Below header

ଆପଣ ଏକା ସାଙ୍ଗରେ ମିଶାଇ ଖାଉନାହାନ୍ତି ତ’ ଏହି ସବୁ ଖାଦ୍ୟ, ହୋଇପାରେ ବଡ ଅସୁବିଧା

ଆଜିର ଆଧୁନିକ ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ବିଷୟରେ ଅନେକ କଥା କୁହାଯାଏ, କିନ୍ତୁ ଆୟୁର୍ବେଦର ନିୟମକୁ ଗ୍ରହଣ କରାଯାଏ ନାହିଁ । ଯଦି ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ତେବେ ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ପାଇଁ ଆୟୁର୍ବେଦର କିଛି ନୀତିଗୁଡ଼ିକ ବଝିବାକୁ ପଡ଼ିବ । ଅନେକ ସମୟରେ ଆମେ ବିଭିନ୍ନ ଖାଦ୍ୟକୁ ଭୁଲ ଢ଼ଙ୍ଗରେ ଖାଇଥାଉ, ଫଳରେ ଏହା ଶରୀର ପାଇଁ ଅସୁବିଧା ହୋଇଥାଏ । ଆୟୁର୍ବେଦ ଅନୁଯାୟୀ କିଛି ଜିନିଷକୁ ଏକାସାଥିରେ ଖାଇବା ସାଂଘାତିକ ହୋଇପାରେ।

vegetables-1 karela

୧.ବର୍ତ୍ତମାନ ସବୁ ଋତୁରେ ବଜାରରେ ଭେଣ୍ଡି ଏବଂ କଲରା ମିଳିଥାଏ । କିଛି ଲୋକଙ୍କୁ ଦୁଇଟି ଯାକ ପରିବା ଭଲ ଲାଗିଥାଏ । କିନ୍ତୁ ଜାଣି ରଖନ୍ତୁ କଲରା ଏବଂ ଭେଣ୍ଡି ଏକାସାଙ୍ଗରେ ଖାଇବା ଆପଣଙ୍କ ପାଇଁ ଖରାପ ହୋଇପାରେ। ଏହାକୁ ଏକା ସାଙ୍ଗରେ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ଅଙ୍ଗରେ ଆଲର୍ଜି ହୋଇଥାଏ ।

୨. ଦହି ସହ ପିଆଜର ମିଶ୍ରଣ ମଧ୍ୟ ଭଲ ନୁହେଁ । ଏହାଠାରୁ ଦୂରେଇ ରହିବା ଉଚିତ୍ ଅନ୍ୟଥା ଚର୍ମ ରୋଗ ଯେପରିକି କାଛୁ, କୁଣ୍ଡିଆ, ଏକଜେମା, ସୋରିୟାସିସ୍ ଏବଂ ଚର୍ମ ଏବଂ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ହୋଇପାରେ ।

୩. ଯଦି ଆପଣ ହରଡ଼ ଡାଲି ଖାଇଛନ୍ତି, ତା’ହେଲେ ଏହା ପରେ କେବେବି କ୍ଷୀର ପିଅନ୍ତୁ ନାହିଁ । ଏହା ବ୍ୟତୀତ ମୂଳା, ଅଣ୍ଡା, ମାଂସ ଖାଇବା ପରେ ମଧ୍ୟ କ୍ଷୀର ପିଇବା ଉଚିତ୍ ନୁହେଁ । ଏହି ସବୁ ଜିନିଷକୁ ଖାଇବା ପରେ କ୍ଷୀର ପିଇବା ଦ୍ୱାରା ହଜମ ପ୍ରକ୍ରିୟା ବ୍ୟାହତ ହୋଇପାରେ ।

୪. ଅନେକ ଲୋକ ଖାଦ୍ୟରେ ସାଲାଡ ଭାବରେ ମୂଳା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ଭେଣ୍ଡି ଖାଉଛନ୍ତି, ତେବେ ଏହା ସହ ମୂଳା ଖାଆନ୍ତୁ ନାହିଁ । ମୂଳା ଏବଂ ଭେଣ୍ଡି ମିଶ୍ରଣ ହେତୁ ଚର୍ମରେ ଅନେକ ପରିବର୍ତ୍ତନ ଆସିଥାଏ, ଯେଉଁ କାରଣରୁ ଚେହେରାରେ ଦାଗ ପରି ଚର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ହୋଇପାରେ ।

fruit-

୫. କ୍ଷୀରରେ ଫଳ ମିଶାଇ ଆମେ ପ୍ରାୟତଃ ଫଳ ମିଶାଇ ଏହାକୁ ଶେକ ଭାବରେ ପିଇବାକୁ ପସନ୍ଦ କରିଥାନ୍ତି ଅନେକ ଲୋକ । କିନ୍ତୁ ଫଳ କ୍ଷୀର ସହିତ ଖାଇବା ଉଚିତ୍ ନୁହେଁ । କ୍ଷୀରରେ ମିଶ୍ରିତ ଫଳ ଖାଇବା ଦ୍ୱାରା କ୍ଷୀରରେ ଥିବା କ୍ୟାଲସିୟମ୍ ଫଳରେ ଥିବା ଏନଜାଇମକୁ ଶୋଷିନିଏ । ଏହି କାରଣରୁ ଶରୀରକୁ ଫଳର କୌଣସି ଫାଇଦା ମିଳିପାରେନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.