Below header

ଲିପ୍‌ଷ୍ଟିକ୍‌ ଭାଙ୍ଗିଲେ କଣ କରିବେ, ଏହି ଟିପ୍ସକୁ ଆପଣାଇ ଯୋଡ଼ି ପାରିବେ ଲିପ୍‌ଷ୍ଟିକ୍‌

ଆପଣଙ୍କ ସହିତ ଏପରି ଅନେକ ଥର ହୋଇଥିବ ଯେ, ଆପଣ ଲିପ୍‌ଷ୍ଟିକ୍‌ ଲଗାଉଥିବା ସମୟରେ ଏହା ଭାଙ୍ଗିଯାଏ । ଅନେକ ଲୋକ ଏହି ଭାଙ୍ଗି ଯାଉଥିବା ଲିପ୍‌ଷ୍ଟିକ୍‌ ଫିଙ୍ଗି ଦେଇଥାନ୍ତି । ଆପଣଙ୍କ ପାଇଁ ଏକ ଭଲ ଟିପ୍ସ ରହିଛି ଏହାକୁ ଆପଣାଇଲେ ଆପଣଙ୍କ ଲିପ୍‌ଷ୍ଟିକ୍‌ ପୂର୍ବ ପରି ହୋଇଯିବ ।

ମହିଳାମାନଙ୍କ ବ୍ୟୁଟି ପ୍ରଡକ୍ଟ ମଧ୍ୟରେ ଲିପ୍‌ଷ୍ଟିକ୍‌ ଅନ୍ୟତମ । କେଉଁ ମେକ୍‌ଅପ୍‌ରେ କେଉଁ ଲିପ୍‌ଷ୍ଟିକ୍‌ ଲଗାଯିବ ଏସବୁ ଯୁବତୀ ଓ ମହିଳାଙ୍କୁ ବେଶ ଜଣା । କିନ୍ତୁ ଲିପ୍‌ଷ୍ଟିକ୍‌ ସହିତ ଯୋଡ଼ିଥିବା ଅନ୍ୟ କିଛି ଖାସ୍‌ ଜିନିଷ ବିଷୟରେ ଜାଣିବା ଆପଣଙ୍କ ପାଇଁ ଜରୁରୀ ହୋଇଥାଏ । ଆପଣ ବ୍ୟବହାର କରୁଥିବା ଆପଣଙ୍କ ପସନ୍ଦର ଲିପ୍‌ଷ୍ଟିକ୍‌ଟି ଯଦି ହଠାତ୍‌ ଭାଙ୍ଗି ଯାଏ ତେବେ ଆପଣ କଣ କରିବେ । ଆପଣଙ୍କ ପାଇଁ ଏକ ଭଲ ଟିପ୍ସ ରହିଛି ଏହାକୁ ଆପଣାଇଲେ ଆପଣଙ୍କ ଲିପ୍‌ଷ୍ଟିକ୍‌ ପୂର୍ବ ପରି ହୋଇଯିବ ।

ଯଦି ଯୁବତୀମାନଙ୍କୁ ମେକ୍‌ଅପ୍‌ ହ୍ୟାକ୍ସ ବିଷୟରେ ଜଣାଥିବ ତେବେ ମେକ୍‌ଅପ୍‌ କରିବା ଆହୁରି ସହଜ ହୋଇଯାଏ । ଆପଣଙ୍କ ଲିପ୍‌ଷ୍ଟିକ୍‌ ଭାଙ୍ଗିଗଲେ ଆପଣ ଏହାକୁ ପୂର୍ବପରି କିପରି କରିବେ ଆସନ୍ତୁ ଜାଣିବା । ଆପଣଙ୍କ ସହିତ ଏପରି ଅନେକ ଥର ହୋଇଥିବ ଯେ, ଆପଣ ଲିପ୍‌ଷ୍ଟିକ୍‌ ଲଗାଉଥିବା ସମୟରେ ଏହା ଭାଙ୍ଗିଯାଏ । ଅନେକ ଲୋକ ଏହି ଭାଙ୍ଗି ଯାଉଥିବା ଲିପ୍‌ଷ୍ଟିକ୍‌ ଫିଙ୍ଗି ଦେଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଲିପ୍‌ଷ୍ଟିକ୍‌ ଯୋଡ଼ିବା ପ୍ରକ୍ରିୟ ବିଷୟରେ ଜଣାଇବୁ ।

ଏହି ସମସ୍ୟାର ସାମ୍ନା ପ୍ରାୟତଃ ପ୍ରତ୍ୟେକ ଯୁବତୀ କରିଥାନ୍ତି । ଲିପ୍‌ଷ୍ଟିକ୍‌ର ଯେକୌଣସି ବ୍ରାଣ୍ଡ ହେଉ ନା କାହିଁକି, କୌଣସି ନା କୌଣସି କାରଣରୁ ଏହା ଭାଙ୍ଗିଯାଏ । କିନ୍ତୁ ଯଦି ଆପଣଙ୍କ ପସନ୍ଦର ଲିପ୍‌ଷ୍ଟିକ୍‌ ଭାଙ୍ଗିଯାଉଛି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଏହି ଟିପ୍ସକୁ ଆପଣାଇ ସହଜରେ ଲିପ୍‌ଷ୍ଟିକ୍‌ ଯୋଡ଼ି ପାରିବେ ।

ଆପଣ ଟଙ୍କା ଖର୍ଚ୍ଚ ନକରି ଆପଣଙ୍କ ପସନ୍ଦର ଲିପ୍‌ଷ୍ଟିକ୍‌ କୁ ଯୋଡ଼ିପାରିବେ । ଏଥିପାଇଁ ଆପଣ ଲିପ୍‌ଷ୍ଟିକ୍‌ର ଦୁଇଟି ଭଙ୍ଗା ଅଂଶକୁ ଲାଇଟରରେ ଗରମ କରନ୍ତୁ ଏବଂ ପରେ ଦୁଇଟି ଅଂଶ ଗରମ ହେବା ଆରମ୍ଭ କରିବା ପରେ ଦୁଇଟି ଅଂଶକୁ ଯୋଡ଼ି ନିଅନ୍ତୁ । ଏହା ଦ୍ୱାରା ଆପଣ ନିଜ ଲିପ୍‌ଷ୍ଟିକ୍‌କୁ ଯୋଡ଼ି ଏହାକୁ ବ୍ୟବହାର କରିପାରିବେ ।

ପରଫେକ୍ଟ ଲିପ୍‌ଷ୍ଟିକ୍‌ ଲଗାଇବାର ଉପାୟ ମଧ୍ୟ ରହିଛି । ଏଥିପାଇଁ ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ନିଜ ଓଠକୁ ଏକ୍ସଫୋଲିଏଟ କରନ୍ତୁ । ଏକ୍ସଫୋଲିଏଟ କରିବା ପାଇଁ ନଡ଼ିଆ ତେଲକୁ ବ୍ୟବହାର କରିପାରିବେ । ଏହା ପରେ ଆପଣ ନିଜ ଓଠକୁ ଧିରେ ଧିରେ ମାଲିସ କରନ୍ତୁ । ପରେ ଟିସ୍ୟୁ ପେପରରେ ଓଠକୁ ସଫା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଓଠ ନରମ ହେବା ସହ ମଇଳା ଦୂର ହେବ । ଏପରି କରିବା ପରେ ଆପଣ ଲିପ୍‌ଷ୍ଟିକ୍‌ ଲଗାଇ ପାରିବେ, ଯାହା ଦ୍ୱାରା ଏହା ଓଠର ବାହ୍ୟ ପାର୍ଶ୍ୱକୁ ବ୍ୟାପିବ ନାହିଁ । ଆପଣ ଆଇସ୍ୟାଡୋ ବ୍ୟବହାର କରି ମଧ୍ୟ ଲିପ୍‌ଷ୍ଟିକ୍‌ ଲଗାଇ ପାରିବେ । ଅନେକ ଥର ମ୍ୟାଚିଙ୍ଗ୍‌ ଲିପ୍‌ଷ୍ଟିକ୍‌ ନଥାଏ ଏହି ସମୟରେ ଆପଣ ଆଇସ୍ୟାଡୋ ବ୍ୟବହାର କରି ନିଜ ଲୁକ୍‌ କୁ କମ୍ପଲିଟ୍‌ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.