ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସଙ୍ଗ : ରାହୁଲଙ୍କ ସମର୍ଥନରେ ଖୁସି ନବୀନ

ଭୁବନେଶ୍ବର (କେନ୍ୟୁଜ୍) : ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନ ନେଇ ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗରେ ରାହୁଲ ସମର୍ଥନ କରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭା ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପ୍ରସ୍ତାବ ପାସ୍ କରାଇବା ପାଇଁ ସବୁ କଂଗ୍ରେସ ଓ ସହଯୋଗୀ ଦଳ ଶାସିତ ସରକାରକୁ ଚିଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

୨୦୧୦ରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଥିଲା । କିନ୍ତୁ ତା ପରଠାରୁ ଅଟକି ଯାଇଛି । ପୂର୍ବରୁ ଓଡ଼ିଶା ବିଧାନସଭାରେ ଏ ସଂପର୍କିତ ସଂକଳ୍ପ ଗୃହୀତ ହୋଇ ସାରିଛି । ମହିଳା ସଂରକ୍ଷଣ ବିଲ୍ ନେଇ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ସହ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ସହଯୋଗ ଲୋଡିବା ଲାଗି ବିଜେଡି ନିଷ୍ପତ୍ତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.