ପୋଷ୍ଟ ଅଫିସର ଏହି ସ୍କିମରେ ଗ୍ରାହକଙ୍କୁ ମିଳିବ ଜବରଦସ୍ତ ରିଟର୍ଣ୍ଣ ରାଶି, ଆପଣ ବି ଉଠାନ୍ତୁ ଫାଇଦା

ପୋଷ୍ଟ ଅଫିସର Monthly income scheme । ଏହା ଏକ ଏଭଳି ସୁପରହିଟ ସ୍କିମ ଯେଉଁଥିରେ ସେଭିଙ୍ଗସ୍‌ ରହିଥାଏ ଏକଦମ ସୁରକ୍ଷିତ। ଏଥିରେ ଆପଣଙ୍କୁ ମାତ୍ର ଥରେ ଟଙ୍କା ଜମା କରିବାକୁ ପଡ଼ିବ। ଏହି ସ୍କିମର ମ୍ୟାଚୁରିଟି ପିରିୟଡ ୫ ବର୍ଷ ହୋଇଥାଏ। ୫ ବର୍ଷ ପରେ ଆପଣ ଗ୍ୟାରେଣ୍ଟି ରିଟର୍ଣ୍ଣ ପାଇପାରିବେ। ଜାଣନ୍ତୁ ଏବେ ଏହି ସ୍କିମ ସମ୍ପର୍କରେ..

-ପୋଷ୍ଟ ଅଫିସର ଏହି ସ୍କିମରେ ସିଙ୍ଗିଲ କିମ୍ବା ଜଏଣ୍ଟ ଆକାଉଣ୍ଟ ଆପଣ ଖୋଲିପାରିବେ।
-ଏଥିରେ ମିନିମନ ୧୦୦୦ ଟଙ୍କା ଆପଣ ଆକାଉଣ୍ଟ ଖୋଲିପାରିବେ।
-ସିଙ୍ଗିଲ ଆକାଉଣ୍ଟରେ ମାକ୍ସିମମ୍‌ ସାଢ଼େ ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ।
-ସେହିପରି ଜଏଣ୍ଟ ଖାତାରେ ନିବେଶ କରିବାର ଲିମିଟ ହେଉଛି ୯ଲକ୍ଷ ଟଙ୍କା।

ଏବେ ଜାଣନ୍ତୁ ଏହାର ଫାଇଦା:
-ପୋଷ୍ଟ ଅଫିସର ଏହି ସ୍କିମରେ ଦୁଇ କିମ୍ବା ୩ ଜଣ ଲୋକ ମିଶି ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ।
-ଏଥିରେ ମିଳୁବାକୁ ଥିବା ଧନରାଶି ପ୍ରତ୍ୟେକଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ।
-ଜଏଣ୍ଟ ଆକାଉଣ୍ଟକୁ କେତେବେଳେ ବି ଆପଣ ସିଙ୍ଗିଲ ଆକାଉଣ୍ଟରେ କନଭର୍ଟ କରିପାରିବେ।
– ଏମିତିରେ ଆପଣ ସିଙ୍ଗିଲ ଆକାଉଣ୍ଟକୁ ମଧ୍ୟ ଜଏଣ୍ଟ ଆକାଉଣ୍ଟରେ କନଭର୍ଟ କରିପାରିବେ।
-ଆକାଉଣ୍ଟରେ କିଛି ବି ପରିବର୍ତ୍ତନ ପାଇଁ ସମସ୍ତ ମେମ୍ବର୍ସଙ୍କୁ ଏକ ଆପ୍ଲିକେସନ ଦେବାକୁ ହେବ।

-ମ୍ୟାଚୁରିଟି ପରେ ଆପଣ ୫-୫ ବର୍ଷ ଆଉ ବି ବଢ଼ାଇପାରିବେ।
-ଏଥିରେ ନୋମିସନେସନ ର ସୁବିଧା ରହିଛି। ଏଥିରେ ଟଙ୍କା ପୁରା ସୁରକ୍ଷିତ ରୁହେ। ଏଥିରେ ସରକାରଙ୍କ Sovereign Guarantee ରହିଥାଏ।

ସୂଚନା ଅନୁଯାୟୀ ଏଥିରେ ୬.୬% ସୁଧ ମିଳିବ। ଏହାର ଭୁଗତାନ ସବୁ ମାସରେ ହେବ। ଏଥିରେ କେବଳ ଭାରତୀୟ ନାଗରିକ ହିଁ ନିବେଶ କରିପାରିବେ।

ଏପରି ଖୋଲନ୍ତୁ ନିଜ ଆକାଉଣ୍ଟ:
– ଏହି ଆକାଉଣ୍ଟ ଖୋଲିବା ପାଇଁ ଆପଣ ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ ଥିବା ଜରୁରୀ।
– ଏଥିପାଇଁ ଆପଣଙ୍କ ପାଖେ ଆଇଡି ପ୍ରୁଫ ପାଇଁ ଆଧାରକାର୍ଡ , ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ।
– ପାଖରେ ନିଜର ଦୁଇଟି ପାସପୋର୍ଟ ସାଇଜ ଫଟୋ ରଖନ୍ତୁ।
– ଆଡ୍ରେସ ପ୍ରୁଫ ପାଇଁ ଆଇଡି କାର୍ଡ କିମ୍ବା ୟୁଟିଲିଟି ବିଲ ଦିଅନ୍ତୁ।
– ଏହାପରେ ସ୍କିମର ଫର୍ମ ଭରନ୍ତୁ। ଏହାକୁ ଆପଣ ଅନଲାଇନ ମୋଡରେ ବ ି କରିପାରିବେ।
– ନୋମିନି ର ନାମ ଦିଅନ୍ତୁ।
– ପ୍ରଥମେ ୧୦୦୦ ଟଙ୍କା ଦେଇ ଏହି ଆକାଉଣ୍ଟ ଖୋଲିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.