Below header

ମାଡ଼ି ଆସିଲା ଭୟଙ୍କର ତୋଫାନ…ଫ୍ରିଜ୍‌ ଭିତରେ ପଶିଗଲା ୧୧ ବର୍ଷର ବାଳକ! ଆଉ ତା’ପରେ ଯାହା ହେଲା ନିଜେ ହିଁ ଜାଣି ନିଅନ୍ତୁ

ଫିଲିପାଇନ୍ସରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ୧୧ ବର୍ଷର ଜଣେ ବାଳକ ପୂରା ୨୦ ଘଣ୍ଟା କାଳ ଫ୍ରିଜ୍‌ ଭିତରେ ପଶି ରହିଥିଲେ। ଆଉ ଏଥିଯୋଗୁ ସେ ଭୟଙ୍କର ତୋଫାନ ଓ ଭୂସ୍ଖଳନରୁ ରକ୍ଷା ପାଇଯାଇଛନ୍ତି। ରିପୋର୍ଟ ମୁତାବକ, ବାଳକଙ୍କ ନାମ ସିଜେ ଜ୍ୟାସ୍‌ମେ। କିଛି ଦିନ ତଳେ ସେ ନିଜ ପରିବାର ଲୋକଙ୍କ ସହିତ ଘର ଭିତରେ ଥିଲେ। ଏହି ସମୟରେ ଫିଲିପାଇନ୍ସର ବେବେ ସହରରେ ହଠାତ୍‌ ଝଡ଼ ତୋଫାନ ମାଡ଼ି ଆସିଥିଲା ଏବଂ ଭୂସ୍ଖଳନ ହୋଇଥିଲା, ଯାହାଫଳରେ ସେମାନଙ୍କ ଘରେ ପାଣି ପଶି ଯାଇଥିଲା।

ଭୂସ୍ଖଳନ ଯୋଗୁ ଯେତେବେଳେ ମାଟି, କାଦୁଅ ଘର ଭିତରେ ପଶିବାକୁ ଲାଗିଲା, ତ ସେହି ସମୟରେ ବାଳକ ଜଣକ ସଙ୍ଗେ ସଙ୍ଗେ ଫ୍ରିଜ୍‌ ଭିତରେ ପଶି ଯାଇଥିଲେ। ୨୦ ଘଣ୍ଟା କାଳ ସେ ଫ୍ରିଜ୍‌ ଭିତରେ ହିଁ ରହିଥିଲେ। ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଥମିଥିଲା, ଏହା ପରେ ପରେ ଉଦ୍ଧାରକାରୀ ଦଳ ନଦୀ କୂଳରୁ ଏକ ରେଫ୍ରିଜେରେଟର ଉଦ୍ଧାର କରିଥିଲେ, ଯାହା ଭିତରେ ବାଳକ ଜଣକ ପଶି ରହିଥିଲେ। ଏହାପରେ ଜ୍ୟାସ୍‌ମେଙ୍କୁ ଫ୍ରିଜ୍‌ ଭିତରୁ ବାହାର କରାଯାଇଥିଲା।

ରିପୋର୍ଟ ମୁତାବକ, ବାଳକ ଜଣକ ଭଙ୍ଗା ଫ୍ରିଜ୍‌ ଭିତରେ ଶୋଇ ରହିଥିଲେ। ଉଦ୍ଧାରକାରୀ ଦଳ ତାଙ୍କୁ କାଦୁଅରୁ ବାହାର କରି ଷ୍ଟ୍ରେଚର ଯୋଗେ ଆଣିଥିଲେ। ଯେତେବେଳେ ବାଳକ ନିଜକୁ ସଠିକ୍‌ ରୂପେ ପାଇଥିଲେ, ତ ସଙ୍ଗେ ସଙ୍ଗେ ‘ମୋତେ ଭୋକ ଲାଗୁଛି’ ବୋଲି କହିଥିଲେ। ତେବେ ତାଙ୍କର ହୋଶ୍‌ ଥିଲା, କିନ୍ତୁ ଗୋଡ଼ ଭାଙ୍ଗି ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ଅପରେସନ କରଯାଇଥିଲା।

ନିଖୋଜ ଅଛନ୍ତି ପରିବାର ଲୋକେ

ପୋଲିସ କହିଛି ଯେ ବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ତେବେ ତାଙ୍କ ମା’ ଓ ସାନଭାଇ ଏବେ ବି ନିଖୋଜ ଅଛନ୍ତି। ଯେତେବେଳେ କି, ବାପା ପୂର୍ବରୁ ଏକ ଭୂସ୍ଖଳନରେ ଚାଲିଯାଇଛନ୍ତି। ସୂଚନାଥାଉ କି, ବେବେ ସହରରେ ତୋଫାନ ଓ ଭୂସ୍ଖଳନରେ ୨୦୦ ଲୋକ ଆହତ ହୋଇଥିବା ବେଳେ ୧୭୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୦୦ ମିଲିୟନରୁ ଅଧିକ ଲୋକ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏବେ ବି ମାଟି, କାଦୁଅରୁ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.