ଘର ଅଗଣାରେ ଭୁଲରେ ବି ଲଗାନ୍ତୁନି ଏସବୁ ଗଛ, ଧନହାନି ସହ ଜୀବନ ଉପରେ ବି ଆସିପାରେ ବିପଦ

ବାସ୍ତୁ ଶାସ୍ତ୍ର ଅନୁସାରେ, ଗଛ ପତ୍ରର ସମ୍ପର୍କ ଘରର ସୁଖ ଶାନ୍ତି ସହ ଥାଏ। ଏଣୁ ପରିବାରରେ ଖୁସି ବଜାୟ ରଖିବାକୁ ଘରେ କେତେକ ଗଛ ଲଗାଇବାକୁ କୁହାଯାଏ। ସେହିଭଳି କିଛି ଏମିତି ଗଛ ବି ରହିଛି ଯାହାକୁ ଘରେ ଲଗାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ଗଛ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଘରେ କି କି ଗଛ ଲଗାଇବା ମନା …

  • ବାସ୍ତୁ ଶାସ୍ତ୍ର ମୁତାବକ ଘରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଲଗାଇବାକୁ ମନା କରାଯାଇଛି। ଏସବୁ ଗଛ ଯୋଗୁ ଘରେ ପାଟି ତୁଣ୍ଡ ହୋଇଥାଏ।
  • ଘରେ ତେନ୍ତୁଳି ଗଛ ଲଗାଇବାକୁ ବାରଣ କରାଯାଇଛି। ଏହା ଦ୍ୱାରା ଘରେ ସବୁବେଳେ ରୋଗ ବେମାରି ଲାଗିରହେ।
  • ଧର୍ମ ଗ୍ରନ୍ଥ ଅନୁସାରେ ଓସ୍ତ ଏକ ଦେବତୁଲ୍ୟ ଗଛ ହୋଇଥିଲେ ବି ଏହାକୁ ଘରେ ଲଗାଇବା ମନା। ଏହା ଦ୍ୱାରା ଧନ ହାନି ହୁଏ।
  • ସେହିପରି ଘରେ ଖଜୁରୀ ଗଛ ଲଗାଇବାକୁ ମଧ୍ୟ ବାସ୍ତୁରେ ବାରଣ କରାଯାଇଛି।
Leave A Reply

Your email address will not be published.