ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର: ଆଜି ମୁମ୍ବାଇରେ ହେବ ଚୁଡାନ୍ତ ଆଲୋଚନା, ଶିବସେନା-ଏନସିିପି ଓ କଂଗ୍ରେସ ମଧ୍ୟରେ ତ୍ରିପାକ୍ଷିକ ବୈଠକ

ମହାରାଷ୍ଟ୍ର: ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର। ଏନେଇ ରାସ୍ତା ଫିଟିବାରେ ଲାଗିଛି। ଆଜି ମୁମ୍ବାଇରେ ହେବ ଚୁଡାନ୍ତ ଆଲୋଚନା। ଶିବସେନା-ଏନସିିପି ଓ କଂଗ୍ରେସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସି ସରକାର ଗଠନର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ବୈଠକ ପରେ ତିନି ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିବେ। ଶନିବାର ସରକାର ଗଠନ ନେଇ ଦାବି ରଖିବେ ବୋଲି ସୂଚନା ମିଳିଛି।

ସରକାର ଗଠନ ନେଇ ଗତକାଲି ଶରଦ ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବସି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ବୁଝାମଣା ହୋଇଛି। କଂଗ୍ରେସ-ଏନସିପି ବୈଠକ ପୂର୍ବରୁ ସିଡବ୍ଲୁସି ବୈଠକ ବସିଥିଲା। ଏଥିରେ ଶିବସେନା ସହ ସରକାର ଗଠନ ପାଇଁ ଆଗକୁ ବଢିବାକୁ ଗ୍ରୀନ ସିଗନାଲ ଦେଇଥିଲେ ସୋନିଆ ଗାନ୍ଧୀ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ସରକାର ଗଠନ ପାଇଁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଜୋରଦାର କସରତ ଚାଲିଛି। ଆଜି ଚିତ୍ର ସ୍ପଷ୍ଟ ହେବା ନେଇ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.