‘ବଚପନ୍‌ କା ପ୍ୟାର’ ଗୀତ ପୁଣି ମଚାଇଲା ଧମାଲ୍‌, ଭିଡିଓ ଥରେ ଦେଖିଲେ ଆପଣ ବି ଝୁମିଉଠିବେ

‘ବଚପନ୍‌ କା ପ୍ୟାର’ ଏ ଗୀତ ତ ଆପଣ ଶୁଣିଥିବେ। କାହିଁକି ବା ନଶୁଣିଥିବେ ଏବେ ଚାରିଆଡେ ତ ଏଇ ଗୋଟିଏ ଗୀତ ପୂରା ଟ୍ରେଣ୍ଡିଙ୍ଗରେ ଅଛି। ନିକଟରେ ରାତାରାତି ଇଣ୍ଟରନେଟ୍‌ ସେନସେସନ୍‌ ବନିଥିବା ସହଦେବ ଦିର୍ଦୋଙ୍କର ପ୍ରଥମ ଗୀତ ପ୍ରସିଦ୍ଧ ରାପର ବାଦଶାହ ସହିତ ଆସିଛି। ଗୀତଟିକୁ ରାପର ବାଦଶାହ କ୍ରିଏଟ୍‌ କରିଛନ୍ତି। ଗୀତର ଟାଇଟଲ ବି ‘ବଚପନ୍‌ କା ପ୍ୟାର’ ହିଁ ରଖାଯାଇଛି। ଗୀତ ରିଲିଜ୍‌ ହେବାପରେ ପୁଣି ଥରେ ‘ବଚପନ୍‌ କା ପ୍ୟାର’ ଗୀତ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି। ଏବେ ତ ଏହି ଗୀତ ପୁଣି ଥରେ ଚର୍ଚ୍ଚା ସାଉଁଟୁଛି।

ରାପର ବାଦଶାହଙ୍କ ଏହି ନୂଆ ଗୀତ ‘ବଚପନ୍‌ କା ପ୍ୟାର’ ଗୀତର ଆରମ୍ଭ ସହଦେବଙ୍କ ଠାରୁ ହିଁ ହେଉଛି। ଗୀତଟିକୁ ରାପ୍‌ ଜରିଆରେ ପିଲାଦିନ ଠାରୁ ବଡ ହେବା ପର୍ଯ୍ୟନ୍ତର ଲଭ୍‌ ଷ୍ଟୋରୀ ଦେଖିବାକୁ ମିଳୁଛି। ସେନସେସନ୍‌ ବୟ ସହଦେବ ଏହି ଗୀତରେ ନିଜ ସ୍ୱର ଦେବା ସହିତ ନିଜେ ପରଫର୍ମ କରିଛନ୍ତି। ଗୀତ ରିଲିଜ୍‌ ହେବାର କିଛି ସମୟ ଭିତରେ ହିଁ ୟୁଟ୍ୟୁବରେ ଟ୍ରେଣ୍ଡିଙ୍ଗ ଲିଷ୍ଟରେ ଆସିଗଲାଣି।

ଏହି ସଙ୍ଗକୁ ସହଦେବ ଏବଂ ବାଦଶାହଙ୍କ ବ୍ୟତୀତ ଆସ୍ଥା ଗିଲ ଏବଂ ରିକୋ ମଧ୍ୟ ନଜର ଆସୁଛନ୍ତି। ଗୀତଟିକୁ ବାଦଶାହ ହିଁ ଲେଖିଛନ୍ତି। ବାଦଶାହ ଏହାକୁ ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍‌ କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବାଦଶାହଙ୍କ ସହିତ ଗୀତ ରେକର୍ଡ କରିବା ପରେ ସହଦେବ ରିଆଲିଟୀ ଶୋ ‘ଇଣ୍ଡିଆନ ଆଇଡଲ ୧୨’ ଷ୍ଟେଜ୍‌ ପର୍ଯ୍ୟନ୍ତ ପହଁଚିଯାଇଥିଲେ। ସହଦେବଙ୍କ ସହିତ ‘ବଚପନ୍‌ କା ପ୍ୟାର’ ଗୀତରେ ଇଣ୍ଡିଆନ ଆଇଡଲ ୧୨ର ସବୁ ପ୍ରତିଯୋଗୀ, ଜଜ୍‌ ଏବଂ ହୋଷ୍ଟ ମଧ୍ୟ ଝୁମୁଥିବାର ଦେଖିବାକୁ ମିଳିଥିଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ବଚପନ୍‌ କା ପ୍ୟାର’ ଫେମ୍‌ ସହଦେବ ଦିର୍ଦୋ ଛତିଶଗଡର ସୁକମା ଜିଲ୍ଲାର ବାସିନ୍ଦା। ସହଦେବଙ୍କ ଏହି ଗୀତରେ ଅନେକ ରିଲ ପ୍ରସ୍ତୁତ ହୋଇସାରିଳାଣି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ରିଲ୍ସ ଭାଇରାଲ ହେବା ପରେ ବାଦଶାହ ସହଦେବଙ୍କ ପାଖରେ ପହଁଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.