Below header

ଜାଣନ୍ତୁ ରାତିରେ କାହିଁକି ଲାଇଟ୍‌ ବନ୍ଦ କରି ଶୋଇବା ଉଚିତ, ରିସର୍ଚ୍ଚରୁ ହେଲା ଖୁଲାସା

ରାତିରେ ଶୋଇବା ସମୟରେ ଅଧିକାଂଶ ଲୋକମାନେ ଲାଇଟ୍‌ ବନ୍ଦ କରିଦେଇଥାନ୍ତି। ସେହିଭଳି କିଛି ଲୋକମାନଙ୍କୁ ଅନ୍ଧାରରେ ଡର ଲାଗୁଥିବାରୁ ରାତିରେ ଲାଇଟ୍‌ ଲଗାଇ ଶୋଇଥାନ୍ତି। କିନ୍ତୁ ଅନେକ ପ୍ରକାର ରିସର୍ଚ୍ଚ ପରେ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ରାତିରେ ଲାଇଟ୍‌ ବନ୍ଦ କରି ଶୋଇବା ଉଚିତ। କାରଣ ଶରୀରରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ। ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ରାତିରେ ଲାଇଟ୍‌ ବନ୍ଦ କରି ଶୋଇବା ଆବଶ୍ୟକ। ତେବେ ଜାଣନ୍ତୁ ରାତିରେ ଲାଇଟ୍‌ ବନ୍ଦ କରି ଶୋଇବା କେତେ ଜରୁରୀ ତାହା ଆଜି ଆମେ ଆପଣଙ୍କୁ କହିବୁ।

ଆଜିକାଲି ଲୋକମାନେ ଘରେ ଅନେକ ପ୍ରକାର ଲାଇଟ୍‌ ଲଗାଉଛନ୍ତି। ଯେପରି ଟେବୁଲ୍‌ ଲ୍ୟାମ୍ପ, ହ୍ୟାଙ୍ଗିଗ୍‌ ଲ୍ୟାମ୍ପ, ହୋଲ୍ଡରେ ଲାଗିଥିବା ବଲ୍‌ ବା ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟରୁ ବାହାରୁଥିବା କୃତିମ ଆଲୋକ ରାତିରେ ଆପଣଙ୍କ ସୁଖ ନିଦ ପାଇଁ ବିଲକୁଲ୍‌ ଭଲ ନୁହେଁ। ରିସର୍ଚ୍ଚ ଅନୁସାୟୀ ରାତିରେ ଶୋଇବା ସମୟରେ କୃତିମ ଆଲୋକ ଆପଣଙ୍କ ନିଦରେ ବାଧା ଦେଇଥାଏ। ଆପଣମାନେ ତ ଜାଣିଥିବେ ପ୍ରତ୍ୟେକ ବ୍ୟକ୍ତି ୭ ରୁ ୮ ଘଣ୍ଟା ଶୋଇବା ଉଚିତ। କେବଳ ଶୋଇବା ନୁହେଁ ଗଭୀର ଦିନରେ ଶୋଇବା ଉଚିତ। କିନ୍ତୁ ଲାଇଟ୍‌ ଲଗାଇ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଏବଂ ଶରୀର ଗଭୀର ନିଦରେ ପହଞ୍ଚିପାରିନଥାଏ। ଏହାଦ୍ୱାରା ମସ୍ତିଷ୍କରେ ପ୍ରଭାବ ପଡ଼ିବା ସହ ଆପଣଙ୍କୁ ନିଦରୁ ଉଠିବା ପରେ ଦୁର୍ବଳ ଅନୁଭବ ହୋଇଥାଏ।

light off1ହର୍ମୋନ ପ୍ରଭାବିତ ହୋଇଥାଏ:

ରିସର୍ଚ୍ଚରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ ମସ୍ତିଷ୍କରେ ପ୍ରସ୍ତୁତ ହେଉଥିବା ମେଲାଟୋନିନ ହର୍ମୋନ ବାହାରେ ଥିବା ଆଲୋକ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଯଦି ଆପଣ ରାତିରେ ଲାଇଟ୍‌ ଲଗାଇ ଶୋଉଛନ୍ତି ତେବେ ଆପଣଙ୍କ ଶରୀର ମେଲାଟୋନିନ୍‌ ହର୍ମୋନ ପ୍ରସ୍ତୁତ କରିପାରେ ନାହିଁ। କାରଣ ତାକୁ ଲାଗିଥାଏ ଆପଣ ଦିନରେ ଶୋଇରହିଛନ୍ତି କିନ୍ତୁ ଆପଣ ଲାଇଟ୍‌ ବନ୍ଦ କରି ଶୋଇବା ଦ୍ୱାରା ମସ୍ତିଷ୍କ ସଠିକ୍‌ ମାତ୍ରାରେ ମେଲାଟୋନିନ ହର୍ମୋନ ପ୍ରସ୍ତୁତ କରିବା ସହ ଆପଣ ଶାନ୍ତିରେ ଶୋଇଥାନ୍ତି।

ଏହାସହ ପଢନ୍ତୁ: ଟାଟୁ କରିବାକୁ ଯାଉଛନ୍ତି କି? ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଲାଇଟ୍‌ ବନ୍ଦ କରିବା ପରେ ନିଦ ନଆସିଲେ କଣ କରିବେ:

eyeକିଛି ଲୋକମାନଙ୍କୁ ଲାଇଟ୍‌ ବନ୍ଦ କରିବା ପରେ ନିଦ ହୋଇନଥାଏ କାରଣ ସୋମନଙ୍କ ମନରେ ଭୟ ରହିଥାଏ ବା ମସ୍ତିଷ୍କରେ କୌଣସି ପ୍ରକାର ଭ୍ରମ ରହିଥାଏ। ଏଭଳି ପରିସ୍ଥିତରେ ଆପଣ ଶୋଇବା ପୂର୍ବରୁ ଆଖିରେ ଆଇ-ବ୍ୟାଗ୍ସ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଆଲୋକ ଆପଣଙ୍କ ଆଖିକୁ ଯାଇଥାଏ। ଏହାବ୍ୟତୀତ ଅଧିକ କିଛି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.