କୀଟନାଶକ କଲା ଫସଲନାଶ, ଥାନାରେ ଏତଲା ଦେଲେ ଚାଷୀ

ଗଜପତି (କେନ୍ୟୁଜ୍) : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ପୁରୁଟିଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଏ ଅଜଣା ବ୍ୟକ୍ତି ଟମାଟୋ କ୍ଷେତରେ ଘାସ ଔଷଧ ମାରିଦେବାରୁ ଉକ୍ତ ଗ୍ରାମର ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି।

ଏହି ଗ୍ରାମର ଏମ. ରମେଶ ଏବଂ ଜି. ଶ୍ରୀଧର ନାମକ ଦୁଇ ଚାଷୀ ୨.୫ ଏକର ଜମିରେ ଗତ ତିନିମାସ ହେଲା ୬୦ ହଜାର ଟଙ୍କା ଖର୍ଚ୍ଚ କରିବା ସହ ବହୁକଷ୍ଟରେ ଚାଷ କରିଥିଲେ। ପ୍ରଥମେ ତିତିଲି ଏବଂ ବର୍ତ୍ତମାନ ନକଲି କୀଟ ନାଶକ ତାଙ୍କ ଜୀବିକା ଉପରେ ଦାଉ ସାଧିଛି । ଆନୁମାନିକ ୩ ଲକ୍ଷ ଟଙ୍କାର ଚାଷ ନଷ୍ଟ ହୋଇଯାଇଛି। ଏନେଇ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.