ବାପାର ମୃତ୍ୟୁ ଖବର ଶୁଣି ସ୍କୁଟିରେ ଗାଁକୁ ଫେରୁଥିଲା ପୁଅ, ଦୁର୍ଘଟଣାରେ ଚାଲିଗଲା ଜୀବନ

କେନ୍ଦ୍ରାପଡା(କେ ନ୍ୟୁଜ): ଆଗ ପଛ ହୋଇ ଚାଲି ଗଲେ ବାପ ପୁଅ । ବାପର ମୃତ୍ୟୁ ଖବର ପାଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲା ପୁଅ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଗାଁର ବିଶିଷ୍ଟ ସାମଲ କର୍କଟ ରୋଗରେ ପୀଡିତ ହୋଇ ଗତ ୨ ତାରିଖ ଦିନ ପ୍ରାଣ ହରାଇଥିଲେ । ହେଲେ ବାପାର ଦେହାନ୍ତ ଖବର ପାଇ ଢେଙ୍କାନାଳରେ ରହୁଥିବା ପୁଅ ତାପସ ସାମଲ ପିଉସୀ ଝିଅ ରଶ୍ମିତାକୁ ଧରି ସ୍କୁଟି ଯୋଗେ ଭାମଣ୍ଡାସ୍ଥିତ ଗାଁକୁ ଫେରୁଥିଲା ।

ହେଲେ କେନ୍ଦ୍ରାପଡ଼ା ଦୁରିଆ ଓମ୍ଫେଡ଼ ଛକ ଠାରେ ବିପରୀତ ଦିଗରୁ ଆସୁଥିବା ୱାଗନର କାର ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତାପସ ଓ ରଶ୍ମିତା ଗୁରୁତର ଭାବେ ଆହତ ହୋଇଥିଲେ ।

ସଙ୍ଗେ ସଙ୍ଗେ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାପସଙ୍କର ମୃତ୍ୟୁ ଘଟିଛି । କିଛି ଘଣ୍ଟାର ବ୍ୟବଧାନରେ ବାପ ପୁଅଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଦୁଖଦ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.