KGFର ରକିଂ ଫେମ୍ ୟଶ ଓ ରବୀନା ଦେଖାଇଲେ ସ୍ୱାଗ୍, ଭାଇରାଲ ହେଉଛି ଭିଡିଓ
କେଜିଏଫ୍ ଫେମ୍ ରକିଂ ଷ୍ଟାର ୟଶ ଓ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଉଭୟ ୟଶ ଓ ରବୀନା ପଛକୁ ବୁଲି ଲୁକ୍ ଦେଉଥିବା ଦେଖାଯାଇଛି। ଏହି ଭିଡିଓକୁ ରବୀନା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରିବା ଅବସରରେ ସେ ସୂଚନା ଦେଇଛନ୍ତି ଯେ ୟଶଙ୍କ ସହ ସେ କେଜିଏଫ୍ ୨ରେ ସ୍କ୍ରିନ୍ ସେୟାର କରିବେ। ତେବେ ରବୀନା କେଜିଏଫ୍ରେ କେଉଁ ଭୂମିକାରେ ନଜର ଆସିବେ ତାହାକୁ ନେଇ ଦର୍ଶକେ ଉତ୍ସାହିତ ଥିବା ଜଣାଯାଇଛି।
ଦେଖନ୍ତୁ ଭିଡିଓ:
ଭିଡିଓକୁ ସେୟାର କରି ରବୀନା କ୍ୟାପସନ୍ରେ ଲେଖିଛନ୍ତି ‘ଯେତେବେଳେ ଲୁକ୍ ମାରିପାରେ, ରକିଙ୍କ ଡେଥ୍ ଓ୍ଵାରେଣ୍ଟରେ ସାଇନ୍ ହୋଇସାରିଛି’। ଭିଡିଓରେ ୟଶ ଓ ରବୀନା ବ୍ଲାକ୍ କଲରର ଡ୍ରେସ୍ ଓ ଚଷମା ପିନ୍ଧିଛନ୍ତି।
ସୂଚନାଯୋଗ୍ୟ ଯେ ୟଶଙ୍କ ସବୁଠାରୁ ହିଟ୍ ଫିଲ୍ମ ହେଉଛି କେଜିଏଫ୍। ୧୯୭୦ ଦଶକର କାହାଣୀକୁ ନେଇ ଫିଲ୍ମକୁ ଷ୍ଟୋରୀ ଲେଖାଯାଇଛି। ଫିଲ୍ମରେ ୟଶ ଏକ ଏମିତି ଭୂମିକାରେ ଅଭିନୟ କରୁଛନ୍ତି ଯାହାର ଉଦ୍ଦେଶ୍ୟ ହେଉଛି ସାରା ଦୁନିଆର ସୁନାର ଖଣିକୁ ନିଜ କବ୍ଜାକୁ ନେବା। ଏବେ ଏହାର ଦ୍ୱିତୀୟ ପାର୍ଟ କେଜିଏଫ ୨ ଆସିବାକୁ ଯାଉଛି। ଫିଲ୍ମର ସୁଟିଂ ଜାରି ରହିଛି। ଏହାର ଫାଷ୍ଟଲୁକ୍ ଜାରି ହୋଇସାରିଥିବା ବେଳେ ଫ୍ୟାନ୍ମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି।