ରାମଚଣ୍ଡୀରେ ଏନଡିଆରଏଫ୍‌ର ଦମ୍‌ ଦେଖିଲା ବିମଷ୍ଟେକ୍‌ ରାଷ୍ଟ୍ର ସମୂହ, ପ୍ରାକୃତିକ ବିପର୍ଯ୍ୟୟ ବେଳେ କୋଣାର୍କ ମନ୍ଦିର ସୁରକ୍ଷା ସହ ଗୃହପାଳିତ ପଶୁଙ୍କୁ ଉଦ୍ଧାର କଲା ଟିମ୍‌

ପୁରୀ:ଓଡ଼ିଶାରେ ବିମଷ୍ଟେକ୍‌ ରାଷ୍ଟ୍ର ସମୂହର ମକ୍‌ ଡ୍ରିଲ୍‌ । ତିନି ଦିନିଆ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମର ଆଜି ହେଉଛି ଦ୍ୱିତୀୟ ଦିନ । ଆଜିଠୁ କୋଣାର୍କ ରାମଚଣ୍ଡୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ମକ୍‌ ଡ୍ରିଲ୍‌ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଶିବିରକୁ ଉଦ୍‌ଘାଟନ କରିଛନ୍ତି । BIMSTEC ମକ୍‌ଡ୍ରିଲରେ SRC ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି। ଅତିରିକ୍ତ DG ସୌମେନ୍ଦ୍ର ପ୍ରିୟଦର୍ଶୀ,NDRF DG ମଧ୍ୟ ଉପସ୍ଥିତ ଅଛନ୍ତି।

mock drillପ୍ରାକୃତିକ ବିପର୍ଯ୍ୟୟ ବେଳେ କୋଣାର୍କ ମନ୍ଦିର ସୁରକ୍ଷା ସହ ଗୃହପାଳିତ ପଶୁଙ୍କୁ ଉଦ୍ଧାର କରିଛି ଟିମ୍‌। ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପାଇଁ କୁଶଭଦ୍ରା ନଦୀରେ ଏକ ଅଭ୍ୟାସ ଗାଁ ପ୍ରତିଷ୍ଠା କରାଯିବା ସହ ଐତିହ୍ୟର ସୁରକ୍ଷା ପାଇଁ ସୂର୍ଯ୍ୟ ମନ୍ଦିରର ନକ୍ସା ଆକୃତି ମଧ୍ୟ ତିଆରି ହୋଇଛି । ଗତକାଲି ଭୁବନେଶ୍ୱରରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜ୍‌ରେ ଏକାଠି ହୋଇଛନ୍ତି ଭାରତ ସେମତ ବିମଷ୍ଟେକ୍‌ ରାଷ୍ଟ୍ର ସମୂହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ୍‌ର ପ୍ରତିନିଧି । ଚଳିତବର୍ଷର ଥିମ୍‌ ରହିଛି ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା ।