କେଶରେ ଲୁଣ ଲଗାଇଲେ ହୋଇଥାଏ ଏହି ୫ ଫାଇଦା , ବଂଚିଯିବ ଉଭୟ ଟଙ୍କା ଏବଂ ସମୟ

ରୋଷେଇ ଘରେ ଆଉ କିଛି ଥାଉ କି ନଥାଉ କିନ୍ତୁ ଲୁଣ ନିଶ୍ଚୟ ଥିବ । କାରଣ ସବୁ ବ୍ୟଞ୍ଜନରେ ଏହାର ବ୍ୟବହାର ହୋଇଥାଏ । ଏହାର ଅଭାବ ଖାଦ୍ୟକୁ ସ୍ବାଦହୀନ କରିଦେଇଥାଏ । ତେଣୁ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଖାଦ୍ୟ ବ୍ୟତୀତ ଏହାର ବ୍ୟବହାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ କରାଯାଇଥାଏ । ଯଦି ଆପଣ ଆପଣଙ୍କୁ କେଶକୁ ଘନ ଏବଂ ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ଲୁଣର ବ୍ୟବହାର ଆପଣଙ୍କ ପାଇଁ ଲାଭଦାୟକ ହେବ । ଆସନ୍ତୁ ଜାଣିବା କିପରି କରିବେ ବ୍ୟବହାର ଏବଂ ଏହାର ଲାଭ ।

ସ୍କାଲ୍ପରେ ରକ୍ତ ସଂଚାର ବୃଦ୍ଧି :

ସମୁଦ୍ରଲୁଣରେ ଅନେକ ମିନେରାଲ୍ସ ଯେପରି କ୍ୟାଲସିୟମ, ଜିଙ୍କ୍, ମ୍ୟାଗ୍ନେସିୟମ, ବ୍ରୋମାଇଡ୍, ସଲଫର୍ ଏବଂ ସୋଡିୟମ୍ କ୍ଲୋରାଇଡ୍ ଥାଏ । ଯାହାର ବ୍ୟବହାର ସ୍କାଲ୍ପରେ ରକ୍ତ ସଂଚାଳନ ବୃଦ୍ଧି ହେବା ସହ କେଶ ମଧ୍ୟ ଭଲ ଭାବରେ ବଢିଥାଏ ।

ରୂପି କରେ ଦୂର :

କେଶରୁ ରୂପି ଦୂର କରିବା ପାଇଁ ଏକ କପ୍ ପାଣିରେ ୩ ଚାମଚ ଲୁଣ ପକାଇ ଫୁଟାନ୍ତୁ । ଏହା ପରେ ଏହାକୁ ଥଣ୍ଡା କରିଦିଅନ୍ତୁ । ଏହି ପାଣିରେ କେଶକୁ ଧୋଇ ୫ ରୁ ୧୦ ମିନିଟ୍ ଯାଏଁ ମସାଜ୍ କରନ୍ତୁ । ଏହା ପରେ ସାମ୍ପୁରେ ସଫା କରି ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

କେଶ ଝଡିବା ବନ୍ଦ ହୋଇଥାଏ :

ଯଦି ଆପଣ କେଶ ଝଡିବା ଯୋଗୁଁ ଚିନ୍ତିତ ଅଛନ୍ତି ତେବେ ଲୁଣ ଆପଣଙ୍କ ପାଇଁ ସବୁଠାରୁ ଭଲ ଉପାୟ । ଲୁଣ ଆପଣଙ୍କ ସ୍କାଲ୍ପର ବନ୍ଦ ପୋର୍ସକୁ ଖୋଲିଥାଏ । ଯାହା ଫଳରେ କେଶ ଝଡିବା ବନ୍ଦ ହେବା ସହ କେଶ ବୃଦ୍ଧି ହୋଇଥାଏ ।

ଘନ କେଶ ପାଇବାରେ ସାହାଯ୍ୟ କରିଥାଏ :

କେଶକୁ ସୁସ୍ଥ ଏବଂ ଘନ କରିବା ପାଇଁ ହେୟାର୍ ଏକ୍ସଫୋଲିଏସନ୍ ଖୁବ୍ ଜରୁରୀ । ଏଥିପାଇଁ ଯେଉଁ ସିରମ୍ ଆପଣ ବ୍ୟବହାର କରୁଛନ୍ତି ତାହା କେମିକାଲ୍ ଯୁକ୍ତ । ସେଥିପାଇଁ ସାମ୍ପୁରେ ଅଳ୍ପ ଲୁଣ ମିଶାଇ ଏକ୍ସଫୋଲିଏଟର୍ ଭାବରେ ବ୍ୟବହାର କରିପାରିବେ ।

କେଶକୁ ତୈଳ ହେବାରୁ ରକ୍ଷା କରନ୍ତୁ :

ସାମ୍ପୁରେ କିଛି ଲୁଣ ମିଶାଇ କେଶ ଧୁଅନ୍ତୁ । ଏହା ସ୍କାଲ୍ପ ଡେଡ୍ କୋଷିକା ଗୁଡିକ ହଟାଇବାରେ ସାହାଯ୍ୟ କରିଥାଏ । ଏହା ସହ କେଶରୁ ଅଧିକ ତେଳ ଉତ୍ପନ୍ନ ହେଉଥିଲେ ତାକୁ କଣ୍ଟ୍ରୋଲ୍ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.