Below header

ଗର୍ଭବତୀ ସମୟରେ କର୍ମଜୀବୀ ମହିଳା ନେଇଥାନ୍ତି ଅଧିକ ଟେନସନ୍, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଯେକୌଣସି ବିବାହିତା ମହିଳାଙ୍କ ପାଇଁ ମା’ ହେବା ଏକ ସୌଭାଗ୍ଯର କଥା। ତେବେ ଗ୍ରୁହିଣୀ ଏବଂ କମର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ମା’ହେବାର ଖୁସିରେ କିଛିଟା ଫରକ୍ ଦେଖାଯାଇଥାଏ । ସାଧାରଣତଃ ଦେଖାଯାଇଛି କର୍ମଜୀବୀ ମହିଳାଙ୍କୁ ଘର ସମେତ ଅଫିସ୍ ଦାୟିତ୍ୱ ମଧ୍ଯ ନେବାକୁ ପଡିଥାଏ । ଏଥିଲାଗି ସେମାନେ ସର୍ବଦା ଚିନ୍ତିତ ରହିଥାନ୍ତି। ଯେଉଁଥିପାଇଁ ସେମାନେ ମା’ ହେବାକୁ ନେଇ ଟିକେ ପଛଘୁଞ୍ଚା ଦେଇଥାନ୍ତି। ଏହାବ୍ୟତୀତ ଗର୍ଭବତୀ ହେବା ଦ୍ୱାରା ସେମାନଙ୍କ ଚାକିରୀ ପ୍ରତି ବିପଦ ଆସିଥାଏ ବୋଲି ସେମାନେ ସର୍ବଦା ଭାବିଥାନ୍ତି। ଫ୍ଲୋରିଡ଼ା ଷ୍ଟେଟ ୟୁନିଭରସିଟି ପକ୍ଷରୁ ହୋଇଥିବା ଏକ ଷ୍ଟଡି ମୁତାବକ କର୍ମଜୀବୀ ମହିଳା ଗର୍ଭବତୀ ହେବା ପରେ ବିଭିନ୍ନ ଧାରଣା ତାଙ୍କ ମନରେ ବସା ବାନ୍ଧିଥାଏ । ଯାହାଫଳରେ ସେମାନେ ଚିନ୍ତାଗ୍ରସ୍ତ ହୋଇଥାନ୍ତି ।

pregnancyତେବେ ଆସନ୍ତୁ ଜାଣିବା ଗର୍ଭଧାରଣା ସମୟରେ କେଉଁ କଥା କର୍ମଜୀବୀ ମହିଳା ମାନଙ୍କୁ ବ୍ଯତିବ୍ଯସ୍ତ କରିଥାଏ :

-ଗର୍ଭବତୀ ହେବା ପରେ ତଥା ପ୍ରସବ ପରେ କର୍ମକ୍ଷେତ୍ରରେ ସେମାନଙ୍କୁ ଠିକ୍‌ ଭାବେ ସ୍ୱାଗତ କରାଯାଇ ନ ଥାଏ।

-ଗର୍ଭାବସ୍ଥା ସମୟରେ କାମରେ ଆଞ୍ଚ ଆସିଲେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବାର ସମ୍ଭାବନା ବହୁତ ରହିଥାଏ।

-ମହିଳାମାନେ ଗର୍ଭବତୀ ଥିବା ସମ୍ପର୍କରେ କର୍ମସ୍ଥଳରେ ଜଣାଇଲେ ପୂର୍ବାପେକ୍ଷା କମ୍‌ ପ୍ରୋତ୍ସାହନ ପାଇଥାନ୍ତି।

wonen– ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଥିବାରୁ ଏହାର ପ୍ରଭାବ ତାଙ୍କ ବ୍ୟକ୍ତିଗତ ଜୀବନ ଓ କର୍ମକ୍ଷେତ୍ର ଉପରେ ପଡ଼ିଥାଏ।

-ଗର୍ଭାବସ୍ଥାରେ ମହିଳାମାନେ ନିଜ କାମରେ ଶତ ପ୍ରତିଶତ ଧ୍ଯାନ ନଦେବା ଫଳରେ ନିଜକୁ ସୁସ୍ଥ ବୋଲି ମାନନ୍ତି ନାହିଁ । ଫଳରେ ଚିନ୍ତାଗ୍ରସ୍ତ ହୋଇଥାନ୍ତି ।

-ଏପରି ସ୍ଥିତିର ମୁକାବିଲା ପାଇଁ ଗର୍ଭବତୀ ମହିଳାଙ୍କୁ କର୍ମକ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସବୁ ଦିଗରୁ ସହାୟତା ପ୍ରଦାନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.