାନେ

ଏମିତିରେ କୁହାଯାଏ ଯୋଡି ଉପରୁ ଗଢାହୋଇ ଆସିଥାଏ । ଯାହା ଭାଗ୍ୟରେ ଯିଏ ଲେଖା ଥାଏ ତାକୁ ସେ ହିଁ ମିଳେ । ଯେମିତି ଝିଅମାନେ ବିବାହ ପାଇଁ ଯେତେବେଳେ ପୁଅ ପସନ୍ଦ କରିଥାନ୍ତି ସେତେବେଳେ ତାଙ୍କ ମୁଣ୍ଡରେ ପରଫେକ୍ଟ ପାର୍ଟନର ପାଇଁ କିଛି ଜିନିଷ ଥାଏ ଠିକ୍ ଏହିପରି ପୁଅ ମାନେ ମଧ୍ୟ କିଛି ଖାସ୍ କଥା ଖୋଜିଥାନ୍ତି ତାଙ୍କ ପାର୍ଟନରଙ୍କ ପାଖରୁ । ଆସନ୍ତୁ ଜାଣିବା କେଉଁ ଜିନିଷର ଖୋଜରେ ଥାଆନ୍ତି ପୁଅମାନେ –

କନଫିଣ୍ଡେସ୍ : ପୁଅମାନଙ୍କୁ ଆତ୍ମନିର୍ଭର ଏବଂ ଆତ୍ମବିଶ୍ବାସ ଥିବା ଝିଅ ଖୁବ୍ ପସନ୍ଦ ଆସିଥାନ୍ତି । ଯଦି ଏହି ଦୁଇଟି ଗୁଣ ସାମ୍ମନାରେ ଥିବା ଝିଅ ପାଖରେ ପୁଅ ପାଇଥାଏ ତେବେ ତୁରନ୍ତ ବିବାହ ପାଇଁ ହଁ କରିଥାନ୍ତି ।

ବୁଦ୍ଧିମତୀ : ସବୁ ପୁଅ ଚାହିଁଥାନ୍ତି ତାଙ୍କ ପାର୍ଟନର ସ୍ମାଟ୍ ଏବଂ ବୁଦ୍ଧିମତୀ ହୋଇଥାନ୍ତୁ ଯେମିତି ସେ ସମସ୍ତ ଚିନ୍ତାକୁ ଦୂର କରିପାରୁଥିବେ । ପୁଅଙ୍କ ପାଇଁ ସୁନ୍ଦରତା ଠାରୁ ଅଧିକ ସ୍ମାଟନେସ୍ ଜରୁରୀ ହୋଇଥାଏ । ଝିଅଙ୍କର ବୁଦ୍ଧିମତୀ ଗୁଣ ପୁ୍ଅ ମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ ।

ସମ୍ମାନ : ସବୁ ପୁଅମାନେ ଚାହିଁଥାନ୍ତି ସେମାନଙ୍କ ପାର୍ଟନର ତାଙ୍କର ଏବଂ ତାଙ୍କ ପିତା ମାତାଙ୍କର ସମ୍ମାନ କରନ୍ତୁ ଏହା ସହିତ ଚାହିଁଥାନ୍ତି ତାଙ୍କ ପାର୍ଟନର କାହାରିକୁ ମଧ୍ୟ ଅସନମ୍ମାନ ନକରନ୍ତୁ ।

copule

ଖୋଲା ଛାଡିବା : ଆଜି କାଲି ସମସ୍ତେ ଚାହିଁଥାନ୍ତି ନିଜ ପାର୍ଟନରଙ୍କ ଠାରୁ ସ୍ବାଧିନତା । ଯଦି କଥା ଝିଅମାନଙ୍କର ଆସିଥାଏ ତେବେ ସେମାନଙ୍କୁ ତାଙ୍କ ସ୍ବାଧିନତା ବହୁତ ପସନ୍ଦ ଥାଏ । ସେହି ପାରି ପୁଅମାନେ ମଧ୍ୟ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ତାଙ୍କର ମିନିଟ୍ ମିନିଟର ଖବର ଉପରେ ନଜର ନରଖନ୍ତୁ ।

ସିଧା ଏବଂ ଠିକ୍ କଥା କହିବା : ପୁଅମାନଙ୍କୁ ସେହି ଝିଅମାନେ ପସନ୍ଦ ଆସିଥାନ୍ତି ଯେଉଁ ଝିଅମାନେ କଥାକୁ ବୁଲାଇ ବୁଲାଇ ନକହି ସିଧାସଳଖଭାବେ କହିଥାନ୍ତି । ତେଣୁ ପୁଅମାନେ ଚାହିଁଥାନ୍ତି କି’ ତାଙ୍କ ପାର୍ଟନର ମନରେ କିଛି କଥା ନରଖନ୍ତୁ ଯାହାବି କଥା ଅଛି ତାହା ସିଧା ତାଙ୍କପାଖରେ ପ୍ରକାଶ କରନ୍ତୁ ।

ଆତ୍ମନିର୍ଭରଶୀଳ : ସେ ଜମାନା ଗଲାଣି ଯେତେବେଳେ ଝିଅମାନେ ଅନ୍ୟ ଉପରେ ନିର୍ଭର କରୁଥିଲେ । ଆଜିକାଲି ପୁଅମାନେ ଚାହିଁଥାନ୍ତି ତାଙ୍କ ପାର୍ଟନରଙ୍କୁ କେବେ କାହା ଉପରେ ନିର୍ଭର ନକରିବା ପାଇଁ । ସେ ଆତ୍ମନିର୍ଭରଶୀଳ ହୋଇଥାଆନ୍ତୁ ।

Leave A Reply

Your email address will not be published.