Below header

ଡେବ୍ୟୁ ଫିଲ୍ମରେ ବୋଲ୍ଡ ସିନ ପାଇଁ ହିନା ଖାନ କରିଥିଲେ କିଛି ଏପରି

ଟିଭି ଅଭିନେତ୍ରୀରୁ ବଲିଉଡ ଷ୍ଟାର ପାଲଟିଥିବା ଅଭିନେତ୍ରୀ ହିନା ଖାନ ଆଜିକାଲି ନିଜର ଡେବ୍ୟୁ ଫିଲ୍ମ ‘Hacked’ର ରିଲିଜ ପରେ ବହୁତ ଚର୍ଚ୍ଚାରେ ଅଛନ୍ତି । ନିଜର ଲୁକସ ଏବଂ ଅନ୍ଦାଜକୁ ନେଇ ସୋସିଆଲ ମିଡିଆରେ ତ ସେ ଚର୍ଚ୍ଚାରେ ରୁହନ୍ତି କିନ୍ତୁ ବର୍ତ୍ତମାନ ହିନା ଖାନ ଫିଲ୍ମରୁ ସିଲଭର ସ୍କ୍ରିନରେ ମଧ୍ୟ ହଟନେସର ତଡକା ଲଗାଉଛନ୍ତି । ଚଳଚ୍ଚିତ୍ର Hackedରେ ମଧ୍ୟ ସେ ଅନେକ ବୋଲ୍ଡ ସିନ ଦେଇଛନ୍ତି । ତେବେ ନିଜର ଏହି ବୋଲ୍ଡ ସିନ ବିଷୟରେ ହିନା ଖାନ ନିକଟରେ ନିଜର ମତ ରଖିଛନ୍ତି ।


ଅନେକ ବର୍ଷ ଧରି ଟିଭି ସ୍କ୍ରିନରେ ପ୍ରତିଘରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ହିନା ଖାନ ନିକଟରେ ଚଳଚ୍ଚିତ୍ର Hackedରେ ଅନେକ ବୋଲଡ ସିନ ଦେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏନେଇ ସେ ନିଜକୁ କିପରି ପ୍ରସ୍ତୁତ କରିଥିଲେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ ‘ମୁଁ ପ୍ରଥମେ ଟିକିଏ ଡରି ଯାଇଥିଲି । ରୋହନ ଶାହ ମୋଠାରୁ ଅଧିକ କାମ କରିଛନ୍ତି । ତେଣୁ ଏହା ତାଙ୍କପାଇଁ ଏକ ସାମାନ୍ୟ କଥା । ଫିଲ୍ମରେ ବୋଲ୍ଡ ସିନ ବିଷୟରେ ଜାଣିବା ପରେ ମୁଁ ନିଜର ପାଦ ପଛକୁ ଫେରାଇ ନେଇଥିଲି କିନ୍ତୁ କୋଉଠି ନା କୋଉଠି ମୁଁ ପ୍ରସ୍ତୁତ ଥିଲି ମଧ୍ୟ । କାରଣ ଯେତେବେଳେ ମୁଁ ଏହି ଇଣ୍ଡଷ୍ଟ୍ରିରେ ପାଦ ରଖିଲି ସେତେବେଳେ ଜାଣିଲି ଯେ ଆଜିର ସମୟରେ ବୋଲ୍ଡ ସିନ ଦେବା ଏକ ସାଧାରଣ କଥା ।’

 

View this post on Instagram

 

Smelling the sea, Feeling the sky @kurumba_maldives

A post shared by SAM #NoWhereToHide (@realhinakhan) on


ଏହା ବ୍ୟତୀତ ହିନା କହିଥିଲେ ଯେ ଆମେ ଯେତେବେଳେ ଏକ ରିୟଲିଷ୍ଟିକ ସିନେମା ବିଷୟରେ କହୁ ତାହେଲେ ସେଠାରେ ଆକ୍ଟିଙ୍ଗର କୌଣସି ସ୍କୋପ ନଥାଏ । ଆପଣଙ୍କୁ ଏହା ଦେଖାଇବାକୁ ପଡିଥାଏ ଯେ ସାଧାରଣତଃ ଏକ ଦମ୍ପତ୍ତିଙ୍କ ମଧ୍ୟରେ କଣ ହୋଇଥାଏ । ତେବେ ଏଥିପାଇଁ ମୋତେ ନିଜକୁ ବହୁତ ପ୍ରସ୍ତୁତ କରିବାକୁ ପଡିଥିଲା ଏବଂ ମୋ ପାଇଁ ଏହା ସହଜ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.