Below header

ଚାନ୍ଦା ଆଦାୟ କରି ୧୧ ଜଣ ମହିଳା କିଣିଥିଲେ ଲଟେରୀ ଟିକେଟ, ୧୦ କୋଟିର ଜ୍ୟାକପଟ୍‌ ଲାଗିଲା

କେରଳର ମଲ୍ଲାପୁରମରେ ଅଳିଆ ଉଠାଉଥିବା ୧୧ ମହିଳା ହେଲେ କୋଟିପତି । ଲଟେରୀରେ ୧୦ କୋଟି ଟଙ୍କା ଜିତିଛନ୍ତି । ଲଟେରୀ ଟିକେଟ କିଣିବାକୁ ୨୫୦ ଟଙ୍କା ନଥିଲା ଏବେ ୧୦ କୋଟିର ମାଲିକାଣୀ ପାଲଟିଛନ୍ତି ୧୧ ଜଣ ମହିଳା ।

ଚାନ୍ଦା ଆଦାୟ କରି କୋଟିପତି ହୋଇଛନ୍ତି କେରଳର ୧୧ ଜଣ ମହିଳା । ଲଟେରୀ ଟିକେଟ କିଣିବା ପାଇଁ ୨୫୦ ଟଙ୍କା ନଥିଲା, ହେଲେ ଆଜି ୧୦ କୋଟି ଟଙ୍କାର ମାଲିକ । କେରଳର ୧୧ଜଣ ମହିଳା ନିଜ ନିଜ ଭିତରେ ଚାନ୍ଦା କରି କିଛି ସପ୍ତାହ ତଳେ ୨୫୦ଟଙ୍କିଆ ଲଟେରୀ ଟିକେଟ୍ କିଣି ୧୦ କୋଟି ଟଙ୍କା ଜିତିଛନ୍ତି ।

ଖବର ମୁତାବକ, କେରଳର ପରାପ୍ପାନାନ୍ଗାଡ଼ି ପୌରପାଳିକା ଅନ୍ତର୍ଗତ ସବୁଜ ବାହିନୀ ହରିତ କର୍ମ ସେନାର ସଦସ୍ୟା ହେଉଛନ୍ତି ୧୧ ଜଣ ମହିଳା। ଏମାନେ ଅଳିଆ ଉଠା କାମ କରନ୍ତି । ସ୍ୱପ୍ନରେ କେବେ ବି କୋଟିପତି ହେବାର ଭାବିନଥିଲେ । କିନ୍ତୁ ଆଖି ପିଛୁଳାକେ କୋଟିପତି ହୋଇଗଲେ ଏହି ମହିଳା । ବୁଧବାର ଦିନ ମନ୍ସୁନ୍ ବମ୍ପର୍ ଲଟେରୀ ଉଠାଣ ପରେ ସେମାନେ ୧୦ କୋଟି ଟଙ୍କା ଜିଣିଥିବା କଥା କେରଳ ଲଟେରୀ ବିଭାଗ ଘୋଷଣା କରିଥିଲା।

ସହକର୍ମିଣୀମାନଙ୍କଠାରୁ ଚାନ୍ଦା ଆଦାୟ କରି ଏହି ଲଟେରି ଟିକେଟ୍ କିଣିଥିବା ରାଧା ଉତ୍ସାହିତ ହୋଇ କହିଛନ୍ତି, ଆଗରୁ ମଧ୍ୟ ଆମେ ଟଙ୍କା ଆଦାୟ କରି କେତେ ଥର ଲଟେରୀ ଟିକେଟ୍ କିଣିଥିଲୁ। ଆଉ ଶେଷରେ ଲଟେରୀ ଜିତିବା ପରେ ଆମ ଖୁସିର ସୀମାର ଠିକଣା ନଥିଲା । ତେବେ ଲଟେରୀ ଜିତିଥିବା ଟଙ୍କାରେ କିଏ ଝିଅ ବାହାଘର କରିବ ତ ଆଉ କିଏ କରଜ ସୁଝିବ । ଆଉ କିଏ ନିଜ ଲୋକର ଚିକିତ୍ସା କରିବେ । ତେବେ ଏମାନେ ଲଟେରୀ ପାଇବା ପରେ ସେମାନଙ୍କୁ ଅଭିନନ୍ଦନ ଜଣାଇବାକୁ ବହୁତ ଭିଡ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.