Below header

ବାଥରୁମର ଏହି ବାସ୍ତୁ ନିୟମକୁ କେବେ ବି କରନ୍ତୁ ନାହିଁ ଅଣଦେଖା, ବାଥରୁମ ହୋଇଥାଏ ନକାରାତ୍ମକ ଶକ୍ତିର ଭଣ୍ଡାର

ଘରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ୱ ରହିଥାଏ | ଘରର ପ୍ରତ୍ୟକ କୋଣ ବାସ୍ତୁ ଅନୁସାରେ ହେବ ଜରୁରୀ | କିଚେନ ରୁମରୁ ବାଥରୁମ ପର୍ଯ୍ୟନ୍ତ ବାସ୍ତୁ ର ମୁଖ୍ୟ ଭୂମିକା ରହିଥାଏ | ବାଥ୍ ରୁମର ବ୍ୟବହାର ନିଜ ଶରୀରର ମଇଳା ଦୂର କରିବା ପାଇଁ କରାଯାଇଥାଏ | ବାସ୍ତୁ ଅନୁସାରେ ବାଥରୁମ ନକରାତ୍ମକତାର ଭଣ୍ଡାର ହୋଇଥାଏ | ଏବଂ ଏହା ଆର୍ଥିକ କ୍ଷତିର କାରଣ ହୋଇଥାଏ | ଏଥିପାଇଁ ବାଥରୁମ୍ ରେ ଏହି ବାସ୍ତୁ ନିୟମଗୁଡିକୁ ପାଳନ କରିବା ଜରୁରୀ ହୋଇଥାଏ ,ଆସନ୍ତୁ ଜାଣିବା କ’ଣ ଏହି ନିୟମ |

ବାସ୍ତୁ ଶାସ୍ତ୍ର ଅନୁସାରେ ବାଥରୁମ ର ଦରୱାଜା କାଠର ହେବା ଉଚିତ | ଲୁହା ବା ଷ୍ଟିଲ ର ଦରବାଜା ନକରାତ୍ମକତା ବଢାଇଥାଏ |ଏହାର ଖରାପ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ |

ବାଥରୁମରେ କାଚ ସବୁବେଳେ ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଉଚିତ | ଏହାସହିତ ୱାସ ବେସିନ ଲଗାଇବା ପାଇଁ ମଧ୍ୟ ଏହି ଦିଗକୁ ଉଚିତ ମାନାଯାଇଥାଏ |

ବାଥରୁମ ଯଦି ଘରର ଉତ୍ତର -ପଶ୍ଚିମ ଦିଗରେ ହୋଇଥାଏ ତାହେଲେ ଠିକ ଅଛି କିନ୍ତୁ ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ବାଥରୁମ ବାସ୍ତୁ ଦୃଷ୍ଟି କୋଣରୁ ଶୁଭ ହୋଇ ନ ଥାଏ | ବାସ୍ତୁ ଅନୁସାରେ ବାଥରୁମରେ ପାଣି ବାହାରୁଥିବା ଦିଗ ଏବଂ ନାଳୀ ଏକ ହେବା ଉଚିତ |

ଘର ଭିତର ବାଥରୁମ ର ନକରାତ୍ମକତା ପ୍ରଭାବ ରୋକିବାକୁ ବାଥରୁମ ର ଦରବାଜାକୁ ବନ୍ଦ ରଖିବା ଉଚିତ | ଏହି ବାସ୍ତୁ ଟିପ୍ସକୁ ପାଳନ କଲେ ଘରେ ଖୁସି ତିଷ୍ଠି ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.