Below header

ମହାରାଷ୍ଟ୍ର ଅହମ୍ମଦନଗରସ୍ଥିତ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୧ ମୃତ

ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଶନିବାର ସକାଳେ ଜିଲ୍ଲାର ସିଭିଲ କୋଭିଡ ହସ୍ପିଟାଲର ଆଇସିୟୁରେ ହଟାତ ନିଆଁ ଲାଗିଯାଇଥିଲା । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ପୋଡ଼ିହୋଇ ମୃତ୍ୟୁ ହୋଇଥିବା ବେଳେ ଅଗ୍ନିକାଣ୍ଡ ଘଟଣାରେ ୧୩ ରୁ ୧୪ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତ ମାନଙ୍କର ଚିକିତ୍ସା ତୁରନ୍ତ ଆରମ୍ଭ କରି ଦିଆଯାଇଥିବା ବେଳେ ୨୦ ଜଣଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣା ଘଟିବା ପରେ ସଂଗେ ସଂଗେ ସ୍ଥାନୀୟ ବାସିନ୍ଦା ଓ ହସ୍ପିଟାଲ କତ୍ତୃପକ୍ଷଙ୍କ ସହାୟତାରେ ନିଆଁକୁ ଲିଭା ଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.