Below header

ଦୁନିଆର ଏମିତି ସ୍ଥାନ, ଯେଉଁଠି କେବଳ ବାସ କଲେ ସରକାର ଦିଅନ୍ତି ଲକ୍ଷାଧିକ ଟଙ୍କା

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ରହିବା ପାଇଁ ଲୋକଙ୍କୁ ଟଙ୍କାଦେବାକୁ ପଡ଼େ । କିନ୍ତୁ ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକଙ୍କୁ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ଅଫର ଦିଆଯାଏ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଏକଦମ୍ ସତ । ଏଠାକାର ସରକାର ଲୋକଙ୍କୁ ନିଜ ଦେଶକୁ ଡାକି ରହିବା ସହ ଅନେକ ପ୍ରକାରର ସୁବିଧା ଯୋଗାଇଥାନ୍ତି । କୁହାଯାଏ ଯେ, ଏହି ସବୁ ଦେଶର ବିକାଶ ପାଇଁ ସରକାର ଏମିତି ନିଆରା ପ୍ରୟାସକୁ ଆରମ୍ଭ କରିଛନ୍ତି । ଏଥିପାଇଁ ୩ ହଜାରରୁ ୧୦ ହଜାର ଡଲାର ପର୍ଯ୍ୟନ୍ତ ଟଙ୍କା ଦିଆଯାଏ । ଜାଣନ୍ତୁ ସେହି ଦେଶ ସମ୍ପର୍କରେ ।

ନ୍ୟୁ ହେବନ୍ ସିଟି:

ଏହି ଦେଶରେ ରହିବା ପାଇଁ ସରକାର ଲୋକଙ୍କୁ ଟଙ୍କା ଦେଇଥାନ୍ତି । ଯଦି ଏଠାରେ ଲୋକ ଘର କିଣନ୍ତି ତେବେ ସରକାର ତାଙ୍କୁ ୧୦ ହଜାର ଡଲାର ଦେଇଥାନ୍ତି । ମାନେ ଆମ ଭାରତରେ ତାହାର ଦାମ ପ୍ରାୟ ୭ ଲକ୍ଷ ଟଙ୍କା ହେବ । ଏଠାରେ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯାଏ ।

ଥାଇଲାଣ୍ଡ:

ଏହାର ନାମ ଆପଣ ଅନେକ ବାର ଶୁଣିଥିବେ । ତେବେ ଏଠାରେ ମଧ୍ୟ ଲୋକଙ୍କୁ ରହିବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରିଥାନ୍ତି । ଏସିଆ ମହାଦେଶରେ ଅବସ୍ଥିତ ଏହି ସ୍ଥାନ ଖୁବ ବିକଶିତ । ଏଠାରେ ବିଶେଷ କରି ବେପାର ବାଣିଜ୍ୟ ଏବଂ ସଂସ୍କୃତି ଉପରେ ନଜର ରଖାଯାଏ । ଆମେରିକା ଓ କନାଡ଼ାରୁ ଲୋକଙ୍କୁ ଏଠାକୁ ଆମନ୍ତ୍ରିତ କରାଯାଏ । ଏହା ଅନ୍ୟ ସ୍ଥାନରୁ ଖୁବ ଶସ୍ତା । ଏଠାରେ ସୁବିଧାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ମିଳିଯାଏ ।

asia
pc: amarujala

ଦକ୍ଷିଣ କୋରିଆ:

ଏସିଆର ବିକଶିତ ଦେଶମଧ୍ୟରୁ ଦ.କୋରିଆ ମଧ୍ୟ ଅନ୍ୟତମ । ଯଦି ଆପଣ ଇଂରାଜି ଭାଷା ଭଲ ଭାବେ ଜାଣିଛନ୍ତି ମାନେ ଆପଣ ଏକ୍ସପର୍ଟ ଯଦି ତେବେ ଏଠାରେ ଆପଣଙ୍କୁ ଭଲ ଚାକିରି ମିଳିଯିବ । ଏହାର ପରିବେଶ ମଧ୍ୟ ଖୁବ ସୁନ୍ଦର ।ଏଠାକୁ ଆପଣ ୱାର୍କିଂ ଭିଜା ରେ ଯାଇପାରିବେ ।

ଭିଏତନାମ:

ଏହି ସ୍ଥାନ ଧିରେ ଧିରେ ବିକଶିତ ହେବାକୁ ଲାଗୁଛି । ଏମିତି କି ଏହାର ଅର୍ଥବ୍ୟବସ୍ଥାରେ ମଧ୍ୟ ଅନେକ ସୂୁଧାର ଆସିଛି ।ଏଠାରେ ଖୁବ ଶସ୍ତାରେ ଜଣେ ଆରାମରେ ରହିପାରିବେ । ଏଠାରେଚାକିରି ମିଳିବା ମଧ୍ୟ ଖୁବ ସହଜ । ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଖୁବ ସୁନ୍ଦର ।

ଆଲାସ୍କା:

ଏଠାରେ ରହିବା ପାଇଁ ଲୋକଙ୍କର ଭଲ ବିକଳ୍ପ ହେବ ।ଏଠାରେ ଗତ କିଛି ବର୍ଷ ମଧ୍ୟରେ ଅନେକ ଲୋକ ରହିଲେଣି ।ଏଠାରେ ରହୁଥିବା ପ୍ରତ୍ୟେକଙ୍କୁ ସରକାରଙ୍କ ପକ୍ଷରୁ ୨ହଜାର ଡଲାର ଦିଆଯାଏ ।ଏଠାରେ ଘର ମଧ୍ୟ ଖୁବ ଶସ୍ତାରେ ମିଳିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.