କେବଳ ଖାଇବା ନୁହେଁ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିପାରିବେ ବ୍ରେଡ, ଜାଣନ୍ତୁ କେମିତି

ଆପଣ ବ୍ରେଡରେ ପ୍ରସ୍ତୁତ ଅନେକ ପ୍ରକାରର ଖାଦ୍ୟ ଖାଇଥିବେ ନିଶ୍ଚିତ। ବ୍ରେଡ ସ୍ୟାଣ୍ଡଓ୍ଵିଚ୍‌ ହେଉ ଅବା ବ୍ରେଡ ପକୋଡା କିମ୍ବା ବ୍ରେଡ ପୁଡିଂ। ମିଠା ଜିନିଷରୁ ଆରମ୍ଭ କରି ରାଗ ଏବଂ ଲୁଣି ପର୍ଯ୍ୟନ୍ତ। ଆଉ ବେଳେବେଳେ ବଳି ପଡିଥିବା ବ୍ରେଡ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ କରି ଖାଇଥାନ୍ତି। ହେଲେ କେବେ ବ୍ରେଡକୁ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିବା ବିଷୟରେ ଜାଣନ୍ତି କି ? ବ୍ରେଡ ଆପଣଙ୍କ ତ୍ୱଚାର ସୁନ୍ଦରତା ବଢାଇବାରେ ସହାୟକ ହୋଇଥାଏ,ତାହା କ’ଣ ଆପଣ ଜାଣନ୍ତି ? ତେବେ ଆସନ୍ତୁ ଜାଣିବା ବ୍ରେଡ୍‌ରେ କିପରି ସୌନ୍ଦର୍ଯ୍ୟ ବଢାଇବେ :

ବ୍ରେଡ୍‌ର ଫାଇଦା :

ବ୍ରେଡ୍‌ ସ୍କିନର ଟ୍ୟାନିଂ କମ୍‌ କରିଥାଏ। ଏହାଛଡା ଆପଣ ଏହାକୁ ସ୍କ୍ରବିଂ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ବ୍ରେଡରେ ଅଲଗା ଅଲଗା ଜିନିଷ ମିଶାଇ ବ୍ୟବହାର କରିପାରିବେ। ତେବେ ଆପଣଙ୍କ ତ୍ୱଚା ଅନୁଯାୟୀ ଅଲଗା ଅଲଗା ପ୍ରକାରର ଫେସପ୍ୟାକ୍‌ ପ୍ରସ୍ତୁତ କରିପାରିବେ।

ବ୍ରେଡ ଫେସପ୍ୟାକ୍‌ :

ତ୍ୱଚାର ଟ୍ୟାନିଂ ଦୂର କରିବା ପାଇଁ କଞ୍ଚା କ୍ଷୀରରେ ବ୍ରେଡକୁ ଗୁଣ୍ଡ କରି ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାକୁ ଚେହେରା ସହିତ ହାତରେ ଲଗାଇ ଦିଅନ୍ତୁ। ଏହା ହାଲୁକା ଭାବେ ଶୁଖିଗଲେ ହାତରେ ଛଡାଇ ସଫା କରିଦିଅନ୍ତୁ।
ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ବ୍ରେଡ୍‌ ଫେସପ୍ୟାକ ଲଗାଇବା ସମୟରେ ସେଥିରେ କିଛି ହଳଦୀ, ମହୁ ମିଶାଇ ଦିଅନ୍ତୁ। ଏହା ସହିତ ଦହି ପେଷ୍ଟ କରି ମଧ୍ୟ ଲଗାଇପାରିବେ। ଅଳ୍ପ ଉଷୁମ ପାଣିରେ ମୁହଁକୁ ସଫା କରିଦିଅନ୍ତୁ।

bread

ସ୍କ୍ରବିଂ ପାଇଁ :

ବ୍ରେଡ୍‌ ଉତ୍ତମ ସ୍କ୍ରବ ଭାବେ କାମ କରିଥାଏ। ତେଣୁ ବ୍ରେଡ ଗୁଣ୍ଡରେ ଆପଣ ହଳଦୀ ପାଉଡର ମିଶାଇ ମୁହଁରେ ଲଗାନ୍ତୁ।

ସ୍କ୍ରବିଂ ପାଇଁ ଅଲଗା ଅଲଗା ପ୍ରକାରର ଜିନିଷ ବ୍ୟବହାର କରିପାରିବେ। ବ୍ରେଡ ଗୁଣ୍ଡରେ କମଳା ଚୋପା ପାଉଡର ମିକ୍ସ କରନ୍ତୁ କିମ୍ବା ଶୁଖିଲା ନିମ୍ବ ପତ୍ର ପାଉଡର ମିକ୍ସ କରି ପିଅନ୍ତୁ। ଏମିତି ଅଲଗା ଅଲଗା ପାଉଡର ମିକ୍ସ କରି ଆପଣ ଅଲଗା ଅଲଗା ସ୍କ୍ରବ ପ୍ରସ୍ତୁତ କରିପାରିବେ। ଏହା ନ୍ୟାଚୁରାଲ ସ୍କ୍ରବ ଭାବେ କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.