Below header

ସାଥୀଙ୍କ ଚାକିରି ହଠାତ୍‌ ଚାଲିଗଲେ କ’ଣ କରିବେ ଆପଣ? ଜାଣନ୍ତୁ ୪ଟି କଥା

ପ୍ରାଇଭେଟ୍‌ ଜବ୍‌ରେ ସିକ୍ୟୁରିଟି ନ ରହିବା କାରଣରୁ ଅନେକ ସମୟରେ ହଠାତ୍‌ ଚାକିରି ଚାଲିଯାଇଥାଏ। ଯଦି ଆପଣ ବିବାହିତ ଏବଂ ଆପଣଙ୍କ ସାଥୀଙ୍କ ସହିତ ଏପରି ଘଟେ, ତା’ହେଲେ ଏହି ସମୟରେ ଆପଣ କ’ଣ କରିବେ? ଆଦୌ ବିଚଳିତ ନ ହୋଇ, ବରଂ ସଙ୍କଟ ସମୟରେ ସାଥୀଙ୍କୁ ପରାମର୍ଶ ଦିଅନ୍ତୁ ଏବଂ ତାଙ୍କୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ। ଏହା ହିଁ ଏକମାତ୍ର ସମୟ, ଯେତେବେଳେ ଆପଣ ଆପଣଙ୍କ ସାଥୀଙ୍କର ଆହୁରି ନିକଟତର ହୋଇପାରିବେ। ଆସନ୍ତୁ ଜାଣିବା ସାଥୀଙ୍କ ଚାକିରି ଚାଲିଗଲେ, କ’ଣ ରହିବ ଆପଣଙ୍କ କର୍ତ୍ତବ୍ୟ।

j1

୧. ସାଥୀଙ୍କୁ ସାଥ୍‌ ଦେଇ ସମ୍ପର୍କକୁ ଆହୁରି ମଜଭୁତ୍‌ କରାନ୍ତୁ

ଯଦି ଆପଣଙ୍କ ସ୍ୱାମୀଙ୍କ ଚାକିରି ଚାଲିଯାଇଛି, ତା’ହେଲେ ତାଙ୍କୁ କଦାପି ଏଭଳି ନଜରରେ ଦେଖନ୍ତୁ ନାହିଁ, ଯେପରି ସେ କୌଣସି ଅପରାଧ କରିପକାଇଛନ୍ତି। ଏହି ସମୟରେ ଆପଣ ତାଙ୍କୁ ସାଥ୍‌ ଦେଇ ନିଜ ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିପାରିବେ ଏବଂ ପ୍ରେମକୁ ପ୍ରମାଣିତ କରିପାରିବେ।

j882

୨. ନିଜ ସଉକକୁ ରୋଜଗାରର ମାଧ୍ୟମ କରନ୍ତୁ

ସାଥୀଙ୍କୁ ଫାଇନାନ୍ସିଆଲ ସର୍ପୋଟ ଦେବା ପାଇଁ ନିଜର କିଛି ପ୍ରତିଭା ଏବଂ ସଉକକୁ ରୋଜଗାରର ମାଧ୍ୟମ ରୂପେ ଆପଣାଇ ପାରିବେ। ଯେମିତି, ଟ୍ୟୁସନ କରିବା, ଫ୍ରିଲାନ୍ସିଙ୍ଗ୍‌ କରିବା କିମ୍ବା ଫ୍ୟାଶନ ଡିଜାଇନିଂର କାମ।

୩. ବେବି ପ୍ଲାନ୍‌ କରନ୍ତୁ ନାହିଁ

ଯଦି ଆପଣ ବେବି ପ୍ଲାନ୍‌ କରୁଛନ୍ତି ଏବଂ ଏହାରି ଭିତରେ ହଠାତ୍‌ ସାଥୀଙ୍କ ଚାକିରି ଚାଲିଯାଉଛି, ତେବେ ଏହି ସମୟରେ ବେବି ପ୍ଲାନ୍‌ ପାଇଁ ଆଗକୁ ବଢ଼ନ୍ତୁ ନାହିଁ। କାରଣ, ଏହି ସମୟରେ ଯଦି ଆପଣ ପ୍ରେଗ୍‌ନାଣ୍ଟ ହୋଇଯାଆନ୍ତି, ତେବେ ଏହାର ପ୍ରଭାବ ଆପଣଙ୍କ ଶିଶୁ ଉପରେ ମଧ୍ୟ ପଡ଼ିପାରେ।

j88

୪. ନିଜ ସ୍ୱପ୍ନକୁ କାବୁ କରନ୍ତୁ

ଖୁସିରେ ରହିବା ପାଇଁ ଅନେକ ଲୋକ ବଡ଼ ବଡ଼ ସ୍ୱପ୍ନ ଦେଖିଥାଆନ୍ତି। ଯେପରି, ବଡ଼ ଘର ନେବା, ନୂଆ ଗାଡ଼ି କିଣିବା ଆଦି। କିନ୍ତୁ ଯଦି ଆପଣଙ୍କ ସ୍ୱାମୀଙ୍କ ଚାକିରି ନାହିଁ, ତା’ହେଲେ ସ୍ୱପ୍ନ ବିଷୟରେ ବାରମ୍ବାର ଭାବି ଅଯଥା ସମୟ ଅପଚୟ କରନ୍ତୁ ନାହିଁ। ନିଜ ଅସନ୍ତୋଷକୁ ସ୍ୱାମୀଙ୍କ ଉପରେ ବାହାର କରନ୍ତୁ ନାହିଁ। କିଛି ଦିନ ଯାଏ ନିଜ ସ୍ୱପ୍ନ ଉପରେ ଲଗାମ୍‌ ରଖନ୍ତୁ। ସାଥୀଙ୍କୁ ସାଥ୍‌ ଦେଇ ଦୁଇଜଣଙ୍କ ଜୀବନକୁ ଖୁସିମୟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.