ମାତ୍ର ୧ ରନରେ RCB ଜିତିବା ପରେ, ଧୋନୀ କହିଲେ ମ୍ୟାଚ ହାରିବାର ଅସଲି କାରଣ

ବାଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିଲା ଆଇପିଏଲ-୧୨ର ରେମାଞ୍ଚକର ମୁକାବିଲା।ଏଥିରେ ରୟାଲ ଚାଲେଞ୍ଜରର୍ସ ବେଙ୍ଗାଲୁରୁ ନିକଟରୁ ମାତ୍ର ୧ରନରେ ଚେନ୍ନାଇ ସୁପରକିଙ୍ଗସ୍ ପରାସ୍ତ ହୋଇଛି। ମ୍ୟାଚ ହାରିବା ପରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଟରଭ୍ଯୁରେ ମ୍ୟାଚ ପରାସ୍ତର କାରଣ ବଖାଣିଛନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି କାରଣ।

ମ୍ୟାଚ ପରେ ହୋଇଥିବା ଇଣ୍ଟରଭ୍ୟୁରେ ଧୋନୀ କହିଛନ୍ତି, “ଏହା ଏକ ଭଲ ଖେଳଥିଲା। ଆମର ବ୍ୟାଟିଂ ପାଖାପାଖି ଭଲ ରହିଥିବା ବେଳେ ଆମକୁ ଆଉ ଟିକେ ଭଲ ବୋଲିଂ କରିବାର ଥିଲା। ଯେତେବେଳେ ଆପଣଙ୍କୁ ଥରେ ବିପକ୍ଷ ଦଳର ବ୍ୟାଟିଂ ବିଷୟରେ ଜଣାପଡିଥାଏ ତାହାପରେ ଆପଣ ସେହି ହିସାବରେ ମ୍ୟାଚ୍ ପାଇଁ ପ୍ଳାନ କରିଥାନ୍ତି। କିନ୍ତୁ ଯଦି ଆପଣଙ୍କ ଆଖି ସାମ୍ନାରେ ଅଧିକ ୱିକେଟ ଚାଲିଯାଇଥାଏ ତେବେ ଆପଣ ସେହି ସମୟରେ ପ୍ରେସରରେ ଚାଲିଆସିଥାନ୍ତି। ଯେତେବେଳେ ଭଲ ବ୍ୟାଟିଂ ଆରମ୍ଭ ହେଲା ସେତେବେଳେ ମିଡିଲ ଅର୍ଡର ଚାଲିପାରିଲା ନାହିଁ।”

rcb and csk

ଏହାପରେ ମ୍ୟାଚ ଶେଷ ବେଳକୁ ଖୁବ ଅସୁବିଧା ପରିସ୍ଥିତି ଦେଖାଦେଇଥିଲା। ନୂଆ ବ୍ୟାଟ୍ସମ୍ୟାନ ରହିଥିବାରୁ ତାଙ୍କୁ ରନ ନେବାକୁ ଖୁବ ଅସୁବିଧା ହୋଇଥିଲା। ଫଳରେ ଆମେ ମାତ୍ର ୧ ରନରେ ମ୍ୟାଚ ହାରିଗଲୁ।

ବାଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବା ସହ ୭ଟି ୱିକେଟରେ ୧୬୧ ରନ କରିଥିଲା। କିନ୍ତୁ ଏହି ରନ ଲକ୍ଷ ହାସଲ କରିବାକୁ ମୈଦାନରେ ଓହ୍ଳାଇଥିବା ଚେନ୍ନାଇ ୨୦ ଓଭରରେ ୮ ୱିକେଟ ହରାଇ ୧୬୦ରନରେ ମ୍ୟାଚ ହାରିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.