୧୦ମ ଶ୍ରେଣୀ ଛାତ୍ର ଉଡାଇଲା ୪୬ ଲକ୍ଷ ଟଙ୍କା : ସ୍କୁଲରେ ବାଣ୍ଟିଲା କାର, ମୋବାଇଲ୍ ଏବଂ କ୍ୟାସ୍

ସ୍କୁଲରେ ୪୬ ଲକ୍ଷ ଟଙ୍କା ବାଣ୍ଟିଲା ଜଣେ ୧୦ମ ଶ୍ରେଣୀ ଛାତ୍ର । ଆପଣଙ୍କୁ ଆଶ୍ଚର୍ୟ୍ୟ କରୁଥିବା ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ । ଜବଲପୁରର ଜଣେ ବିଲଡରଙ୍କ ପୁଅ ଘରୁ ୪୬ ଟଙ୍କା ଉଠାଇନେଇ ସ୍କୁଲରେ ବାଣ୍ଟିଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ୪୬ ଲକ୍ଷ ମଧ୍ୟରୁ ଛାତ୍ର ଜଣକ ଜଣେ ଦିନମଜୁରିଆଙ୍କ ପୁଅକୁ ୧୫ ଲକ୍ଷ ଏବଂ ହୋମୱର୍କ କରିବା ପାଇଁ ଅନ୍ୟ ଜଣେ ଛାତ୍ରକୁ ୩ ଲକ୍ଷ ଦେଇଥିବା ଜଣାପଡିଛି ।

ଘଟଣାଟି ହେଉଛି ଫ୍ରେଣ୍ଡସିପ୍ ଡେ ଦିନର । ଛାତ୍ର ଜଣକ ବାଣ୍ଟିଥିବା ଟଙ୍କାରୁ ଜଣେ ସାଙ୍ଗ ଗୋଟିଏ କାର୍ ମଧ୍ୟ କିଣିନେଇଛି । କେବଳ ସେତିକି ନୁହେଁ ଛାତ୍ର ଜଣକ ଅନ୍ୟ ସାଙ୍ଗ ମାନଙ୍କୁ ଅନେକ ଦାମୀ ଉପହାର ମଧ୍ୟ ଦେଇଛି । ସ୍କୁଲ୍ ଏବଂ କୋଚିଙ୍ଗର ୩୫ ଜଣ ସାଙ୍ଗଙ୍କୁ ସ୍ମାର୍ଟଫୋନ୍ , କିଛି ଜଣଙ୍କୁ ଚାନ୍ଦିର ବ୍ରେସଲେଟ୍ ଦେଇଛି । ଏବେ ଘଟଣାର ଯାଂଚ କରୁଛି ପୋଲିସ୍ ।

ତେବେ ଘଟଣାଟି ସତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଛାତ୍ର ଜଣକର ବାପା ପ୍ରପର୍ଟି ବିକି ଆଲମିରାରେ ରଖିଥିବା ଟଙ୍କା କମ୍ ଥିବା ଜାଣିବାକୁ ପାଇଥିଲେ । ୬୦ ଲକ୍ଷ ଟଙ୍କାରୁ ଟଙ୍କା କମିଥିବାର ଜାଣିପାରି ପୋଲିସରେ ଅଭିଯୋଗ କରିଥିଲେ ବିଲଡର୍ ଜଣକ । ଏହାପରେ ପୋଲିସ୍ ଛାନଭିନରୁ ଜଣା ପଡିଥିଲା ଟଙ୍କା ଆଉ କେହି ନୁହେଁ ନିଜେ ବିଲଡରଙ୍କ ପୁଅ ହିଁ ନେଇଛି ।

Leave A Reply

Your email address will not be published.