Below header

ପ୍ଲେନ କ୍ରାସରେ ବ୍ରାଜିଲ ଗାୟିକା ମାରିଲିଆ ମେନଡୋଙ୍କାଙ୍କର ମୃତ୍ୟୁ, ମର୍ମାହତ ହେଲେ ଫ୍ୟାନ୍ସ

ବ୍ରାଜିଲର ଜଣେ ଯୁବ ତଥା ପ୍ରତିଭାବାନ ଷ୍ଟାର ସିଙ୍ଗରଙ୍କର ମୃତ୍ୟୁ ଘଟିଛି । ଲୋକପ୍ରିୟ ସିଙ୍ଗର ଓ ଲାଟିନରେ ଗ୍ରାମୀ ପୁରସ୍କାର ବିଜେତା ମାରିଲିଆ ମେନଡୋଙ୍କାଙ୍କର ଶୁକ୍ରବାର ଏକ ପ୍ଲେନ କ୍ରାସରେ ମୃତ୍ୟୁ ହୋଇଛି । ଏହି ସିଙ୍ଗର ଜଣଙ୍କ “ଦ କୁଇନ ଅଫ ଟ୍ରାଭେଲିଙ୍ଗ” ନାଁରେ ବି ଖୁବ ପରିଚିତ । ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହିଁ ହୋଇଥିଲା । ବ୍ରାଜିଲରେ ଚାଲିଥିବା ଏକ କନସର୍ଟ ପ୍ରୋଗ୍ରାମ ଆଟେଣ୍ଡ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ବ୍ରାଜିଲର ଗୋଇଇନିଆରୁ କାରଟିଙ୍ଗାକୁ ପ୍ଲେନଟି ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଜଣାଯାଇଛି । ମାରିଲିଆଙ୍କ ବ୍ୟତୀତ ଦୁର୍ଘଟଣାରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଏକ ବିଶେଷ ସୂଚନାରୁ ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମାରିଲିଆଙ୍କ ସମ୍ପର୍କୀୟ ଅଛନ୍ତି ।

ଆଉ ଜଣେ ପ୍ରଯୋଜକ ଓ ଦୁଇ ଜଣ କ୍ରିଉ ମେମ୍ବର ମଧ୍ୟ ଅଛନ୍ତି । ପ୍ଲେନ କ୍ରାସର ପ୍ରକୃତ କାରଣ ଏଯାବତ ଜଣାପଡ଼ିନାହିଁ । ଦୁର୍ଘଟଣା ଘଟିବାର ଠିକ ପୂର୍ବରୁ ମାରିଳିଆ ଏକ ଭିଡିଓ ସୁଟ କରିଥିବା ବେଳେ ତାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟିରେ ମାରିଲିଆ ଏକ ପ୍ରାଇଭେଟ ଏୟାରକ୍ରାଫ୍ଟ ଚଢ଼ୁଥିବା ନେଇ ଦେଖାଦେଇଛି ।ଏପରି ଏକ ଦୁଖଦ ଘଟଣାରେ ମାରିଲିଆଙ୍କ ହଜାର ହଜାର ଫ୍ୟାନ ଗଭୀର ମର୍ମାହତ ହୋଇଥିବା ଦେଖାଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.