ଅଧିକ ଦିନ ପର୍ଯ୍ୟନ୍ତ ବ୍ରେଡକୁ ଫ୍ରେସ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ହ୍ୱାଇଟ ବ୍ରେଡ, ବ୍ରାଉନ୍ ବ୍ରେଡ କିମ୍ବା ମଲ୍ଟିଗ୍ରେନ୍ ବ୍ରେଡ ହେଉ । କିନ୍ତୁ ଏହାକୁ ସତେଜ ରଖିବା ଏକ ବଡ କାମ । ହ୍ୱାଇଟ ବ୍ରେଡର ସତେଜତା ବଜାୟ ରଖିବା ପାଇଁ ରେଫ୍ରିଜରେଜେସନ୍ ଏକ ଯୁକ୍ତିଯୁକ୍ତ ଉପାୟ ପରି ମନେହୁଏ, କିନ୍ତୁ ଏହା ଦ୍ୱାରା ବ୍ରେଡ ଶୀଘ୍ର ନଷ୍ଟ ହୋଇଯାଏ ।

ପୋହା, ଉପମା ବ୍ୟତୀତ ବ୍ରେକଫାଷ୍ଟରେ ଖାଇବା ପାଇଁ ବ୍ରେଡ୍ ହେଉଛି ଏକ ଲୋକପ୍ରିୟ ଖାଦ୍ୟ ପଦାର୍ଥ, ଯାହାକୁ ଭାରତୀୟମାନେ ଖାଇବାକୁ ବହୁତ ପସନ୍ଦ କରନ୍ତି । ହ୍ୱାଇଟ ବ୍ରେଡ, ବ୍ରାଉନ୍ ବ୍ରେଡ କିମ୍ବା ମଲ୍ଟିଗ୍ରେନ୍ ବ୍ରେଡ ହେଉ । କିନ୍ତୁ ଏହାକୁ ସତେଜ ରଖିବା ଏକ ବଡ କାମ । ହ୍ୱାଇଟ ବ୍ରେଡର ସତେଜତା ବଜାୟ ରଖିବା ପାଇଁ ରେଫ୍ରିଜରେଜେସନ୍ ଏକ ଯୁକ୍ତିଯୁକ୍ତ ଉପାୟ ପରି ମନେହୁଏ, କିନ୍ତୁ ଏହା ଦ୍ୱାରା ବ୍ରେଡ ଶୀଘ୍ର ନଷ୍ଟ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଅଧିକ ଦିନ ପର୍ଯ୍ୟନ୍ତ କିଭଳି ଭାବେ ବ୍ରେଡକୁ ଫ୍ରେସ ରଖିପାରିବେ ।

ଆପଣ ବ୍ରେଡରେ ପ୍ରସ୍ତୁତ ଅନେକ ପ୍ରକାରର ଖାଦ୍ୟ ଖାଇଥିବେ ନିଶ୍ଚିତ । ବ୍ରେଡ ସ୍ୟାଣ୍ଡଓ୍ଵିଚ୍‌ ହେଉ ଅବା ବ୍ରେଡ ପକୋଡା କିମ୍ବା ବ୍ରେଡ ପୁଡିଂ । ମିଠା ଜିନିଷରୁ ଆରମ୍ଭ କରି ରାଗ ଏବଂ ଲୁଣି ପର୍ଯ୍ୟନ୍ତ । ଆଉ ବେଳେବେଳେ ବଳି ପଡିଥିବା ବ୍ରେଡ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ କରି ଖାଇଥାନ୍ତି ଲୋକମାନେ । ତେବେ ଏହି ସମୟରେ ବ୍ରେଡକୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର କରି କିପରି ରଖିପାରିବା ତାହା ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ । ତେଣୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣମାନେ ଅଧିକ ଦିନ ପର୍ଯ୍ୟନ୍ତ ବ୍ରେଡକୁ ଷ୍ଟୋର କରି ରଖିପାରିବେ ।

ଏକ ଭଲ ଭେଣ୍ଟିଲେସନ୍ ସହିତ ବ୍ରେଡକୁ ଏକ ଭଲ ବକ୍ସରେ ରଖନ୍ତୁ । ଏହା ଧଳା ରୁଟିର ଗଠନ ଏବଂ ସ୍ୱାଦକୁ ବଜାୟ ରଖିବାରେ ସାହାଯ୍ୟ କରେ । ବ୍ରାଉନ୍ ରୁଟିକୁ ଆପଣ କେବଳ ଏହାର ମୂଳ ପ୍ୟାକେଜିଂ ସହିତ ଷ୍ଟୋର କରିବା ଉଚିତ୍ । ଏହା ସହିତ ବ୍ରେଡ ଏହାର ନ୍ୟାଚୁରାଲ ମଶ୍ଚର ହରାଇନଥାଏ । ଆପଣ ମଲ୍ଟିଗ୍ରେନ୍ ବ୍ରେଡକୁ ଏକ ଏୟାର ଟାଇଟ୍ ଡବା କିମ୍ବା ଏହାର ମୂଳ ପ୍ୟାକେଜିଂରେ ରଖିବା ଉଚିତ୍, ଏହା ବ୍ରେଡକୁ ଅଧିକ ସମୟ ଫ୍ରେସ ରଖିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ବ୍ରେଡକୁ ଥଣ୍ଡା ହେବାରୁ ରକ୍ଷା କରିବାକୁ ଚାହାଁନ୍ତି, ତେବେ ଆପଣ ବ୍ରେଡକୁ ଏକ ସଫା କପଡ଼ାରେ ଗୁଡ଼ାଇ ଏକ ବ୍ରେଡ ବାକ୍ସରେ ରଖିପାରିବେ । ଏହା ବ୍ରେଡର ଆର୍ଦ୍ରତା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାଦ୍ୱାରା ବ୍ରେଡ ଅତ୍ୟଧିକ ଶୁଷ୍କ ନହେବାରେ ସାହାଯ୍ୟ ହୋଇଥାଏ । ମଲ୍ଟିଗ୍ରେନ୍ ବ୍ରେଡ, ହ୍ୱାଇଟ ଏବଂ ବ୍ରାଉନ ବ୍ରେଡ ଅପେକ୍ଷା ବହୁତ ଶୀଘ୍ର ଖରାପ ହୋଇଯାଏ, ତେଣୁ ମଲ୍ଟିଗ୍ରେନ ବ୍ରେଡକୁ ଯଥାଶୀଘ୍ର ଖାଇବା ଭଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.