Below header

ଅଧାରୁ ଛାଡୁଛନ୍ତି କି ଜିମ୍ , ଜାଣି ରଖନ୍ତୁ ଏହାର କୁପ୍ରଭାବ

ଆଜିକାଲି ନିଜକୁ ଫିଟ୍ ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଖାସ୍ ଭାବେ ଯୁବପିଢି ମାନେ ଜିମ୍ ଜଏନ୍ କରୁଛନ୍ତି। କିନ୍ତୁ ଜିମରେ ୱାର୍କଆଉଟ୍ କରିବାର ସାଇଡ ଇଫେକ୍ଟ ବିଷୟରେ ଆପଣ ନିଶ୍ଚିତ ଭାବେ ଅଜ୍ଞାତ ଥିବେ । କଣ ଆପଣ ଜାଣନ୍ତି କି ଲଗାତାର ୱାର୍କଆଉଟ କରିବା ପରେ ଅଚାନକ ଯଦି ମଝିରେ ଛାଡିଦେବେ, ତେବେ ତାହା ଆପଣଙ୍କ ପାଇଁ ଘାତକ ରୋଗର ନିମନ୍ତ୍ରଣ କରିପାରେ ।

j3ହେଲଥ୍ ସ୍ପେଶାଲିଷ୍ଟଙ୍କ ମୁତାବକ, ନିୟମିତ ରୂପରେ ବ୍ଯାୟାମ କରୁଥିବା ବ୍ଯକ୍ତି ଯଦି ହଠାତ୍ ମଝିରେ ବ୍ଯାୟାମ କରିବା ଛାଡିଦିଅନ୍ତି ତେବେ ଗୋଟେ ରୁ ଚାରୀ ସପ୍ତାହ ଭିତରେ ତାଙ୍କ ଶରୀରରେ କୁଞ୍ଚନ ଆସିବା ସହିତ ମାଂସପେଶୀ ଆସ୍ତେ ଆସ୍ତେ ସଙ୍କୁଚିତ ହେବାକୁ ଲାଗିଥାଏ । ଯାହା ବ୍ଯକ୍ତିକୁ ଅସୁସ୍ଥ କରିବାର କାରଣ ଅଟେ ।

j2ବହୁତ କମ୍ ଲୋକଙ୍କୁ ଏହି କଥା ଜଣାଥାଏ କି ୱାର୍କଆଉଟ୍ ଛାଡିବାର ଏକ ସପ୍ତାହ ଭିତରେ ଶରୀରରେ ହାରାହାରି ଅକ୍ସିଜେନ୍ କଞ୍ଜପସନ୍ କ୍ଷମତା ପାଖାପାଖି ୫ପ୍ରତିଶତ କମିଯାଇଥାଏ । ଏହା ମାନେ ମାଂସପେଶୀ ଗୁଡିକୁ ବିକଶିତ ପାଇଁ ପର୍ଯ୍ଯାପ୍ତ ମାତ୍ରାର ଅକ୍ସିଜେନ୍ ମିଳିନଥାଏ । ଯାହାଫଳରେ ଦୌଡିବା ସମୟରେ ଆପଣ ଯେଉଁ ଦୂରତାକୁ ୨୦ ମିନ୍ଟ୍ ରେ ପୂରଣ କରିପାରୁଥିଲେ ୱାର୍କ ଆଉଟ୍ ଛାଡିବାର ଏକ ସପ୍ତାହ ପରେ ସେହି ଦୂରତାକୁ ସମ୍ପୂର୍ଣ୍ଣ କରିବା ପାଇଁ ୧୦ ସେକେଣ୍ଡ ଅଧିକ ସମୟ ଲାଗିଥାଏ । ଏହାସହ ତିନିରୁ ଚାରି ସପ୍ତାହ ପର୍ଯ୍ଯନ୍ତ ୱାର୍କ ଆଉଟ୍ ନକଲେ ଶରୀରରେ ହାରାହାରି ଅକ୍ସିଜେନ୍ କଞ୍ଜପସନ୍ କ୍ଷମତା ପାଖାପାଖି ୧୨ ପ୍ରତିଶତ କମିଯାଇଥାଏ । ଏହାଦ୍ବାରା ମାଂସପେଶୀରେ ବିଶେଷ ପ୍ରଭାବ ପଡିବା ସହିତ ଯେଉଁ ଦୂରତାକୁ ଅତିକ୍ରମ କରିବା ପାଇଁ ୨୦ ମିନିଟ୍ ଲାଗୁଥିଲା ତାହାକୁ ପୂରଣ କରିବା ପାଇଁ ଆହୁରି ଅଧିକ ୬୦ ସେକେଣ୍ଡ ଲାଗିବ ।

j6ଯଦି ଆପଣ ନିରନ୍ତର ବ୍ଯାୟାମ କରିବା ପରେ ୪ ରୁ ୭ ସପ୍ତାହ ୱାର୍କଆଉଟ୍ ନକରନ୍ତି ତେବେ ଆପଣଙ୍କ ଶରୀରରେ ହାରାହାରି ଅକ୍ସିଜେନ୍ କଞ୍ଜପସନ୍ କ୍ଷମତା ପାଖାପାଖି ୧୨ ରୁ ୧୫  ପ୍ରତିଶତ କମିଯାଇଥାଏ । ଏହା ଦ୍ବାରା ମାଂସପେଶୀ ଢିଲା ଏବଂ ର୍ଦୁବଳ ହୋଇଯିବା ସହ ଶରୀରରେ ଫ୍ଯାଟ୍ ଶିଘ୍ର ଲାଗିଥାଏ । ଏହା ଦ୍ବାରା ଆପଣ ଯେଉଁ ଦୂରତା ଯେତିକି ସମୟରେ ଅତିକ୍ରମ କରୁଥିଲେ ତାହାଠାରୁ ତିନି ମିନିଟ୍ ଅଧିକ ସମୟ ନେବେ ।

j5ଯଦି ଆପଣ ଦୁଇ ମାସ ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ୱାର୍କ ଆଉଟ୍ ବନ୍ଦ କରିଦେବେ ତେବେ ଆପଣ ଅତି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ଏହି ପରିସ୍ଥିତରେ ଆପଣଙ୍କ ରକ୍ତରେ ଫ୍ଯାଟ୍ ର ମାତ୍ରା ଶିଘ୍ର ବଢିବା ସହ ହାଇ ବ୍ଳଡ୍ ପ୍ରେସରର ଶିକାର ହୋଇପାରନ୍ତି । ଏହା ସହିତ ମୋଟା ହେବା  ସହ ହାର୍ଟ ସମ୍ବନ୍ଧୀୟ ଅନେକ ରୋଗର ଶିକାର ହୋଇପାରନ୍ତି ।ଧ୍ଯାନ ରଖନ୍ତୁ ଜିମରେ ୱାର୍କଆଉଟ୍ କରିବା ପରେ ଶରୀରରେ ପର୍ଯ୍ଯାପ୍ତ ଆରାମର ଆବଶ୍ଯକତା ରହିଥାଏ , ତେଣୁ ପ୍ରତିଦିନ ୨୪ ଘଂଟା ରୁ ୮ ଘଂଟା ଭରପୂର ମାତ୍ରାରେ ଶୋଇବା ଆବଶ୍ଯକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.