ନାବାଳିକାକୁ ଗର୍ଭବତୀ କରି ଅଭିଯୁକ୍ତ ଫେରାର

ଭଦ୍ରକ: ନାବାଳିକାକୁ ଦୁଷ୍କର୍ମ। ଘଟଣା ଘଟିଛି ଚାନ୍ଦବାଲି ଥାନା କିମଲ ଗାଁରେ। ପାଖ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇ ଫେରିବା ବାଟରେ ସେହି ଗାଁର ଜଣେ ଯୁବକ ନାବାଳିକାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିବା ସହ ଗର୍ଭବତୀ କରି ଫେରାର ହୋଇଯାଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ବେଳେ ଯୁବକ ଜଣକ ବାହା ହେବାକୁ ରାଜି ନହୋଇ ଫେରାର ହୋଇଯାଇଛି। ତେବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପିଡିତାର ମାଆ,ବାପା। ଥାନାରେ ପିଡିତାର ମାଆ କରିଥିବା ଅଭିଯୋଗ ମୁତାବକ ନିଜର ନାବାଳିକା ଝିଅ ପାଖ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଏ। ହେଲେ ଝିଅ ଟିକେ ଆଳେଇ ହୋଇଥିବାରୁ ଏହାର ସୁଯୋଗ ନେଇ ସେହି ଗାଁର ମଣିଭଦ୍ର ସାହୁଙ୍କ ପୁଅ ସୌମ୍ୟରଞ୍ଜନ ସାହୁ ଉକ୍ତ ନାବାଳିକାକୁ ପାଖ ଏକ କୋଠାକୁ ନେଇ ଦୁଷ୍କର୍ମ କରିଥିଲା। ପରେ କାହାକୁ ନକହିବାକୁ ଡରାଇଥିଲା।

ତେବେ ଏଇ କିଛିଦିନ ତଳେ ନାବାଳିକାର ଦେହ ଖରାପ ହେବାରୁ ଝିଅକୁ ଡାକ୍ତରୀ ପରୀକ୍ଷା କରାଇବା ପରେ ନାବାଳିକା ଜଣକ ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ ଘର ଲୋକେ। ଏହା ପରେ ଝିଅ ସବୁ କଥା କହିଥିଲା ମାଆ,ବାପାଙ୍କୁ, ତେବେ ଝିଅର ପରିବାର ଲୋକେ ପୁଅର ବାପାକୁ ଯାଇ କହିବା ପରେ ଗାଁ ଲୋକେ ଏହି ଘଟଣା ଗାଁରେ ହିଁ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଗତକାଲି ନାବାଳିକାର ବାହାଘର ଖବର ପାଇ କିମଲ ଗାଁରେ ପୋଲିସ ଓ ଚାଇଲ୍ଡ ଲାଇନ ଅଫିସର ମଧ୍ୟ ପହଁଚିଥିଲେ। ହେଲେ ଗାଁରେ ସମାଧାନ ହୋଇ ନପାରିବାରୁ ଆଜି ପିଡିତାର ମାଆ ଓ ବାପା ଝିଅକୁ ଦୁଷ୍କର୍ମ କରିଯାଇଥିବାର ଅଭିଯୋଗ କରିଛନ୍ତି। ଏ ବାବଦରେ ଏକ ଟିମ ତିଆରି ହୋଇଛି ଅଭିଯୁକ୍ତକୁ ଗିରଫ କରାଯିବା ସହ ଯାହା ଆଇନଗତ କାର୍ୟ୍ୟାନୁଷ୍ଠାନ ଅଛି ତାହା ହେବ ବୋଲି କହିଛନ୍ତି ଚାନ୍ଦବାଲି ଥାନାଧିକାରିଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.