Below header

ବାସ୍ତୁ ଶାସ୍ତ୍ର : ନଳରୁ ଝରୁଥିବା ପାଣିରୁ ମଧ୍ୟ ହୋଇ ପାରନ୍ତି ଗରିବ !

ଯଦି ଅଚାନକ୍ ଆପଣଙ୍କର ଖର୍ଚ୍ଚ ବଢିବାକୁ ଲାଗେ ଏବଂ ପଇସାର ଅଭାବ ଲାଗି ରହେ, ଏହା ସହ ଆପଣଙ୍କୁ ସବୁ କାମରେ ଅସଫଳତା ମିଳିବାକୁ ଲାଗେ ତ’ ଜାଣିନେବେ ଆପଣଙ୍କ ଘରେ ନକାରତ୍ମକ ଉର୍ଜ୍ଜା ପ୍ରବେଶ କରିସାରିଛି । ଘରେ ହଉଥିବା ଛୋଟ ଛୋଟ ଘଟଣାରେ କିଛି ସଂକେତ ଲୁଚି ରହିଥାଏ । ଗରୀବ ମାନଙ୍କୁ କିଛି ସଂକେତ ମିଳିଥାଏ ଯାହା ଜାଣିବା ନିହାତି ଜରୁରୀ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ପାଣିର ନଷ୍ଟରେ ଗରୀବ ହେବାର କାରଣ କୁହାଯାଇଛି । ଏବଂ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଘରେ ପାଣିର ଭୁଲ୍ ଉପଯୋଗ କରାଯାଇଥାଏ ସେହି ଘରେ ମା’ ଲକ୍ଷ୍ମୀ ବାସ କରି ନଥାନ୍ତି ।

• ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ପାଣି ନଳରୁ ସର୍ବଦା ପାଣି ଝରିଥାଏ ସେହି ଘରେ ଅନେକ୍ ସମୟରେ ଧନର ଅଭାବ ଦେଖାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ନଳର ସର୍ବଦା ପାଣି ଝରିବା ହେତୁ ଘରେ ନକାରତ୍ମକ ଶକ୍ତି ଘର ଉପରେ ପଡିଥାଏ ।

• ଅନେକ ଲୋକଙ୍କର ରାତି ସମୟରେ ଗାଧେଇବାର ଅଭ୍ୟାସ୍ ଥାଏ କିନ୍ତୁ ଶାସ୍ତ୍ରରେ ରାତିରେ ଗାଧେଇବା ଠିକ୍ ନୁହେଁ ବୋଲି କୁହାଯାଇଛି । ଯେଇଁ କୋକ ମାନେ ରାତି ସମୟରେ ଗାଧେଇଥାନ୍ତି ସେମାନଙ୍କ ଘରେ ସବୁବେଳେ ଧନର ଅଭାବ ରହିଥାଏ ।

• ଆଜିକାଲି ଲୋକ ମାନେ ନିଜ ଘରକୁ ସଜାଇବା ପାଇଁ ନକଲି ଫୁଲ ଲଗାଇଥାନ୍ତି ଯାହା ବାସ୍ତୁ ଶସ୍ତ୍ରରେ ଭୁଲ୍ ବୋଲି କୁହାଯାଏ । ନକଲି ଫୁଲ ଯାଗାରେ ଅସଲି ଫୁଲରେ ଘର ସଜାଇବା ଦରକାର ।

• ଯେବେ ବାରମ୍ବାର ଘରେ ବିଜୁଳି ଜନିତ ଜିନିଷ ଖରାପ ହୋଇଥାଏ ଜାଣିବେ ଆପଣଙ୍କ ଘର ଉପରେ ରାହୁଙ୍କ ଆଖି ପଡିଛି । ଏଥିପାଇଁ ଅପଣ ଯଥା ଶୀଘ୍ର ଖରାପ ହୋଇଥିବା ଉପକ୍ରମକୁ ସଜାଡି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.