Below header

କେଉଁ ଠାକୁରଙ୍କୁ କେଉଁ ଫୁଲ ପସନ୍ଦ

ହିନ୍ଦୁ ଧର୍ମରେ ପୂଜା ପାଠର ଖୁବ ମହତ୍ତ୍ୱ ରହିଛି । ଆଜି ମଧ୍ୟ ଲୋକମାନେ ଭଗବାନଙ୍କ ଉପରେ ପୂର୍ଣ୍ଣ ରୂପରେ ବିଶ୍ୱାସ କରନ୍ତି। ଭକ୍ତି ସହିତ ଭଗବାନଙ୍କର ପୂଜାଅର୍ଚନା କରନ୍ତି କିନ୍ତୁ ରିତୀନୀତି ତଥା ମାନ୍ୟତା ଅନୁଯାୟୀ ପୂଜାରେ ଧୂପ,ଦୀପ, ଫୁଲ, ଭୋଗ ଠାକୁରଙ୍କ ନିକଟରେ ଅର୍ପଣ କରାଯାଏ। ତେବେ ପୌରାଣିକ ସିଦ୍ଧାନ୍ତ ଅନୁଯାୟୀ ପ୍ରତି ଠାକୁରଙ୍କ ପସନ୍ଦ ଭିନ୍ନ ଭିନ୍ନ ମଧ୍ୟ ରହିଛି। ତେଣୁ ସବୁ ଠାକୁରଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାର ଫୁଲ ଅର୍ପଣ କରାଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଠାକୁରଙ୍କ ପ୍ରିୟ କେଉଁ ଫୁଲ।

ମାତା ଲକ୍ଷ୍ମୀ: ମାତା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ଫୁଲ ହେଇଛି କମଳ ଫୁଲ । ଏଥି ସହିତ ଲକ୍ଷ୍ମୀଙ୍କୁ ହଳଦିଆ ଫୁଲ ଦେଇ ଆମେ ମାଙ୍କୁ ସନ୍ତୁଷ୍ଟ କରିପାରିବ । କୁହାଯାଏ ଲକ୍ଷ୍ମୀଙ୍କୁ ପ୍ରତିନିଦ କମଳ ଫୁଲ ଅର୍ପଣ କରିବା ଦ୍ୱରା ପରିବାବରେ ସ୍ଥିତି ଭଲ ରୁହେ ଏବଂ ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ହନୁମାନ : ଜସ୍ମିନ୍ ଫୁଲ ହନୁମାନଙ୍କର ପାଇଁ ଅତ୍ୟନ୍ତ ପ୍ରିୟ | ହନୁମାନଙ୍କୁ ପୂଜା କରିବା ସମୟରେ ଜସ୍ମିନ୍ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏବଂ ଶତ୍ରୁ ମଧ୍ୟ ଦୂର ହୋଇଥାଏ ।

ସରସ୍ୱତୀ : ଯଦି ଆପଣ ମାତା ସରସ୍ୱତୀଙ୍କ ପୂଜା କରୁଛନ୍ତି ତେବେ ପଳାସ ଫୁଲ ଦେଇ ପୂଜା କରନ୍ତୁ । ଏହି ଫୁଲଗୁଡିକ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହା ଦ୍ୱାରା ପରିବାରରେ ଏକତା ଦେଖାଦେଇଥାଏ ।

gods-flowers

ଶିବ : ଭଗବାନ୍‌ ଶିବଙ୍କ ପସନ୍ଦ ଖୁବ୍‌ ସରଳ। ତେବେ ଶିବଙ୍କୁ ପୂଜା କରିବା ବେଳେ ବେଲପତ୍ର ,ଚମ୍ପା ଫୁଲ ଓ ଅରଖ ଫୁଲ ଅର୍ପଣ କରି ପାରିବେ। ଏହି ଫୁଲ ଅତ୍ୟନ୍ତ ବିଷାକ୍ତ ହୋଇଥାଏ । ସେହିପରି ଦୁଦୁରା ଫୁଲ ବି ଭଗବାନ୍‌ ଶିବଙ୍କର ଖୁବ ପ୍ରିୟ । ଶିବରାତ୍ରି ହେଉ କି ଶ୍ରାବଣ ସୋମବାରରେ ପୂଜା କରିବା ବେଳେ ଦୁଦୁରା ଫୁଲ ନିଶ୍ଚୟ ଚଢ଼ାନ୍ତୁ ।

ଶ୍ରୀକୃଷ୍ଣ : ତୁଳସୀ ଭଗବାନ ଶ୍ରୀକୃଷ୍ଣଙ୍କ ବହୁତ ପ୍ରିୟ ହୋଇଥାଏ। ଯଦି ଆପଣଙ୍କର ଶ୍ରୀକୃଷ୍ଣ ଭଗବାନ ପ୍ରିୟ ତେବେ ତାଙ୍କୁ ପୂଜା କରିବା ସମୟରେ ତୁଳସୀ ନିହାତି ଅର୍ପଣ କରିବା ଉଚିତ । ଏବଂ ଭଗବାନଙ୍କ ନିକଟରେ ପ୍ରସାଦ ଲଗାଇବା ସମୟରେ ମଧ୍ୟ ତୁଳସୀ ବ୍ୟବହାର କରିପାରିବେ ।

ଗଣେଶ : ଗଣେଶ ଜୀଙ୍କର ପ୍ରିୟ ଫୁଲ ଗେଣ୍ଡୁ ହୋଇଥାଏ । ଉଭୟ ନାଲି ଓ ହଳଦିଆ ଗେଣ୍ଡୁ ଗଣେଶଙ୍କୁ ଖୁବ ପସନ୍ଦ ହୋଇଥାଏ । ଯଦି ଆପଣ ବୁଧବାର ଦିନ ଗଣେଶଙ୍କୁ ଗେଣ୍ଡୁ ଅର୍ପଣ କରନ୍ତି ତେବେ ଅନେକ ଗ୍ରହ ସମସ୍ୟା ଦୂର ହୋଇଥାଏ ।

red-hibiscus

ନାଲି ମନ୍ଦାର : ନାଲି ମନ୍ଦାର ପ୍ରାୟ ସବୁ ଦେବୀ ମାଙ୍କର ପସନ୍ଦ । ବିଶେଷ କରି କାଳୀ ମା’ଙ୍କ ପୂଜା ପାଇଁ ମନ୍ଦାର ଫୁଲ ଶୁଭ ବୋଲି ବିବେଚନା କରାଯାଏ | ଏହା ସହିତ ଦେବୀ ଦୁର୍ଗାଙ୍କୁ ମଧ୍ୟ ମନ୍ଦାର ଫୁଲ ଅର୍ପଣ କରାଯାଏ | ବିଶ୍ୱାସ କରାଯାଏ ଯେ ନବରାତ୍ର ସମୟରେ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଦେଲେ ଅଟକି ଯାଇଥିବା କାମ ପୂର୍ଣ୍ଣ ହୋଇଥାଏ ।

ପାରିଜାତ ଫୁଲ : ପାରିଜାତ ଫୁଲ ଭଗବାନ ବିଷ୍ଣୁଙ୍କର ପ୍ରିୟ ଫୁଲ ବୋଲି ବିବେଚନା କରାଯାଏ | ବିଶ୍ୱାସ କରାଯାଇକି ସମୁଦ୍ର ମନ୍ଥନ ସମୟରେ ପାରିଜାତ ଫୁଲ ବାହାରି ଥିଲା । ତେଣୁ ଭଗବାନ ବିଷ୍ଣୁଙ୍କର ପ୍ରିୟ ଫୁଲ ହେଉଛି ପାରିଜାତ ଫୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.