Below header

କାହିଁକି ସିରିୟସ ଲୁକରେ ନଜର ଆସିଲେ ରଣବୀର ଏବଂ ଆଲିଆ

ମୁମ୍ବାଇ : ରିଲିଜ୍ ହୋଇଛି ଗଲି ବୟେର ଫାଷ୍ଟ ଲୁକ୍ । ପୋଷ୍ଟରରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଝଲକ ଦେଖିବାକୁ ମିଳିଛି। ପୋଷ୍ଟର୍ସ ସହ ଫିଲ୍ମର ଥିମ ଲାଇନ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ଆଲିଆ ଓ ରଣବୀର ଗୋଟିଏ ଇୟର ଫୋନରୁ ଗୀତ ଶୁଣୁଛନ୍ତି। ପୋଷ୍ଟରରେ ଲେଖାଯାଇଛି, ଗଲି ବୟେ-ଆମ ସମୟ ଆସିବ। ମେକର୍ସ ପ୍ରଥମେ ରଣବୀରଙ୍କ ଲୁକ୍ ଶେୟାର କରିଥିଲେ। ପରେ ଆଲିଆ ଉଭୟଙ୍କ ପୋଷ୍ଟର ଶେୟାର କରିଛନ୍ତି।

Gully-Boy-1

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜୋୟା ଅଖତର। ଫିଲ୍ମରେ ଆଲିଆ ଜଣେ ମୁସଲିମ ଝିଅ ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମର କାହାଣୀ ଏକ ସାଧାରଣ ଯୁବକର କାହାଣୀ, ଯିଏ ର‍୍ୟାପ କରିବାକୁ ପସନ୍ଦ କରେ। ଯୁବକର ଜବୀନରେ ପ୍ରେମ ଓ ପ୍ୟାସନକୁ ନେଇ ଘଟୁଥିବା ଘଟଣାକୁ ଦେଖାଯାଇଛି।

ଫିଲ୍ମରେ ରଣବୀର, ଆଲିଆଙ୍କ ବ୍ୟତୀତ କଲକି କୋଚଲିନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ନୂଆ ଲୁକ୍ ପାଇଁ ରଣବୀରଙ୍କ ଖୁବ୍ ପରିଶ୍ରମ କରିବାକୁ ପଡିଥିଲା। ଫେବୃଆରୀ ୧୪ରେ ରିଲିଜ୍ ହେବ ଫିଲ୍ମ ।

 

View this post on Instagram

 

❤🎧 #GullyBoy #14thFeb @ritesh_sid @zoieakhtar @faroutakhtar @excelmovies #TigerBaby @aliaabhatt @zeemusiccompany

A post shared by Ranveer Singh (@ranveersingh) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.