Below header

ନିଆଳି ସାଧାରଣ ସଭାରେ ବିଜେପି ଉପରେ ବର୍ଷିଲେ ନବୀନ, କହିଲେ-ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା,ଏଭଳି ଆଚରଣର ଜବାବ ଦେବେ ଜନତା

କେନ୍ୟୁଜ୍ : ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି । ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା । ଏଭଳି ଆଚରଣର ଜବାବ ଦେବେ ଜନତା । ଚିଳିତ ନିର୍ବାଚନରେ ହାରିବ ବିଜେପି । ନିଆଳି ସାଧାରଣ ସଭାରେ ଏହା କହି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା । ନବୀନ କହିଛନ୍ତି ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର, ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବି ବୋଲି କହିଛନ୍ତି ନବୀନ । ନିଆଳି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସାଧାରଣ ସଭାରେ ନିଆଳି ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ ଓ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ପାଇଁ ଭୋଟ୍‌ ମାଗିଥିଲେ ବିଜେଡି ସୁପ୍ରିମୋ ।

ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ସାରି ନବୀନ ପଟ୍ଟନାୟକ ପାରାଦୀପରେ ସାଧାରଣ ସଭା କରିଛନ୍ତି । ଦଳୀୟ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଏବଂ ପାରାଦୀପ ବିଧାନସଭା ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ନବୀନ । ଏହା ପରେ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଗସ୍ତରେ ଯିବେ । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜଗତସିଂହପୁର ଜିଲ୍ଲା ବିଜେଡି ନେତା, କର୍ମୀ ଓ ସମର୍ଥକ ଉତ୍ସାହିତ ଅଛନ୍ତି । ଜନସଭା ପରେ ବିଶାଳ ରୋଡ୍‌ ସୋରେ ପ୍ରଚାର କରିବେ ବିଜେଡି ମୁଖିଆ । ସନ୍ଥନରୁ ପ୍ରଚାର ବସରେ ବିଭିନ୍ନ ସ୍ଥାନ ବୁଲିବେ ନବୀନ । ବରି, କୁଆଖିଆ, ଜାରକା, ଚଣ୍ଡୀଖୋଲ ଓ ଛତିଆରେ ହାଇଟେକ୍‌ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ମାଗିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.