Below header

ବାସ୍ତୁ ଟିପ୍ସ: ଆପଣଙ୍କ ରୋଷେଇ ଘରେ ଭଙ୍ଗା କି ଫଟା ବାସନ ଥିଲେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ, ନଚେତ୍‌ ବିଗିଡ଼ି ଯାଇପାରେ ସ୍ୱାସ୍ଥ୍ୟ

କିଛି ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କୁ ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ସେପଟେ କିଛି ଲୋକଙ୍କ ଭାଗ୍ୟରେ ରାଜଯୋଗ ରହିଥାଏ, ଯାହାଫଳରେ କି, ବିନା କଠିନ ପରିଶ୍ରମରେ ସେମାନେ ସୁଖମୟ ଜୀବନ ଅତିବାହିତ କରିଥାଆନ୍ତି। ଯଦିଓ ସମସ୍ତଙ୍କ ଜୀବନରେ ଉତ୍‌ଥାନ ପତ୍ତନ ଲାଗି ରହିଥାଏ, କିନ୍ତୁ କିଛି କଥା ରହିଛି, ଯାହା ସମସ୍ୟାକୁ ଆପେ ଡାକି ଆଣିଥାଏ।

ଏଠି ଆମେ କହୁଛୁ ବାସ୍ତୁ ଦୋଷ ବିଷୟରେ। କିଛି ବାସ୍ତୁ ଦୋଷକୁ ଆମେ ଜଣା ଅଜଣାତରେ ଅଣଦେଖା କରି ଦେଇଥାଉ। କ’ଣ ଆପଣ ଜାଣିଛନ୍ତି କି, ରୋଷେଇ ଘରେ ରଖାଯାଇଥିବା ବାସନରୁ ମଧ୍ୟ ଆମ ଭାଗ୍ୟ ବିଗିଡ଼ି ଯାଇପାରେ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।

୧. ଭାରତରେ ଅନ୍ନକୁ ଦେବୀ ବୋଲି କୁହାଯାଏ। ଏଣୁ ଭୋଜନ କରିବା ପୂର୍ବରୁ ନିଜ ହାତ ଓ ଗୋଡ଼କୁ ଭଲ ଭାବେ ଧୋଇନେବା ଉଚିତ। ଏହାପରେ ଈଶ୍ୱରଙ୍କୁ ସୁଖ, ସମୃଦ୍ଧି ପାଇଁ ପ୍ରାର୍ଥନା କରି ଭୋଜନ ଗ୍ରହଣ କରିବା ଉଚିତ। ବାସ୍ତୁ ଶାସ୍ତ୍ର ଅନୁସାରେ, ହାତ, ଗୋଡ଼ ଧୋଇ ଖାଇଲେ ବ୍ୟକ୍ତିର ଆୟୁଷ ବଢ଼ିଥାଏ।

୨. ସାଧାରଣତଃ ଆମ ରୋଷେଇ ଘରେ ଏମିତି କିଛି ବାସନ ରହିଥାଏ, ଯେଉଁଥିରେ ଫାଟ ସୃଷ୍ଟି ହୋଇଥାଏ କିମ୍ବା ଭାଙ୍ଗି ଯାଇଥାଏ। ବାସ୍ତୁ ଶାସ୍ତ୍ରରେ ଏମିତି ବାସନରେ ଭୋଜନ କରିବା ବହୁତ ଅଶୁଭ ହୋଇଥାଏ।

୩. ଫଟା ବାସନରେ ଖାଇଲେ ଭାଗ୍ୟ ଦୁର୍ବଳ ହୋଇଯାଇଥାଏ। ଏଥିସହିତ ମା’ ଲକ୍ଷ୍ମୀ ରାଗି ଯାଇଥାଆନ୍ତି। ପଇସାର ଅଭାବ ଲାଗି ରହିଥାଏ। ଘରର ଶାନ୍ତି ଭଙ୍ଗ ହୋଇଥାଏ ଏବଂ ସବୁବେଳେ କଳହ ଉପୁଜିଥାଏ। ଏହାଛଡ଼ା ମନୁଷ୍ୟର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.