ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

୧୯୪୭ ଅଗଷ୍ଟ ୧୫ସ୍ବାଧୀନତା ଦିବସରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ପରିବାରର ବଡ଼ପୁଅ ଥିଲେ ସୁବାସ । ସେ ପ୍ରଥମେ ବ୍ରଜମୋହନ ହାଇସ୍କୁଲରେ ପାଠ ପଢୁଥିଲେ । ପରେ ପ୍ରଥମେ ମେଡିକାଲରେ ଚାକିରି କରୁଥିଲେ ଏବଂ ନନ୍ଦିନୀ ଶତପଥିଙ୍କ ଆହ୍ବାନ କ୍ରମେ ଚାକିରୀ ଛାଡି ରାଜନୀତିରେ ଯୋଗଦାନ କରିଥିଲେ । ସେ ୧୯୯୧ ମସିହାରେ କଂଗ୍ରେସ ଟିକେଟ୍‌ରେ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ। ସଂସଦ ଭବନକୁ ମୁଣ୍ଡିଆ ମାରି ପ୍ରବେଶ କରି ସେ ସେତେବେଳେ ଚର୍ଚ୍ଚାରେ ରହିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.