Below header

ସୁବର୍ଣ୍ଣପୁର: ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ନଷ୍ଟ ହେଉଛି ଫସଲ, କ୍ଷତିପୂରଣ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ

ସୁବର୍ଣ୍ଣପୁର: କ୍ଷତିପୂରଣ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ । ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁ ନଷ୍ଟ ହେଉଛି ଫସଲ । ଦଳି ନଷ୍ଟ କରିବା ସହିତ ଏକର ଏକର ଧାନ ଖାଇଦେଉଛନ୍ତି ଜଙ୍ଗଲି ହାତୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ୍‌ର ଗାଁ ମାନଙ୍କରେ ଏହି ଘଟଣା ଦେଖିବାକୁ ମିଳିଛି । ଏନେଇ ବାରମ୍ବାର ଗାଁ ଲୋକେ ବନ ବିଭାଗର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବାରୁ ସେମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏକର ପ୍ରତି କୋଡିଏ ହଜାର ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରୀ ତୀବ୍ରତର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ସେପଟେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.