ଘରେ ଏହି ପଶୁ-ପକ୍ଷୀଙ୍କୁ ପାଳନ କରିବା ହୋଇଥାଏ ଶୁଭ, ସେକେଣ୍ଡରେ କଟିଯିବ ଆସୁଥିବା ଅସୁବିଧା

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟକ ଜିନିଷର ବିଶେଷ ମହତ୍ତ୍ୱ ରହିଛି | ବାସ୍ତୁ ଅନୁଯାୟୀ ପଶୁ-ପକ୍ଷୀଙ୍କ ପାଳନ ଶୁଭ ହୋଇଥାଏ | କୁହାଯାଏ ଘରେ ପଶୁ-ପକ୍ଷୀଙ୍କ ପାଳନ ଖୁସି ଆଣିଥାଏ | ଯାହାଦ୍ୱାରା ସୁଖ ସମୃଦ୍ଧିର ବାସ ହୋଇଥାଏ | ଖାଲି ଏତିକି ନୁହେ ଏହାକୁ ଘରେ ରଖିବା ଦ୍ୱାରା ବ୍ୟକ୍ତିଙ୍କ ଅସୁବିଧା ଟଳି ଯାଇଥାଏ | ଆସନ୍ତୁ ଜାଣିବା କେଉଁ ପଶୁ-ପକ୍ଷୀଙ୍କ ପାଳନ ଶୁଭ ହୋଇଥାଏ |

ମାଛ : ଘରେ ମାଛ ପାଳନ ବହୁତ ଶୁଭ ହୋଇଥାଏ | କୁହାଯାଏ ଘରେ ମାଛ ପାଳିଲେ ଦରିଦ୍ରତା ଦୂର ହୋଇଥାଏ | କଳା ମାଛ ଘର ପରିବାରର  ସଙ୍କଟ ଦୂର କରିଥାଏ |

ଠେକୁଆ : ଠେକୁଆକୁ ଘରର ସୁଖ ସମୃଦ୍ଧିର ପ୍ରତୀକ ମନାଯାଇଥାଏ | ଘରର ନେଗେଟିଭ ଶକ୍ତି ଦୂର ହେବ ସହ ଘରେ ଖୁସି ଲାଗି ରହିଥାଏ |

ଘୋଡା : ଘୋଡା ପାଳନ ବହୁତ ଶୁଭ ହୋଇଥାଏ | ଯଦି ଘୋଡା ପାଳନ ନ କରିପାରିବେ ତେବେ ଘୋଡାର ଚିତ୍ର ଲଗାନ୍ତୁ |

କୁକୁର : ବାସ୍ତୁ ଅନୁଯାୟୀ ଘରେ କୁକୁର ପାଳନ କଲେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ | କୁକୁରକୁ ଭଗବାନ ଭୈରବଙ୍କ ସେବକ ମନାଯାଇଥାଏ | ଘରେ କୁକୁର ପାଳନ କଲେ ଘରେ ଅଚାନକ ଧନର ଆଗମନ ହୋଇଥାଏ |

କଇଁଛ : ବାସ୍ତୁ ଅନୁଯାୟୀ କଇଁଛ ଗୁଡ଼ ଲକର ପ୍ରତୀକ ଅଟେ | କୁହାଯାଏ ଘରେ କଇଁଛ ରହିଲେ ପରିବାର ସଦସ୍ୟଙ୍କ ସବୁ କାମ ସହଜରେ ହୋଇଯାଇଥାଏ | ମା’ ଲକ୍ଷ୍ମୀଙ୍କ କୃପା ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.